ନୂଆ ସମୟ ନୂଆ କଥା : ୱାସିଂମେସିନ୍‌ରେ ନୋଟ୍‌ ଧୋଇଲେ ଏବଂ ନିଃସଙ୍ଗତା ଦୂର କରୁଛନ୍ତି ମଡେଲ୍‌ କଷ୍ଟମର୍‌

Advertisment
ନୂଆ ସମୟ ନୂଆ କଥା : ୱାସିଂମେସିନ୍‌ରେ ନୋଟ୍‌ ଧୋଇଲେ ଏବଂ ନିଃସଙ୍ଗତା ଦୂର କରୁଛନ୍ତି ମଡେଲ୍‌ କଷ୍ଟମର୍‌

କରୋନା ଭାଇରସ୍‌ ଆତଙ୍କ ଯେଉଁଭଳି ଭାବେ ଜାରି ରହିଛି, ଲୋକେ ଏହାର ସଂକ୍ରମଣକୁ ନେଇ ଖୁବ୍‌ ଭୟରେ ଅଛନ୍ତି। ଏହି ଭୟରେ ଦକ୍ଷିଣ କୋରିଆର ଜ‌େଣ ବ୍ୟକ୍ତି ମୋଟା ଅଙ୍କର ନୋଟ୍‌ ୱାସିଂମେସିନ୍‌ରେ ସଫ‌ା କରି ବଡ଼ ଧରଣର କ୍ଷତିର ସାମ୍ନା କରିଛନ୍ତି। ସିଓଲ୍‌ ନିକଟସ୍ଥ ଅନ୍‌ସାନ ସହରରେ ରହୁଥିବ‌ା ଏହି ବ୍ୟକ୍ତି ଜଣକ ବେଶ୍‌ କିଛି ଆମେରିକୀୟ ଡଲାର ନିଜ ମେସିନ୍‌ରେ ସଫା ପାଇଁ ପକାଇଥିଲେ। ଯାହାଫଳରେ କିଛି ନୋଟ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହାକୁ ବ୍ୟାଙ୍କ୍‌ରେ ବଦଳାଇବା ପାଇଁ ଅନୁରୋଧ କରିଛନ୍ତି। ନଷ୍ଟ ହୋଇଥିବା ଟଙ୍କା ବଦଳରେ ୧୯,୩୨୦ ଆମେରିକୀୟ ଡଲାର୍‌ ତାଙ୍କୁ ମିଳିଛି।

publive-image

ନିଃସଙ୍ଗତା ଦୂର କରୁଛନ୍ତି ମଡେଲ୍‌ କଷ୍ଟମର୍‌
ଟୋକିଓର ଅଧିକାଂଶ ରେସ୍ତୋରାଁ ଖାଲି ପଡ଼ିଥିବାବେଳେ ଗୋଟିଏ ରେସ୍ତୋର‌ାଁରେ ଭିଡ଼ ଜମୁଛି। ଏଠାକାର ମସାତୋ ଟେକ୍‌ମାଇନ୍‌ ଚାଇନିଜ୍‌ ରେସ୍ତୋରାଁରେ ଗ୍ରାହକଙ୍କ ଭିଡ଼ ଜମୁଛି। କାରଣ ସାମାଜିକ ଦୂରତା ବଜାୟ ରଖିବା ସହିତ ଗ୍ରାହକଙ୍କ ନିଃସଙ୍ଗତା ଦୂର କରିବାର ଏକ ପଦକ୍ଷେପ ରେସ୍ତୋରାଁ ପକ୍ଷରୁ ନିଆଯାଇଛି। ଏଠାରେ ମଡେଲ୍‌ କଷ୍ଟମର୍‌ ବା ଗ୍ରାହକଙ୍କ ମୂର୍ତ୍ତି ରଖାଯାଇଛି। ସେଠାରେ ବସି ଖାଇବାବେଳେ କାହାକୁ ଏକେଲାର ଅନୁଭବ ହେବ ନାହିଁ। ଏଠାରେ ୧୬ଟି ଏପରି ମୂର୍ତ୍ତି ତିଆରି କରାଯାଇ ରଖାଯାଇଛି। ପ୍ରତ୍ୟେକ ମୂର୍ତ୍ତି ଭିନ୍ନ ଭିନ୍ନ ମୁଡ୍‌ରେ ଥିବାର ଦେଖିବାର ମିଳିବ। କିଛି ଜାପାନୀ ପୋଷାକ ଓ କିଛି ଆଧୁନିକ ପୋଷାକ ପିନ୍ଧିଥିବାର ଦେଖିବାକୁ ବି ମିଳିବ। ରେସ୍ତୋରାଁ ଅଧିକାରୀଙ୍କ କହିବା ଅନୁସାରେ ସାମାଜିକ ଦୂରତା ପାଇଁ କିଛି ଟେବୁଲ୍‌କୁ ହଟାଯାଇଥିଲା। ଯାହାଦ୍ବାରା ଗ୍ରାହକଙ୍କୁ ଏକେଲା ଲାଗିବା ସହିତ ସେମାନେ ଆସିବା ବନ୍ଦ କରିଦେଇଥିଲେ। ଏବେ ଏପରି ନୂଆ ଧରଣର ଉପାୟରେ ଆମେ ଗ୍ରାହକଙ୍କୁ ଆଉଥରେ ଫେରାଇ ଆଣିବାରେ ସକ୍ଷମ ହୋଇପାରିଛୁ ବୋଲି ମାଲିକ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe