ନୂଆ ସମୟ ନୂଆ କଥା : ସେନ୍ସରଯୁକ୍ତ ହ୍ୟାଣ୍ଡ୍‌ ସାନିଟାଇଜର୍‌ ଏବଂ ହେଡ୍‌ଫୋନ୍‌ ଯୋଗୁ ଶ୍ରବଣ ଶକ୍ତି ହ୍ରାସ

ନୂଆ ସମୟ ନୂଆ କଥା : ସେନ୍ସରଯୁକ୍ତ ହ୍ୟାଣ୍ଡ୍‌ ସାନିଟାଇଜର୍‌ ଏବଂ ହେଡ୍‌ଫୋନ୍‌ ଯୋଗୁ ଶ୍ରବଣ ଶକ୍ତି ହ୍ରାସ

କରୋନା ଭାଇରସ୍‌ ମହାମାରୀ ପାଇଁ ଔଷଧ କିମ୍ବା ଟିକା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ତେଣୁ ସାନିଟାଇଜର୍‌ ବ୍ୟବହାର ଉପରେ ଖୁବ୍‌ ଗୁରୁତ୍ବ ଦିଆଯାଇଛି। ଏଭଳି କ୍ଷେତ୍ରରେ ହିମାଚଳପ୍ରଦେଶର ମହାରାଜା ଅଗ୍ରସେନ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର କୁନାଲ ସିଂହ ଏକ ସେନ୍ସରଯୁକ୍ତ ଗତିବିଧି ନିୟନ୍ତ୍ରଣକାରୀ ହ୍ୟାଣ୍ଡ୍‌ ସାନିଟାଇଜର୍‌ ବିକଶିତ କରିଛନ୍ତି। ଏହା ହାତରେ ବନ୍ଧାଯାଉଥିବା ଘଣ୍ଟା ଭଳି ଏକ ଉପକରଣ। ପିନ୍ଧିବାପରେ ଏହାକୁ ନ ଛୁଇଁ ହାତ ସାନିଟାଇଜ୍‌ କରିହେବ। ଏହି ଉପକରଣ ସହିତ ସାନିଟାଇଜର୍‌ ବୋତଲ ଲାଗିଛି। ତା’ ସହିତ ଇନ୍‌ଫ୍ରାରେଡ୍ ସେନ୍ସର୍‌ ଏବଂ ମାଇକ୍ରୋ କଣ୍ଟ୍ରୋଲର୍‌ ଲାଗିଛି। ଏଥି‌େର ଲାଗିଥିବା ସେନ୍ସର୍‌ ଅନ୍ୟ ହାତରୁ ସଙ୍କେତ ପାଇବାମାତ୍ରେ ତୁରନ୍ତ ମାଇକ୍ରୋ କଣ୍ଟ୍ରୋଲର୍‌କୁ ମେସେଜ୍‌ ଦେବ। ଏହି କଣ୍ଟ୍ରୋଲର୍‌ ଯେଉଁଠାରେ ଆବଶ୍ୟକତା ଥିବ, ସେଠାରେ ସାନିଟାଇଜର୍‌କୁ ସ୍ପ୍ରେ କରିବ। ଏହାକୁ ସେ ମାତ୍ର ୬୦୦ ଟଙ୍କା ଖର୍ଚ୍ଚ କରି ପ୍ରସ୍ତୁତ କରିଛନ୍ତି।

publive-image

ହେଡ୍‌ଫୋନ୍‌ ଯୋଗୁ ଶ୍ରବଣ ଶକ୍ତି ହ୍ରାସ
ଗୀତ ଶୁଣିବାକୁ କାହାକୁ ବା ଭଲ ନ ଲାଗେ ? ଅବଶ୍ୟ ସମସ୍ତଙ୍କ ଶୁଣିବା ଶୈଳୀ ଓ ଗୀତର ପସନ୍ଦ ଭିନ୍ନ ହୋଇଥାଏ। କେହି କେହି କମ୍ ସାଉଣ୍ଡ୍ ଦେଇ ଗୀତ ଶୁଣିଥାନ୍ତି ତ ପୁଣି କେହି ହେଡ୍‌ଫୋନ୍ ଲଗାଇ ଜୋର୍ ଭଲ୍ୟୁମ୍ ଦେଇ ଲାଉଡ୍ ମ୍ୟୁଜିକ୍ ଶୁଣିଥାନ୍ତି। ଗୀତ ଶୁଣିବା ଉଭୟ ମନ ଓ ଶରୀର ପାଇଁ ଭଲ, ଏଥିରେ ସନ୍ଦେହ ନାହିଁ। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ହେଡ୍‌ଫୋନ୍ ଦେଇ ଲାଉଡ୍ ମ୍ୟୁଜିକ୍ ଶୁଣିଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ। ଜୋର୍ ଭଲ୍ୟୁମ୍‌ରେ ଗୀତ ଶୁଣିଲେ ଶୁଣିବା ଶକ୍ତି ଅପେକ୍ଷାକୃତ ହ୍ରାସ ପାଇଥାଏ। ଅଧିକ ସାଉଣ୍ଡ୍‌ରେ ଗୀତ ଶୁଣିବା ଏକ ପ୍ରକାରର ଶବ୍ଦ ପ୍ରଦୂଷଣ । ଗବେଷଣାରୁ ଜାଣିବାକୁ ମିଳିଛି ଯେ ପାଖାପାଖି ୧.୧ ବିଲିୟନ୍ ଲୋକ ସଂପୂର୍ଣ୍ଣ ଭାବେ ଅଥବା ଆପେକ୍ଷିକ ଭାବେ ଏହି କାରଣରୁ ଶ୍ରବଣ ଶକ୍ତି ହରାଉଛନ୍ତି। ବିଶେଷ କରି ୧୨ରୁ ୨୫ ବର୍ଷ ବୟସ୍କଙ୍କ ଭିତରେ ଏହି ସମସ୍ୟା ଦେଖା ଦେଉଛି। ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ଶ୍ରବଣ ଶକ୍ତି ଗୀତ ପାଇଁ ପ୍ରଭାବିତ ହେଉଛି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe