ନୂଆ ସମୟ ନୂଆ କଥା: ବରଫ ଆଗ୍ନେୟଗିରି ଏବଂ ଏରୋପ୍ଲେନ୍‌ ହ୍ୟାଣ୍ଡ୍‌ବ୍ୟାଗ୍‌

ନୂଆ ସମୟ ନୂଆ କଥା: ବରଫ ଆଗ୍ନେୟଗିରି ଏବଂ ଏରୋପ୍ଲେନ୍‌ ହ୍ୟାଣ୍ଡ୍‌ବ୍ୟାଗ୍‌

କାଜାଖସ୍ତାନ୍‌ର ଆଲ୍‌ମାଟି କ୍ଷେତ୍ର ଏବେ ବରଫର ମୋଟା ଚାଦର ଦ୍ବାରା ଆବୃତ୍ତ ହୋଇଛି। ଏହି ଜଟିଳ ସ୍ଥିତି ବି ଲୋକଙ୍କୁ ସେଠାକୁ ଯିବାରୁ ଅଟକାଇ ପାରିନାହିଁ। ତା’ର କାରଣ ଏଠାରେ ସୃଷ୍ଟ ଏକ ‘ବରଫ ଆଗ୍ନେୟଗିରି’, ଯାହା ଏବେ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ୪୫ ଫୁଟ ଉଚ୍ଚ ଏହି ବରଫ ଗଦା ଏକ ଭୂତଳ ଝରଣା ଉପରେ ସୃଷ୍ଟି ହୋଇଛି। ଏଥିରୁ ଏବେ ବି ଜଳ ନିର୍ଗତ ହେଉଛି, ଯାହା ସଙ୍ଗେସଙ୍ଗେ ବରଫରେ ରୂପାନ୍ତରିତ ହେଉଛି ଏବଂ କୋନ୍‌ ଡିଜାଇନ୍‌ର ରୂପ ନେଉଛି। ଗତ ବର୍ଷ ଅପେକ୍ଷାକୃତ ଏକ ଛୋଟ ବରଫ ଆଗ୍ନେୟଗିରି ଏହି ଅଞ୍ଚଳରେ ସୃଷ୍ଟି ହୋଇଥିଲା। କିନ୍ତୁ ସ୍ଥାନୀୟ ଲୋକେ କହୁଛନ୍ତି, ବରଫ ଆଗ୍ନେୟଗିରି ହେଉଛି ପ୍ରଥମ, ଯାହାର ଶୀର୍ଷର ଲଗାତାର ଜଳ କଣିକା ବିଚ୍ଛୁରିତ ହେଉଛି। ଏହା ଠିକ୍‌ ଏକ ଲାଭାପୂର୍ଣ୍ଣ ଆଗ୍ନେୟଗିରିିରୁ ନିର୍ଗତ ଧୂଆଁ ଭଳି ଦିଶୁଛି। ଏହି ବରଫ ଆଗ୍ନେୟଗିରିରୁ ଲଗାତାର ଯେଉଁ ଜଳକଣା ନିର୍ଗତ ହେଉଛି, ତାହା ତଳେ ପଡ଼ିବା ମାତ୍ରେ ବରଫରେ ରୂପାନ୍ତରିତ ହେଉଛି। ତେବେ ଖରାଦିନେ ଏ ସମଗ୍ର ଅଞ୍ଚଳ ଝରଣା ପାଣି ପାଇ ସବୁଜ ପରିବା ଗଛ ଦ୍ବାରା ଭରି ହୋଇଥାଏ।

publive-image

ଏରୋପ୍ଲେନ୍‌ ହ୍ୟାଣ୍ଡ୍‌ବ୍ୟାଗ୍‌
ଲୁଇସ୍‌ ଭିଟୋନ୍‌ ମେନ୍ସ୍‌ୱେର୍‌ର ଆର୍ଟିଷ୍ଟିକ୍‌ ଡାଇରେକ୍ଟର ଭିର୍ଗିଲ୍‌ ଅବ୍‌ଲୋହ ଡିଜାଇନ୍‌ କରିଛନ୍ତି ଏକ ନୂଆ ହ୍ୟାଣ୍ଡ୍‌ବ୍ୟାଗ୍‌। ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଏହି ହ୍ୟାଣ୍ଡ୍‌ବ୍ୟାଗ୍‌ ଦେଖିବାକୁ ଏରୋପ୍ଲେନ୍‌ ପରି। ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ଏହାର ମୂଲ୍ୟ ସିଙ୍ଗଲ୍‌ ଇିଞ୍ଜିନ୍‌ ବିଶିଷ୍ଟ ଏରୋପ୍ଲେନ୍‌ଠାରୁ ବି ଅଧିକ। ପ୍ରାୟ ୩୯୦୦୦ ଡଲାର ବା ପ୍ରାୟ ୧୯,୧୫,୪୪୪୫ ଟଙ୍କା। ଏଥିରେ ଲୁଇସ୍‌ ଭିଟୋନ୍‌ର ଆଇକୋନିକ୍‌ ମୋନୋଗ୍ରାମ୍‌ ଦେଖିବାକୁ ମିଳେ। ସତସତିକା ଏରୋପ୍ଲେନ୍‌ ଭଳି ଏହି ବ୍ୟାଗ୍‌ର ୱିଙ୍ଗସ୍‌ ବି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe