ନୂଆ ସମୟ ନୂଆ କଥା : ଶ୍ୱାସକ୍ରିୟା କରୁନଥିବା ଜୀବ ଏବଂ ଭୟଙ୍କର ପିମ୍ପୁଡ଼ି

ନୂଆ ସମୟ ନୂଆ କଥା : ଶ୍ୱାସକ୍ରିୟା କରୁନଥିବା ଜୀବ ଏବଂ ଭୟଙ୍କର ପିମ୍ପୁଡ଼ି

drishtiias.com

ଇସ୍ରାଏଲର ତେଲ୍‌ ଅଭିଭ୍‌ ୟୁନିଭର୍ସିଟିର ଗବେଷକମାନେ ପ୍ରଥମଥର ଶ୍ୱାସକ୍ରିୟା କରୁନଥିବା ଏକ ଜୀବ ଆବିଷ୍କାର କରିଛନ୍ତି। ବୈଜ୍ଞାନିକମାନେ ଜେଲିଫିସ୍‌ ଭଳି ଏକ ପରଜୀବୀ ଆବିଷ୍କାର କରିଛନ୍ତି, ଯାହାର ମାଇଟ୍ରୋକଣ୍ଡ୍ରିଆଲ୍ ଜିନୋମ୍‌ ନାହିଁ। ଶ୍ୱାସକ୍ରିୟା କରୁନଥିବା ଏହା ପ୍ରଥମ ବହୁକୋଷୀୟ ଜୀବ। ଅମ୍ଲଜାନ ଗ୍ରହଣ ନ କରି ଏହା ଜୀବନ ନିର୍ବାହ କରୁଛି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ପୃଥିବୀରେ ଜୀବନ ପ୍ରକ୍ରିୟା କି ଭଳି ଚାଲିଛି, ଆମ ଜୀବଜଗତ ବାହାରେ ଜୀବନର ଅନ୍ବେଷଣ ନିମିତ୍ତ ଏହି ଗବେଷଣା କରାଯାଇଥିଲା। ଜୀବମାନଙ୍କର ଅମ୍ଲଜାନ ଗ୍ରହଣ ଦକ୍ଷତାର ବିକାଶ ପ୍ରାୟ ୧୪୫ କୋଟି ବର୍ଷ ପୂର୍ବେ ହୋଇଥିଲା ବୋଲି ବିଶ୍ବାସ କରାଯାଏ। ଲୋହିତ ରକ୍ତ କୋଷିକା ବ୍ୟତୀତ ଶରୀରର ପ୍ରତ୍ୟେକ କୋଷିକାରେ ବହୁ ସଂଖ୍ୟକ ମାଇଟ୍ରୋକଣ୍ଡ୍ରିଆ ଥାଆନ୍ତି। ଯାହା ଶ୍ବାସକ୍ରିୟା ପାଇଁ ଏକାନ୍ତ ଆବଶ୍ୟକ। ଏକ ସାଧାରଣ ସାଲମନ୍‌ଠାରେ ‘ହେନେଗୁୟା ସାଲମିନିକୋଲା’ ନାମକ ଏହି ପରଜୀବୀ ଚିହ୍ନଟ କରିବା ପରେ ବୈଜ୍ଞାନିକମାନେ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ଜୀବଟି ଶ୍ୱାସକ୍ରିୟା ବିନା ବଞ୍ଚିଛି।

publive-image sci-news.com

ଭୟଙ୍କର ପିମ୍ପୁଡ଼ି
ପିମ୍ପୁଡ଼ି କହିଲେ ବୁଝାଯାଏ ଯେ ସାମାନ୍ୟ ଜୀବଟିଏ। କାମୁଡ଼ିଲେ ଛୁଞ୍ଚି ଫୋଡ଼ିଲା ଭଳି ଲାଗେ। କିନ୍ତୁ ବିଶ୍ୱର କିଛି କିଛି ଜାଗାରେ ଭୟଙ୍କର ପିମ୍ପୁଡ଼ି ରହିଛନ୍ତି। ସେଥିମଧ୍ୟରୁ ‘ବୁଲ୍‌ ଡଗ୍‌ ଆଣ୍ଟ୍‌’ ନାମକ ଏହି ପିମ୍ପୁଡ଼ି ଅଷ୍ଟ୍ରେଲିଆର ଉପକୂଳ ଅଞ୍ଚଳରେ ଦେଖାଯାଆନ୍ତି। ଏମାନଙ୍କର ଶୁଣ୍ଢ ଓ ମାଢ଼ି ରହିଛି, ଯାହାକୁ ସେମାନେ ଆକ୍ରମଣ ସମୟରେ ବ୍ୟବହାର କରନ୍ତି। ଏମାନେ ଏତେ ବିଷାକ୍ତ ଯେ, ଯଦି କାମୁଡ଼ିବାର ୧୫ ମିନିଟ୍‌ ମଧ୍ୟରେ ଉପଯୁକ୍ତ ଚିକିତ୍ସା କରା ନଯାଏ ତେବେ ବ୍ୟକ୍ତି ଜଣକ ମୃତ୍ୟୁ ମୁଖରେ ପଡ଼ିପାରନ୍ତି। ଏ ଭଳି ପିମ୍ପୁଡ଼ିକୁ ସବୁଠାରୁ ଭୟଙ୍କର ପିମ୍ପୁଡ଼ି ଭାବରେ ଗଣନା କରାଯାଇ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ‌୍ ରେକର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe