ନୂଆ ସମୟ ନୂଆ କଥା : ଉପଗ୍ରହ ସଂଯୋଗ କରିବ ଉତ୍ତୋଳକ ଏବଂ କେ ୨-୨୮୮ ବିବି ନୂଆ ଗ୍ରହ

ନୂଆ ସମୟ ନୂଆ କଥା : ଉପଗ୍ରହ ସଂଯୋଗ କରିବ ଉତ୍ତୋଳକ ଏବଂ କେ ୨-୨୮୮ ବିବି ନୂଆ ଗ୍ରହ

Pinterest

ଜାପାନ୍‌ର ବୈଜ୍ଞାନିକମାନେ ଖୁବ୍‌ଶୀଘ୍ର ଏକ ପ୍ରକାର ଏଲିଭେଟର୍‌ ବା ଉତ୍ତୋଳକ ତିଆରି ପାଇଁ କାମ କରୁଛନ୍ତି। ଜାପାନ୍‌ର ମହାକାଶ ଏଜେନ୍ସି ତାନାନ୍ନଗସିମା ଏହା ଜରିଆରେ ଏଚ୍‌-୨ବି ରକେଟ୍‌ ଉତ୍‌କ୍ଷେପଣ କରିପାରିବ। ଏବେ ନମୁନା ଭାବରେ ଏକ ଛୋଟ ଆକାରର ଏଲିଭେଟର୍‌ର ବ୍ୟବହାର କରାଯାଉଛି। ଏଥିରେ ଏକ ବାକ୍ସ ରହିବ। ମାତ୍ର ୬ ସେଣ୍ଟି‌ମିଟର ଲମ୍ବା, ତିନି ସେଣ୍ଟିମିଟର ଉଚ୍ଚ। ଯଦି ସବୁକିଛି ଠିକ୍‌ ରହିଲା ତେବେ ଭବିଷ୍ୟତରେ ମଧ୍ୟ ମହାକାଶରେ ଦୁଇଟି ଛୋଟ ଉପଗ୍ରହକୁ ଏହା ମାଧ୍ୟମରେ କେବୁଲ୍‌ ଦ୍ବାରା ସଂଯୋଗ କରାଯାଇପାରିବ। ଯାହା ଦୁଇଟି ଉପଗ୍ରହକୁ ପରସ୍ପର ସହ ସମ୍ପର୍କିତ ରଖିବ। ଏହା ବିଶ୍ବର ଏକ ନିଆରା ପ୍ରୟୋଗ, ଯେଉଁଥିରେ ମହାକାଶରେ ଏଲିଭେଟର୍‌ ବ୍ୟବହାର କରାଯାଉଛି।

publive-image

କେ ୨-୨୮୮ ବିବି ନୂଆ ଗ୍ରହ
ବୈଜ୍ଞାନିକମାନେ ଏକ ନୂଆ ଗ୍ରହ ଆବିଷ୍କାର କରିଛନ୍ତି। ଏହି ନୂଆ ଗ୍ରହକୁ ‘କେ ୨-୨୮୮ବିବି’ ନାମରେ ନାମିତ କରାଯାଇଛି। ନାସାର କେପ୍‌ଲର ସ୍ପେସ୍‌ ଟେଲି‌ସ୍କୋପ୍‌ ତଥ୍ୟକୁ ବ୍ୟବହାର କରି ବୈଜ୍ଞାନିକମାନେ ଏହି ନୂଆ ଗ୍ରହ ଆବିଷ୍କାର କରିଛନ୍ତି। ଏହାର ପୃଷ୍ଠଭୂମି ପଥୁରିଆ। ନୂତନ ଗ୍ରହ କେ ୨-୨୮୮ ବିବି ପ୍ରତି ୩୧.୩ ଦିନରେ ନିଜ କକ୍ଷରେ ପରିକ୍ରମା କରୁଛି। ଏହି ଚର୍ଚ୍ଚିତ ନୂଆ ଗ୍ରହ ନେପ୍‌ଚୁନ୍‌ଠାରୁ ଛୋଟ। ଏହା ପୃଥିବୀଠାରୁ ପାଖାପାଖି ୨୨୬ ପ୍ରକାଶ ବର୍ଷ ଦୂର। ନାସା କହିଛି ଚମକୁଥିବା ତାରା ଭଳି ଏହା ଦେଖାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe