ପାଣି ବୋତଲ ସାଧାରଣତଃ ସବୁଠାରେ ମିଳିଯାଏ। ଯାହାର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। କିନ୍ତୁ ଏମିତି ଏକ ପାଣିବୋତଲ ଖୁବ୍ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ଯାହାର ଦାମ୍ ୬୫ ଲକ୍ଷ ଟଙ୍କା। ବେଭର୍ଲି ହିଲ୍ପ 9OH2O କମ୍ପାନି ହେଉଛି ପୃଥିବୀର ସବୁଠାରୁ ମହଙ୍ଗା ପାଣି ବୋତଲ କମ୍ପାନି। ଏହି କମ୍ପାନି ଭାରତରେ ଖୁବ୍ ଶୀଘ୍ର ଏହି ପାଣି ବୋତଲ ଲଞ୍ଚ୍ କରିବାକୁ ଯାଉଛି। ଏହି ପାଣିରେ ଏମିତି କ’ଣ ଅଛି ଯାହାର ଦାମ୍ ଏତେ ଅଧିକ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବେଭର୍ଲୀ କମ୍ପାନୀ କହେ ଏହାର ପାଣି ଯେତିକି ଖାସ୍ ଏହାର ବୋତଲ ସେତିକି ଖାସ୍। ବୋତଲର ଠିପି ହ୍ବାଇଟ୍ ଗୋଲ୍ଡ୍ରେ ତିଆରି ଓ ଏହା ଉପରେ ହୀରା ଖଞ୍ଜା ଯାଇଛି। ଏହି ପାଣି ବୋତଲ ଏପର୍ଯ୍ୟନ୍ତ ୯ ଗୋଟି ତିଆରି ହୋଇଛି।
Superb lyrebird in the Australian bushlandମଣିଷ ପିଲା ପରି କାନ୍ଦେ ଚଢ଼େଇ
ଏମିତି ଏକ ଚଢ଼େଇ ଅଛି ଯାହା ଅବିକଳ ଛୋଟ ପିଲାଙ୍କ ପରି କାନ୍ଦିଥାଏ। ଅର୍ଥାତ୍ ସେ ଏପରି ବୋବାଇଥାଏ ଯାହା ପିଲା କାନ୍ଦିଲା ଭଳି ଲାଗେ। ଲାୟରବାର୍ଡ ନାମକ ଏହି ପକ୍ଷୀର ସ୍ବର ଶୁଣିଲେ ଯେ କେହି ଭ୍ରମରେ ପଡ଼ିଯିବ। କେଉଁଠି ପିଲାଟିଏ କାନ୍ଦୁଛି ପରି ମନେହୁଏ। କିନ୍ତୁ ଏହି ପକ୍ଷୀର କଳା ହେଉଛି ସେ ଯାହା ଶୁଣିବ ତାହାକୁ ମନେ ରଖି ସେହିପରି ସ୍ବର ବାହାର କରିବ। ସିଡ୍ନୀର ତରୋଙ୍ଗ୍ ଚିଡ଼ିଆଖାନାରେ ଥିବା ଏକ ଲାୟର ବାର୍ଡ ଏପରି ସ୍ବର କରି ଚର୍ଚ୍ଚାର ବିଷୟ ପାଲଟିଥିଲା। ଚିଡ଼ିଆଖାନାର କର୍ମକର୍ତ୍ତାଙ୍କ କହିବା ଅନୁସାରେ ଏହି ପକ୍ଷୀ କିଛି ଦିନ ପୂର୍ବେ ଏକ ପିଲାର କାନ୍ଦକୁ ଶୁଣିଥିଲା। ତା’କୁ ମନେପକାଇ ପକ୍ଷୀଟି ଏହି କାନ୍ଦିବା ସ୍ବରରେ ବୋବାଇବା ଆରମ୍ଭ କରିଥିଲା।
Follow Us