ନୂଆ ସମୟ ନୂଆ କଥା: ପ୍ଲାଷ୍ଟିକ୍‌ ଷ୍ଟ୍ରରେ ତିଆରି ସମୁଦ୍ର ଜୁଆର ଏବଂ ଜଙ୍ଘରେ ଫଟାନ୍ତି ତରଭୁଜ

Advertisment
ନୂଆ ସମୟ ନୂଆ କଥା: ପ୍ଲାଷ୍ଟିକ୍‌ ଷ୍ଟ୍ରରେ ତିଆରି ସମୁଦ୍ର ଜୁଆର ଏବଂ ଜଙ୍ଘରେ ଫଟାନ୍ତି ତରଭୁଜ

ପ୍ଲାଷ୍ଟିକ୍‌ ଆବର୍ଜନା ଦିନକୁ ଦିନ ବଢ଼ିବାକୁ ଲାଗିଛି। କେବଳ ସ୍ଥଳ ଭାଗରେ ନୁହେଁ ସମୁଦ୍ରରେ ବି ଏହାର ପରିମାଣ ବଢ଼ିବାକୁ ଲାଗିଲାଣି। ତେବେ କାନାଡାର ସ୍ଥପତି ଭନ୍‌ ଓଙ୍ଗ୍‌ ଏହି ପ୍ଲାଷ୍ଟିକ୍‌ ଆବର୍ଜନାକୁ ଭିନ୍ନ ଉପାୟରେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ଆଉ ଗଢ଼ୁଛନ୍ତି ବିଭିନ୍ନ ସ୍ଥାପତ୍ୟ। ନିକଟରେ ତାଙ୍କର ଏକ ସ୍ଥାପତ୍ୟ ବେଶ୍‌ ଚର୍ଚ୍ଚାକୁ ଆସିଛି। ଅଦରକାରୀଭାବେ ଏଣେତେଣେ ପଡ଼ି ରହିଥିବା ପ୍ଲାଷ୍ଟିକ୍‌ ଷ୍ଟ୍ର’କୁ ବ୍ୟବହାର କରି ସେ ଉକ୍ତ ସ୍ଥାପତ୍ୟଟିକୁ ତିଆରି କରିଛନ୍ତି। ଏହାକୁ ସେ ଭିଏତ୍‌ନାମର ହୋଚି ମିନ୍‌ ସହରରେ କରିଛନ୍ତି। ବିଭିନ୍ନ ଡଷ୍ଟବିନ୍‌ରୁ ସେ ସବୁ ସଂଗ୍ରହ ହୋଇଛି। ୬ ମାସର ସଂଗ୍ରହ ପରେ ତାକୁ ସଫା କରାଯାଇଥିଲା ଓ ରଙ୍ଗ ଅନୁଯାୟୀ ଅଲଗା ଅଲଗା ରଖାଯାଇଥିଲା। ପରେ ଏହାକୁ ନେଇ ସେ ସ୍ଥାପତ୍ୟ ଗଢ଼ିବା ଆରମ୍ଭ କରିଥିଲେ। ଆଉ ତିଆରି କରିଥିଲେ ଏକ ବିରାଟକାୟ ସମୁଦ୍ର ଲହଡ଼ି ମାଡ଼ି ଆସୁଥିବା ଭଳି ସ୍ଥାପତ୍ୟ, ଯାହାର ଉଚ୍ଚତା ୧୦ ଫୁଟ ୯ ଇଞ୍ଚ, ଲମ୍ବା ୩୬ ଫୁଟ୍‌ ୨ ଇଞ୍ଚ ଏବଂ ଓସାର ୧୪ ଫୁଟ ୯ ଇଞ୍ଚ ଥିଲା। ପର୍ଯ୍ୟଟକ ଏହାର ଭିତର ଦେଇ ଗଲାବେଳେ ଏକ ବିରାଟକାୟ ଜୁଆର ମଧ୍ୟରେ ଗଲାଭଳି ଅନୁଭବ କରନ୍ତି।

publive-image guinnessworldrecords.com

ଜଙ୍ଘରେ ଫଟାନ୍ତି ତରଭୁଜ
ୟୁକ୍ରେନ୍‌ର ଓଲ୍‌ଗା ଲି୍ରାଶ୍ଚୁକ୍‌ କରିଛନ୍ତି ଏକ ଭିନ୍ନ ଧରଣର ରେକର୍ଡ। ଏହି ରେକର୍ଡ ପାଇଁ କେହି କେହି ତାଙ୍କୁ ଷ୍ଟ୍ରଙ୍ଗ୍‌ ଓମେନ୍‌ ବି କହୁଛନ୍ତି। କାରଣ ସେ ନିଜର ଦୁଇ ଜଙ୍ଘ ମଝିରେ ତରଭୁଜ ରଖି ତାକୁ ଶକ୍ତ ଚାପ ପକାଇ ଫଟାଇ ପାରୁଛନ୍ତି। ଦେଖିବାକୁ ଏହା ସହଜ ଲାଗିପାରେ ହେଲେ ଏହା ଆଦୌ ସହଜ ନୁହେଁ। ସେ ପ୍ରଥମ ତରଭୁଜକୁ ଫଟାଇବା ପରେ ଭଲରେ ଦୁଇ ଜଙ୍ଘକୁ ପୋଛି ଆଉ ଏକ ତରଭୁଜ ରଖନ୍ତି ଫଟାଇବା ପାଇଁ। କାରଣ ଏଭଳି କଲେ ତରଭୁଜ ସ୍ଲିପ୍‌ ହୋଇ ନ ଥାଏ ବା ଖସି ନ ଥାଏ। ମାତ୍ର ୧ ମିନିଟ୍‌ରେ ସେ ୩ଟି ତରଭୁଜ ଫଟାଇ ଗିନିଜ୍‌ ୱର୍ଲଡ୍‌ ରେକର୍ଡସ୍‌ରେ ସ୍ଥାପନ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe