ନୂଆ ସମୟ ନୂଆ କଥା: ୪୧୦ ଦେଶର ବ୍ୟାଙ୍କ୍‌ ନୋଟ୍‌ ସଂଗ୍ରହ କରି ରେକର୍ଡ ଏବଂ ମମ୍ମିର ନଖ

ନୂଆ ସମୟ ନୂଆ କଥା: ୪୧୦ ଦେଶର ବ୍ୟାଙ୍କ୍‌ ନୋଟ୍‌ ସଂଗ୍ରହ କରି ରେକର୍ଡ ଏବଂ ମମ୍ମିର ନଖ

zee5.com

ତାମିଲନାଡ଼ୁର ଜଣେ ଇଞ୍ଜିନିୟର୍‌ ଆନ୍ନାମଲାଇ ରାଜେନ୍ଦ୍ରନ୍‌ ଏବେ ଏକ ବିରଳ କୃତିତ୍ବ ହାସଲ କରିଛନ୍ତି। ସର୍ବାଧିକ ଦେଶର ବ୍ୟାଙ୍କ୍‌ ନୋଟ୍‌ ସଂଗ୍ରହ କରି ସେ ଏସିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଏ ସମ୍ପର୍କରେ ୩୪ ବର୍ଷୀୟ ରାଜେନ୍ଦ୍ରନ୍‌ କହିଛନ୍ତି ‘ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଲାଗି ୧୦ ବର୍ଷ ତଳୁ ମଁୁ ଏହି ଅଭ୍ୟାସ ଆରମ୍ଭ କରିଥିଲି।’ ଏବେ ଯାଏ ସେ ୪୧୦ ଦେଶର ବ୍ୟାଙ୍କ୍‌ ନୋଟ୍‌ ସଂଗ୍ରହ କରିଛନ୍ତି। ରାଜେନ୍ଦ୍ରନ୍‌ ସଂଗ୍ରହ କରିଥିବା ନୋଟ୍‌ ମଧ୍ୟରେ ଜାତିସଂଘର ୧୮୯ ସଦସ୍ୟ ରାଷ୍ଟ୍ର, ୨୭ ଦ୍ବୀପର ବ୍ୟାଙ୍କ୍‌ ନୋଟ୍‌ ସାମିଲ। ସେଥିରେ ସପ୍ତଦଶ ଶତାବ୍ଦୀରୁ ଅ‌ାରମ୍ଭ କରି ଏକବିଂଶ ଶତାବ୍ଦୀର ନୋଟ୍‌ ମଧ୍ୟ ରହିଛି। ସେହିପରି କାଗଜ, ପଲିମର, କାର୍ଡବୋର୍ଡ, ସୁନା ଓ କପଡ଼ାରେ ତିଆରି ମୁଦ୍ରାକୁ ସେ ସାଇତି ରଖିଛନ୍ତି।

publive-image

ମମ୍ମିର ନଖ
ହିମାଚଳପ୍ରଦେଶସ୍ଥିତ ଗୟୁ ଗାଁରେ ଥିବା ଏକ ୫୫୦ ବର୍ଷ ପୁରୁଣା ମୃତଦେହ (ମମ୍ମି) ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାକୁ ଦେଖିବା ପାଇଁ ପଞ୍ଜାବ, ହରିଆନା, ଚଣ୍ଡିଗଡ଼ ଆଦି ଜାଗାରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ମମ୍ମିର ନଖ ଓ କେଶ ବଢ଼ୁଛି। ‌ତେଣୁ ସେମାନେ ଏହାକୁ ଭଗବାନ ଭାବି ପୂଜା କରୁଛନ୍ତି। ଏହି ମମ୍ମି ଲାମା ସାଙ୍ଗଲା ତେନ୍‌ଜିଂଙ୍କର ବୋଲି ବିଶ୍ବାସ କରାଯାଉଛି। ସେ ତିଦ୍ଧତରୁ ଗୟୁ ଭାଁ ଆସି ତପସ୍ୟା କରୁଥିଲେ। ଧ୍ୟାନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇ ହୋଇଥିଲା। ସେତେବେଳେ ତାଙ୍କର ବୟସ ମାତ୍ର ୪୫ ହୋଇଥିଲା। ଏହା ବିଶ୍ବର ଏକମାତ୍ର ମମ୍ମି ଯାହାକୁ ବସିଥିବାର ଦେଖିବାକୁ ପାଇବେ। ୧୯୭୪ ମସିହାରେ ସେଠାରେ ଆସିଥିବା ଏକ ଭୂକମ୍ପ ଯୋଗୁ ଏହା ମାଟିତଳେ ଦବି ଯାଇଥିଲା। ହେଲେ ୧୯୯୫ରେ ଆଇଟିବିପିର ଯବାନ୍‌ମାନେ ସଡ଼କ ଖୋଳିବା ସମୟରେ ଏହାକୁ ପୁଣି ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe