ନୂଆ ସମୟ ନୂଆ କଥା : ବେଲୁନ୍‌ ଉପରେ ନାଚ ଓ ଗଛ ଦେଉଛି ପାଣି

ନୂଆ ସମୟ ନୂଆ କଥା : ବେଲୁନ୍‌ ଉପରେ ନାଚ ଓ ଗଛ ଦେଉଛି ପାଣି

Navbharat Times

କେତେକ ଲୋକ ଅଛନ୍ତି ଯେଉଁମାନେ କିଛି ନା କିଛି ନୂଆ କାମ କରି ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି। ସେମିତି ଜଣେ ହେଲେ ପବନରେ ଉଡ଼ୁଥିବା ‘ହଟ୍‌ ଏହାର ବେଲୁନ୍‌’ ଉପରେ ଡ୍ୟାନ୍ସ ଓ ବୁଲାବୁଲି କରୁଥିବା ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ପଶ୍ଚିମ ଫ୍ରାନ୍‌ସର ରେମ୍ୟା ଓଭରୟାର୍ଡ। ତାଙ୍କ ବୟସ ମାତ୍ର ୨୬ ବର୍ଷ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସେ ଯେଉଁ ହଟ୍‌ ଏୟାର୍‌ ବେଲୁନ ଉପରେ ନାଚୁଥିଲେ ତାକୁ ତାଙ୍କ ବାପା ଚଲାଉଥିଲେ। ସମୁଦ୍ର ପତ୍ତନଠାରୁ ୩,୨୮୦ ଫୁଟ୍‌ ଉଚ୍ଚରେ ବେଲୁନ୍‌ଟି ଉଡ଼ୁଥିଲା। ସେହି ସମୟରେ ସେ ବେଲୁନ୍‌ଟି ଉପରେ ନୃତ୍ୟ କରି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ କରିଛନ୍ତି।

publive-image strangesounds.org

ଗଛ ଦେଉଛି ପାଣି
କୃତ୍ରିମ ଉପାୟରେ ଗଛ କିମ୍ବା କୌଣସି ମୂର୍ତ୍ତିରୁ ପାଣି ଝରିବା ଆମେ ଦେଖିଥିବା। ହେଲେ ପ୍ରାକୃତିକ ଉପାୟରେ ଗୋଟିଏ ଗଛରୁ ପାଣି ବାହାରୁଛି। ୟୁରୋପ୍‌ର ମୋଣ୍ଟେନେଗ୍ରାସ୍ଥିତ ଡିନୋସା ନାମକ ଏକ ଗ୍ରାମରେ କିଛି ମଲ୍‌ବେରି ଜାତିର ଗଛ ରହିଛି। ସେଠାରେ ଥିବା ଏକ ମ୍‌ଲବେରି ଗଛରୁ ଅନବରତ ପାଣି ବାହାରୁଛି। କେବଳ ବର୍ଷାଦିନେ ଏପରି ହେଉଥିବାର ଦେଖିବାକୁ ମିଳେ। ଗଛର ବୟସ ଶହେ ବ‌ର୍ଷରୁ ଅଧିକ ହେଲାଣି ବୋଲି ଗ୍ରାମବାସୀ କୁହନ୍ତି। ବୈଜ୍ଞାନିକଙ୍କ ମତରେ ବର୍ଷା ଦିନରେ ସ୍ଥାନୀୟ ଅଞ୍ଚର ଭୂତଳ ଜଳ ଅଧିକ ହୋଇ ସେଠାରେ ଚାପ ସୃଷ୍ଟି ହୁଏ। ଶହେ ବର୍ଷରୁ ଅଧିକ ହୋଇଯାଇଥିବାରୁ ଗଛ ଭିତର ଫମ୍ପା ହୋଇଯାଇଛି। ‌ଫଳରେ ଚେର ବାଟ ଦେଇ ଭୂତଳ ଜଳ ଗଛ କୋରଡ଼ରୁ ପ୍ରବାହିତ ହେଉଛି। ମୋଣ୍ଟେନେଗ୍ରାକୁ ମଲ୍‌ବେରି ଗଛର ସହର ବୋଲି କୁହାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe