ନୂଆ ସମୟ ନୂଆ କଥା : ବିସ୍ଫୋରଣ ସୂଚନା ଦେବ ‘ବଡିଆର୍ମ ସେନ୍‌ସର’ ଏବଂ ଚୁମ୍ବକ ମ୍ୟାନ୍‌

ନୂଆ ସମୟ ନୂଆ କଥା : ବିସ୍ଫୋରଣ ସୂଚନା ଦେବ ‘ବଡିଆର୍ମ ସେନ୍‌ସର’ ଏବଂ ଚୁମ୍ବକ ମ୍ୟାନ୍‌

Daily Mail

ଆମେରିକାସ୍ଥ ଏକ ବିଶ୍ବବିଦ୍ୟାଳୟର କେତେକ ଗବେଷକ ଓ ବୈଜ୍ଞାନିକ ଏକତ୍ର ହୋଇ ‘ବଡି୍ଆର୍ମ ସେନ୍‌ସର’ ନାମକ ଏକ ସୁରକ୍ଷା ଉପକରଣ ତିଆରି କରିଛନ୍ତି। ଆମେରିକା ସୈନ୍ୟଙ୍କୁ ସୁରକ୍ଷା ଦେବା ଓ ବିସ୍ଫୋରଣରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ଉପକରଣ ତିଆରି କରାଯାଇଛି। ଉପକରଣଟି ତିନି ଭାଗରେ ବିଭକ୍ତ। ପ୍ରଥମ ଭାଗଟି ହେଲ୍‌ମେଟ୍‌, ଦ୍ବିତୀୟ ଭାଗଟି ବାହୁ ଓ ତୃତୀୟ ଭାଗଟି ଛାତିର ସାଞ୍ଜୁ। ଉକ୍ତ ସେନ୍‌ସର ବିସ୍ଫୋରଣ ପଦାର୍ଥର ପିଏସ୍‌ଆଇ (ପାଉଣ୍ଡସ୍‌ ପର ସ୍କୋୟାର ଇଞ୍ଚ)କୁ ମାପିବ। ପିଏସ୍‌ଆଇର ଅର୍ଥ ହେଉଛି ବିସ୍ଫୋରଣ ଉପକରଣରେ ହେଉଥିବା କମ୍ପନ ଓ ପ୍ରେସରକୁ ମାପିବା ଏକକ। ସେନ୍‌ସରଟି ଏକରୁ ଚାରି ପିଏସ୍‌ଆଇ ମାପିଲେ ସବୁଜ ରଙ୍ଗ, ଚାରିରୁ ଷୋହଳ ପିଏସ୍‌ଆଇ ମାପିଲେ ହଳଦିଆ ରଙ୍ଗ ଓ ଏହାଠାରୁ ଅଧିକ ମାପିଲେ ନାଲି ରଙ୍ଗର ଆଲୋକ ଜଳି ସଙ୍କେତ ଦେବ। ହେଲ୍‌ମେଟ୍‌ରେ ଲାଗିଥିବା ବଡିଆର୍ମ ସେନ୍‌ସର ବ୍ରେନ୍‌ ହାମରେଜ୍‌ ସମୟରେ ବ୍ରେନ୍‌ର କେଉଁ ପାଖ ଅଧିକ କ୍ଷତିଗ୍ରସ୍ତ ହୋଇଛି ତାହାର ସୂଚନା ଦେବ। ଏହି ସେନ୍‌ସରର ସଫଳ ପରୀକ୍ଷଣ ହୋଇସାରିଛି। ଏବେ ବୈଜ୍ଞାନିକମାନେ ଏହିପରି ୪୪୦୮ଟି ସେନ୍‌ସର ତିଆରି କରିବାରେ ଲାଗିପଡ଼ିଛନ୍ତି। ଗୋଟିଏ ସେନ୍‌ସର ତିଆରି କରିବାରେ ପ୍ରାୟ ୨୦ ମାସ ସମୟ ଲାଗିଥାଏ।

publive-image ABC News

ଚୁମ୍ବକ ମ୍ୟାନ୍‌
ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ବିଶ୍ବ ଚୁମ୍ବକ ମ୍ୟାନ୍‌ ଭାବେ ଜାଣେ। ଚିକାଗୋରେ ରହୁଥିବା ୪୭ ବର୍ଷୀୟ ଜ୍ୟାମେ କୋଟେନ୍‌ଙ୍କୁ ‘କ୍ୟାନ୍‌ ହେଡ୍‌’ ନାମରେ ମଧ୍ୟ ଡାକିଥାନ୍ତି। କାରଣ ବୋତଲ, କ୍ୟାନ୍‌, ଫୋନ୍‌, ପେପର୍ ଭଳି ଅନ୍ୟାନ୍ୟ ଜିନିଷ ତାଙ୍କ ମୁହଁରେ ଲାଗିଯାଏ। ଯେତେବେଳେ ଜ୍ୟାମେ ୭ ବର୍ଷର ଥିଲେ, ତାଙ୍କର ଏପରି ବିଶେଷତ୍ବ ବିଷୟରେ ଜଣାପଡ଼ିଲା। ଖେଳିବା ସମୟରେ ଖେଳନା ତାଙ୍କ ଶରୀରରେ ଲାଗିଯାଏ। ତାଙ୍କର ଏହି ଉପଲବ୍ଧି ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଛି। ଜ୍ୟାମେଙ୍କଠାରେ ଆଉ ଏକ ଭିନ୍ନ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳେ। ତାଙ୍କ ଶରୀରର ତାପମାତ୍ରା ସବୁବେଳେ ୧୦୦ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ। ମାତ୍ରାଧିକ ତାପମାତ୍ରା ଯୋଗୁ ତାଙ୍କର ଦେହ ଖରାପ ଥିବା କଥା ଅନେକ କୁହନ୍ତି। ମାତ୍ର ଡାକ୍ତରଙ୍କ ମତ ଅନୁସାରେ ସେ ସମ୍ପୂର୍ଣ୍ଣ ସୁସ୍ଥ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe