ନୂଆ ସମୟ ନୂଆ କଥା: ୧୪ଶହ ଟଙ୍କାର ମୁଦ୍ରା ୧୩୮ କୋଟିରେ ନିଲାମ ଏବଂ ଓଟଙ୍କ ଡାକ୍ତରଖାନା

ନୂଆ ସମୟ ନୂଆ କଥା: ୧୪ଶହ ଟଙ୍କାର ମୁଦ୍ରା ୧୩୮ କୋଟିରେ ନିଲାମ ଏବଂ ଓଟଙ୍କ ଡାକ୍ତରଖାନା

The Spruce Crafts

ଆମେରିକାରେ ୧୪୦୦ ଟଙ୍କାର ଏକ ମୁଦ୍ରା ୧୩୮ କୋଟି ଟଙ୍କାରେ ନିଲାମ ହୋଇଛି। ନ୍ୟୁୟର୍କଠାରେ ଗତ ମଙ୍ଗଳବାର ଡବଲ୍‌ ଇଗଲ ସ୍ବର୍ଣ୍ଣ ମୁଦ୍ରାର ନିଲାମ ହୋଇଛି। ନିଲାମ ଚାଲିଥିବା ବୋଲିରେ ଏହା ସବୁ ରେକର୍ଡ ଭାଙ୍ଗିଛି। ଏହି ନିଲାମରେ ବିଶ୍ବର ସବୁଠୁ ଦୁର୍ଲ୍ଲଭ ଟିକେଟ୍‌ ୬୦ କୋଟି ଟଙ୍କାରେ ନିଲାମ ହୋଇଛି। ସୋଥବାଏ ନିଲାମ ଘରେ ନିଲାମ ହୋଇଥିବା ଏହି ମୁଦ୍ରା ୭୩ କୋଟିରୁ ୧୦୦ କୋଟି ଟଙ୍କା ମଧ୍ୟରେ ବିକ୍ରି ହେବ ବୋଲି ଆଶା କରାଯାଇଥିଲା। କିନ୍ତୁ ୧୩୮ କୋଟି ଟଙ୍କାରେ ବିକ୍ରି ହୋଇ ଏହା ସବୁ ରେକର୍ଡ ଭାଙ୍ଗିଛି। କଲେକ୍ଟର ଷ୍ଟୁଆର୍ଟ ଏହି ଭିଟ୍‌ସମ୍ୟାନ୍‌ ମୁଦ୍ରାକୁ ବିକ୍ରି କରିଛନ୍ତି। ୨୦୦୨ ମସିହାରେ ସେ ଏହାକୁ ପ୍ରାୟ ୫୫ କୋଟି ଟଙ୍କାରେ କିଣିଥିଲେ। ୨୦ ଡଲାର ଡବଲ୍‌ ଇଗଲ୍‌ ସ୍ବର୍ଣ୍ଣ ମୁଦ୍ରାର ଗୋଟିଏ ପଟେ ଉଡ଼ନ୍ତା ଇଗଲ ଡିଜାଇନ୍‌ ହୋଇଛି। ଅନ୍ୟ ପାର୍ଶ୍ବରେ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିର ଚିତ୍ର ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ସଂଯୁକ୍ତ ରାଜ୍ୟ ଆମେରିକାରେ ପ୍ରଚଳନ ଲାଗି ଶେଷ ସ୍ବର୍ଣ୍ଣ ମୁଦ୍ରା ହୋଇଥିବାରୁ ଏହାର ମୂଲ୍ୟ ବଢ଼ିଯାଇଛି।

publive-image

ଓଟଙ୍କ ଡାକ୍ତରଖାନା
ମଣିଷଙ୍କ ଭଳି ପଶୁଙ୍କର ମଧ୍ୟ ଡାକ୍ତଖାନା ରହିଛି। ତେବେ ଖାସ୍‌ କରି ଦୁବାଇରେ ଓଟଙ୍କ ପାଇଁ ନିର୍ମିତ ଡାକ୍ତରଖାନାର କଥା ଟିକେ ଅଲଗା। ଏଠି କେବଳ ଓଟଙ୍କର ଚିକିତ୍ସା କରାଯାଏ। ଡାକ୍ତରଖାନାଟିର ନାମ ହେଉଛି ‘ଦୁବାଇ କ୍ୟାମେଲ ହସ୍ପିଟାଲ୍‌’। ଏ ହେଉଛି ପୃଥିବୀର ଏଭଳି ଏକମାତ୍ର ଡାକ୍ତରଖାନା। ଏଠାରେ ବହୁ ଆଧୁନିକ ପଦ୍ଧତି ବ୍ୟବହାର କରାଯାଇଛି। ଏହାକୁ ନିର୍ମାଣ କରିବା‌ ଲାଗି ୭୧ କୋଟି ଖର୍ଚ୍ଚ ହୋଇଥିଲା। ଏହା ଏବେ ସାରା ପୃଥିବୀରେ ଚର୍ଚ୍ଚିତ। ଏଠାରେ ଓମାନ୍‌ରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସଂଯୁକ୍ତ ଆରବ ଏମିରେଟ୍‌ର ଓଟଙ୍କ ଚିକିତ୍ସା କରାଯାଏ। ରେସ୍‌ରେ ଦୌଡ଼ୁଥିବା ଘୋଡ଼ାଙ୍କର ବି ଏଠାରେ ଚିକିତ୍ସା କରାଯାଇଥାଏ। ଅନେକ ସମୟରେ ଅପରେଶନ ଥିଏଟରରେ ଓଟଙ୍କୁ ଓଲଟା ଝୁଲାଇ ଚିକିତ୍ସା କରାଯାଇଥାଏ। ଏଠାରେ ୬୫ ଜଣ ଷ୍ଟାଫ୍‌ ଥିବାବେଳେ ଏକକାଳୀନ ୨୨ଟି ଓଟଙ୍କ ଚିକିତ୍ସା କରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe