ନୂଆ ସମୟ ନୂଆ କଥା: ଧୂଳି ଉପରେ ଚିତ୍ରକଳା ଏବଂ ଦୃଷ୍ଟି ଶକ୍ତି ବଢ଼ାଇବ ଡିଭାଇସ୍‌

ନୂଆ ସମୟ ନୂଆ କଥା: ଧୂଳି ଉପରେ ଚିତ୍ରକଳା ଏବଂ ଦୃଷ୍ଟି ଶକ୍ତି ବଢ଼ାଇବ ଡିଭାଇସ୍‌

ଅଧିକ ଦିନ ଗୋଟିଏ ଜାଗାରେ କାର୍‌, ବସ୍‌, ଆଦି ରଖିବା ଫଳରେ ସେଥି‌େର ଧୂଳିର ଆସ୍ତରଣ ବସିଯାଏ। ମସ୍କୋର ଜଣେ କଳାକାର ନିକିତା ଗୋଲୁଦେଭ୍‌ ସେହି ଧୂଳି ଉପରେ ଅନନ୍ୟ ଚିତ୍ର ଅଙ୍କନ କରୁଛନ୍ତି। ଏହାକୁ ‘ଡର୍ଟ ଆର୍ଟ’ ବୋଲି କୁହାଯାଉଛି। ଏ ବିଷୟରେ ନିକତାଙ୍କ ମତ ହେଉଛି ଯେ ସେ କିଛି ଅଲଗା ଓ ଆକର୍ଷଣୀୟ କାମ କରିବାକୁ ଚାହଁୁଥିଲେ। ସେଥିପାଇଁ ଏମିତି ଏକ ଚିନ୍ତାଧାରା ତାଙ୍କ ମନକୁ ଆସିଲା। ସେହିଦିନଠାରୁ ପୁରୁଣା କାର୍‌, ବସ୍‌, ଟ୍ରକ୍‌ ଉପରେ ଏପରି ଚିତ୍ର ଆଙ୍କିବା ସେ ଆରମ୍ଭ କରିଦେଲେ। ଏବେ ଏହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

publive-image

ଦୃଷ୍ଟି ଶକ୍ତି ବଢ଼ାଇବ ଡିଭାଇସ୍‌
ଆମେ ଯଦି କୌଣସି ଦୃଷ୍ଟିଶକ୍ତିଜନିତ ସମସ୍ୟାର ସମ୍ମୁଖୀନ ହେଉ, ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରିଥାଉ। ହେଲେ ଏପରି ସମସ୍ୟାର ସମାଧାନ କରିବା ଲାଗି ଏକ ନୂଆ ଉପାୟ ଉଦ୍ଭାବିତ ହୋଇଛି। ଚାଇନାର ବୈଜ୍ଞାନିକମାନେ ଦୀର୍ଘ ତିନିବର୍ଷ ଗବେଷଣା କରି ଏକ ହାଇଟେକ୍‌ ଡିଭାଇସ୍‌ ପ୍ରସ୍ତୁତ କରିଛନ୍ତି। ଏହି ସୂକ୍ଷ୍ମ ଡିଭାଇସ୍‌କୁ ଲେନ୍‌ସରେ ସଂଯୋଗ କରାଯାଇଥାଏ। କୌଣସି ଦୃଷ୍ଟିଶକ୍ତିଜନିତ ସମସ୍ୟା ଥିଲେ ତାହାକୁ କେତେକାଂଶରେ ଦୂର କରିବାରେ ଏହା ସକ୍ଷମ ହୋଇଥାଏ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe