ନୂଆ ସମୟ, ନୂଆ କଥା: ୨୪ ଇଞ୍ଚର ଶିଶୁ ଏବଂ ୧୧୨ ବର୍ଷୀୟ ଏମିଲିଓ ସବୁଠୁ ବୟସ୍କ ପୁରୁଷ

ନୂଆ ସମୟ, ନୂଆ କଥା: ୨୪ ଇଞ୍ଚର ଶିଶୁ ଏବଂ ୧୧୨ ବର୍ଷୀୟ ଏମିଲିଓ ସବୁଠୁ ବୟସ୍କ ପୁରୁଷ

ଆମେରିକାର ଲୁସିଆନାରେ ଜଣେ ଶିଶୁ କନ୍ୟାର ଉଚ୍ଚତା ତା’ର ମା’ ବାପାଙ୍କ ଚିନ୍ତା ବଢ଼ାଇଛି। ୨ ବର୍ଷୀୟ ଏହି ଶିଶୁର ଉଚ୍ଚତା ୨୪ ଇଞ୍ଚ ପର୍ଯ୍ୟନ୍ତ ବଢ଼ିବ ବୋଲି ଡାକ୍ତର କହିବା ପରେ ସେମାନେ ବ୍ୟସ୍ତ ହେଉଛନ୍ତି। ଶିଶୁଟି ଡ୍ବାର୍ଫିଜମ୍‌ ନାମକ ରୋଗରେ ପୀଡ଼ିତ। ଏହି ରୋଗ ଯୋଗୁ ବ୍ୟକ୍ତିର ଉଚ୍ଚତା ବଢ଼େ ନାହିଁ। ସେ ବାମନ ହୋଇ ରହେ। ଶିଶୁର ନାଁ ଅବିଗେଲ୍‌। ତା’ର ଓଜନ ମାତ୍ର ୩.୧୮ କିଲୋ। ଡାକ୍ତରଙ୍କ କହିବା ଅନୁସାରେ ଅବିଗେଲ୍‌ ମାଇକ୍ରୋସେଫାଲିସ୍‌ ନାମକ ବିରଳ ରୋଗରେ ମଧ୍ୟ ପୀଡ଼ିତ। ସେଥିପାଇଁ ସେ ମାତ୍ର ୨୪ ଇଞ୍ଚ ପର୍ଯ୍ୟନ୍ତ ବଢ଼ିପାରିବ। ଜନ୍ମ ସମୟରେ ସେ ୧ କିଲୋ ୧୬ ଗ୍ରାମ୍‌ର ଥିଲା। ଦିନକୁ ସେ ମାତ୍ର ୨ ଗ୍ରାମ୍‌ ବଢ଼ୁଛି। ଏ ନେଇ ବାପା ମା’ ଖୁବ୍‌ ଚିନ୍ତାରେ ଅଛନ୍ତି। ଅବିଗେଲ୍‌ ସୁସ୍ଥ, କିନ୍ତୁ ଅନେକ ସମସ୍ୟା ମଧ୍ୟରେ ଗତିକରୁଛି। ସେ ଚାଲିପାରୁନି, ଗୁରୁଣ୍ଡି ଗୁୁରୁଣ୍ଡି ଚାଲୁଛି। ତା’ର ଦୃଷ୍ଟିଶକ୍ତି ମଧ୍ୟ ବହୁତ ଖରାପ।

publive-image

୧୧୨ ବର୍ଷୀୟ ଏମିଲିଓ ସବୁଠୁ ବୟସ୍କ ପୁରୁଷ
ପୋର୍ଟୋରିକୋ ବାସିନ୍ଦା ଏମିଲିଓ ବିଶ୍ବର ସବୁଠାରୁ ବୟସ୍କ ପୁରୁଷର ମାନ୍ୟତା ପାଇଛନ୍ତି। ୧୧୨ ବର୍ଷ ଓ ୩୨୬ ଦିନର ମାର୍କ୍ବେଜ ଗିନିଜ୍‌ ବିଶ୍ବ ରେକର୍ଡର ସ୍ଥାନ ପାଇଛନ୍ତି। ସେ ୧୯୦୮ ମସିହାରେ ପୋର୍ଟୋ-ରିକୋର ରାଜଧାନୀ ସାନ୍‌ ଜୁଆ୍‌ର ପୂର୍ବରେ ଅବସ୍ଥିତ କାରୋଲିନାରେ ଜନ୍ମଗ୍ରହଣ କରିଥିଲେ। ଗିନିଜ୍‌ ପକ୍ଷରୁ ତାଙ୍କୁ ସବୁଠୁ ବୟସ୍କ ପୁରୁଷର ପ୍ରମାଣପତ୍ର ତାଙ୍କ ଘରେ ପ୍ରଦାନ କରାଯାଇଛି। ଦୀର୍ଘ ଜୀବନ ବିଷୟରେ ପଚାରିବାରୁ ସେ କହିଛନ୍ତି ମୋ ବାପା ମୋତେ ଭଲ ପାଇବା ଦେଇ ବଢ଼ାଉଥିଲେ ଏବଂ ସମସ୍ତଙ୍କୁ ଭଲ ପାଇବାକୁ ଶିଖାଇଥିଲେ। ସେ ସବୁବେଳେ ଆମ ଭାଇ ଭଉଣୀମାନଙ୍କୁ ଭଲ କାମ କରିବାକୁ ଓ ସମସ୍ତଙ୍କୁ ଦାନ କରିବା ଶିଖାଇଥିଲେ। ଏସବୁ ପରେ ଯୀଶୁ ମୋ ଭିତରେ ଅଛନ୍ତି ବୋଲି କହିଥିଲେ। ୧୧ ଭଉଣୀଙ୍କ ଭିତରେ ସେ ପ୍ରଥମ ପୁଅ। ପରିବାରର ଆଖୁ କ୍ଷେତରେ ସେ କାମ କରୁଥିଲେ। ମାତ୍ର ୩ ବର୍ଷ ସେ ସ୍କୁଲ୍‌ରେ ପଢ଼ିଥିଲେ। ଏହା ପୂର୍ବରୁ ରୋମାନିଆର ଦୁମିତ୍ରୁ କମ୍‌ନେସ୍କୁ ବିଶ୍ବର ସବୁଠାରୁ ବୟସ୍କ ପୁରୁଷ ଭାବେ ଗିନିଜ୍‌ ବିଶ୍ବ ରେକର୍ଡରେ ସ୍ଥାନ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe