ନୂଆ ସମୟ ନୂଆ କଥା : କରଜ କରି ପିଜା ଖାଇବା ଏବଂ ଉଡ଼ନ୍ତା ମଣିଷ

ନୂଆ ସମୟ ନୂଆ କଥା : କରଜ କରି ପିଜା ଖାଇବା ଏବଂ ଉଡ଼ନ୍ତା ମଣିଷ

Jamie Geller

ସାଧାରଣତଃ ପଇସାରେ ଅସୁବିଧା ହେଲେ ଲୋକମାନେ ଋଣ ନେଇଥାଆନ୍ତି। ଅନେକ ଲୋକ ଋଣ କରି କିଛି ଜିନିଷ ପତ୍ର ମଧ୍ୟ କିଣନ୍ତି। ହେଲେ ଋଣ କରି ପିଜା ଖାଇବା କଥା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବା କଥା। ଅନ୍‌ଲାଇନ୍‌ ଆର୍ଥିକ କମ୍ପାନୀ ଫିନ୍‌ଟେକ୍‌ ଏହି ସୁବିଧା ପ୍ରଦାନ କରୁଛି। ଏହି ସାଇଟ୍‌ରୁ କିଣାକିଣି ସହିତ ଖାଦ୍ୟ ସ‌ାମଗ୍ରୀଗୁଡ଼ିକ ଋଣରେ ମିଳୁଛି। କମ୍ପାନି ଏଥିନେଇ ଏକ ଟ୍ୟାଗ୍‌ଲାଇନ୍‌ ପ୍ରସ୍ତୁତ କରିଛି। ଲାଇନ୍‌ଟି ହେଉଛି-‘ଏବେ କିଣ ପଛରେ ପଇସା ଦିଅ’। କମ୍ପାନି କରଜ ଦେବା ପୂର୍ବରୁ ଗ୍ରାହକର ସମସ୍ତ ଠିକଣା, ବିଲ୍‌ ପୈଠର ଇତିହାସ, ସପିଙ୍ଗ୍‌ ପ୍ରଣାଳୀ ଆଦିର ସମସ୍ତ ପରୀକ୍ଷା କରିଥାଏ। ଯଦି ଗ୍ରାହକଙ୍କ ପ୍ରୋଫାଇଲ୍‌ ଠିକ୍‌ ଲାଗିଥାଏ ତେବେ ଯାଇ କମ୍ପାନି ଋଣ ଦେଇଥାଏ। ଆଧାର କାର୍ଡ ସହିତ ସମସ୍ତ ପ୍ରମାଣପତ୍ର ଦେବାକୁ ପଡ଼ିଥାଏ। ଗ୍ରାହକଙ୍କ କ୍ରେଡିଟ୍‌ ସୀମା ଅନୁଯାୟୀ ତାଙ୍କ ଋଣଖାତାରେ ରାଶିଯୁକ୍ତ କରାଯାଇଥାଏ। ଋଣ ‌େଦବା ସହିତ କମ୍ପାନି ସୁଧ ନେଇଥାଏ। ଏଥିରେ କେବଳ ଖାଦ୍ୟ ସାମଗ୍ରୀ ନୁହେଁ, ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯିବା ପାଇଁ ମଧ୍ୟ ଟିକେଟ୍‌ ଓ ହୋଟେଲ୍‌ ବୁକିଂ ଉପରେ ଋଣ ପ୍ରଦାନ କରିଥାଏ।

publive-image

ଉଡ଼ନ୍ତା ମଣିଷ
ମଣିଷ ସବୁବେଳେ ଆକାଶରେ ପକ୍ଷୀ ଭଳି ସ୍ବତନ୍ତ୍ରରୂପରେ ଉଡ଼ିବାର କଳ୍ପନା କରିଆସିଛି। ୟୁଏଇର ଦୁବାଇ ସହରରେ ଜେଟ୍‌ମ୍ୟାନ୍‌ ନାମରେ ଖ୍ୟାତ ଫ୍ରାନ୍ସ୍‌ର ସ୍କାଏ ଡାଇଭର୍‌ ଭିନ୍ସ୍‌ ରେଫେଟ୍‌ ଏହାକୁ ସାକାର କରିଛନ୍ତି। ଦୁବାଇ ଏକ୍ସପୋ-୨୦୨୦ରେ ରେଫେଟ୍‌ ଚାରିଟି ମିନି ଜେଟ୍‌ ଇଞ୍ଜିନ୍‌ରେ ସଞ୍ଚାଳିତ କାର୍ବନ୍‌ ଫାଇବର୍‌ ୱିଙ୍ଗ୍‌ ବା ଡେଣା ପିନ୍ଧି ୧୮୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିଥିଲେ। ଏହି ସମୟରେ ରେଫେଟ୍‌ଙ୍କ ହାରାହାରି ବେଗ ଘଣ୍ଟାପ୍ରତି ୨୪୦ କିଲୋମିଟର ଥିଲା। ତେବେ ତାଙ୍କ ଜେଟ୍‌ର ସର୍ବାଧିକ ବେଗ ୪୦୦୦ କିଲୋମିଟର। ବିଶେଷ କଥା ହେଉଛି, ପ୍ରଥମ ଥର ଉଚ୍ଚ ପ୍ଲାଟ୍‌ଫର୍ମ ପରିବର୍ତ୍ତେ ସିଧା ଭୂମିରୁ ଏଭଳି ଉଡ଼ାଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe