ନୂଆ ସମୟ ନୂଆ କଥା : ସୃଜନଶୀଳତାକୁ ପ୍ରଭାବିତ କରେ ଟି.ଭି ଏବଂ ନାମ ପରିବର୍ତ୍ତିତ ଦେଶ

ନୂଆ ସମୟ ନୂଆ କଥା : ସୃଜନଶୀଳତାକୁ ପ୍ରଭାବିତ କରେ ଟି.ଭି ଏବଂ ନାମ ପରିବର୍ତ୍ତିତ ଦେଶ

ଅଧିକାଂଶ ସମୟ ଟି.ଭି ଦେଖିବା ଦ୍ବାରା ତାହାର ପ୍ରଭାବ ସଂପୃକ୍ତ ବ୍ୟକ୍ତିଙ୍କର ସୃଜନଶୀଳତା ଉପରେ ପଡ଼ିଥାଏ। ଅଧିକାଂଶ ପିଲା କାର୍ଟୁନ୍‌ ଦେଖିବା ନିଶାରେ ବେଳେବେଳେ ଘଣ୍ଟା ଘଣ୍ଟା ଟି.ଭି ଦେଖିଥାଆନ୍ତି। ଏଭଳି ଅଭ୍ୟାସଦ୍ବାରା ପିଲାଙ୍କର ସୃଜନଶୀଳତା ପ୍ରଭାବିତ ହୋଇଥାଏ। ଇଂଲଣ୍ଡର ମନୋବିଜ୍ଞାନୀମାନେ ଏ ନେଇ ଏକ ସର୍ଭେ କରିଥିଲେ। ଏହି ସର୍ଭେରେ ପିଲାମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ପିଲାଙ୍କର ସୃଜନଶୀଳତା କମିବା ପଛରେ ଟିଭି ଦେଖିବା ଦାୟୀ ବୋଲି ସେମାନେ ଜାଣିପାରିଥିଲେ। ତେଣୁ ପିଲାମାନଙ୍କୁ ଏଭଳି ଅଭ୍ୟାସରୁ ବିରତ ରଖିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାରର ଗେମ୍‌ ଖେଳିବାକୁ ମଧ୍ୟ ପ୍ରୋତ୍ସାହନ ଦେବା ଦରକାର ବୋଲି ମନୋବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି।

publive-image

ନାମ ପରିବର୍ତ୍ତିତ ଦେଶ
ମଧ୍ୟ ପୂର୍ବର ଦେଶ ଜୋର୍ଡନ୍‌ ଯେତେବେଳେ ବ୍ରିଟିଶ୍‌ ଅଧୀନ ଥିଲା ତା’ର ନାମ ଟ୍ରାନ୍‌ସ୍ ଜୋର୍ଡନ୍‌ ଥିଲା। ଏହାକୁ ୧୯୪୬ରେ ସ୍ବାଧୀନତା ମିଳିଲା ଏବଂ ୧୯୪୯ରେ ଦେଶର ନାମ ପୁଣି ‘‘ଦି ହାଶେମିତେ କିଙ୍ଗ୍‌ଡମ୍‌ ଅଫ୍‌ ଜୋର୍ଡନ୍‌’’ କରାଗଲା। ଜୋର୍ଡନ୍‌ ଏକ ନଦୀର ନାମ। କୁହାଯାଏ ନଦୀରେ ଯୀଶୁଖ୍ରୀଷ୍ଟଙ୍କ ଶରୀରର କିଛି ଅଂଶ ପକାଯାଇଥିଲା। ଖ୍ରୀଷ୍ଟାଧର୍ମାବଲମ୍ବୀମାନେ ଏହାକୁ ଖୁବ୍ ପବିତ୍ର ମନେ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe