Architectural Digest
ଦକ୍ଷିଣ ନର୍ୱେର ୨ହଜାର ଫୁଟ ଉଚ୍ଚ ପାହାଡ଼ ଉପରେ ହୋଟେଲ୍ ନିର୍ମାଣ ହେବାକୁ ଯାଉଛି। ତୁର୍କୀର ଆର୍କିଟେକ୍ଚରାଲ୍ ଡିଜାଇନ୍ ଷ୍ଟୁଡିଓ ‘ହାୟରି ଅତାକ୍’ ଏହି ହୋଟେଲ୍ ଡିଜାଇନ୍ କରୁଛି। ଏଇଟି ଚାରି ମହଲାବିଶିଷ୍ଟ। ପ୍ରଥମ ମହଲାରେ ପର୍ଯ୍ୟଟକଙ୍କ ବିଶ୍ରାମ ପାଇଁ ଏକ ବଡ଼ ସ୍ଥଳୀ ସହିତ ଝୁଲନ୍ତା ସୁଇମିଂ ପୁଲ୍ ରହିବ। ପୁଲ୍ଟି ସମ୍ପୂର୍ଣ୍ଣ କାଚରେ ତିଆରି ହେବ। ୨ ହଜାର ଫୁଟ ଉଚ୍ଚର ଏହି ପାହାଡ଼ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଜଣେ ବ୍ୟବସାୟୀ ଏହାର ଶିଖରରେ ହୋଟେଲ୍ ନିର୍ମାଣ କରିବାକୁ ଯାଉଛନ୍ତି। ତୁର୍କି ଡିଜାଇନିଂ ଷ୍ଟୁଡିଓ ଅନୁସାରେ, ଯଦି ଏଠାରେ ଝୁଲନ୍ତା ସୁଇମିଂ ପୁଲ୍ ନିର୍ମାଣ ହୁଏ, ତେବେ ତାହା ବିଶ୍ବର ଉଚ୍ଚତମ ସୁଇମିଂ ପୁଲ୍ ହେବ। ଏହା ପୂର୍ବରୁ ଲଣ୍ଡନ୍ର ଏକ ୫୫ ମହଲାବିଶିଷ୍ଟ ଅଟ୍ଟାଳିକା ଉପରେ ଝୁଲନ୍ତା ସୁଇମିଂ ପୁଲ୍ ରହିଛି। ସେହି ପୁଲ୍ରେ ଥାଇ ଜଣେ ବ୍ୟକ୍ତି ଲଣ୍ଡନ୍ ସହରର ୩୬୦ ଡିଗ୍ରୀ ଦୃଶ୍ୟ ଦେଖିପାରିବେ।
/sambad/media/post_attachments/wp-content/uploads/2020/08/nua-samaya-2-300x166.jpg)
ସୁପରଫାଷ୍ଟ୍ କମ୍ପ୍ୟୁଟର
ବୈଜ୍ଞାନିକମାନେ ମନୁଷ୍ୟର କାମକୁ ସରଳ କରିବା ପାଇଁ ଦିନ ରାତି କାମ କରୁଛନ୍ତି। ସୂଚନାନୁସାରେ ଅଷ୍ଟ୍ରେଲିଆର ବୈଜ୍ଞାନିକଙ୍କ ଏକ ଟିମ୍ କୋୱାଟମ୍ କମ୍ପ୍ୟୁଟିଙ୍ଗ୍ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ବୈଜ୍ଞାନିକମାନେ କୋୱାଟମ୍ କମ୍ପ୍ୟୁଟରର ସେଣ୍ଟ୍ରାଲ୍ ବିଲ୍ଡିଙ୍ଗ୍ର ସୁପରଫାଷ୍ଟ୍ ନମୁନା ନିର୍ମାଣ କରିଛନ୍ତି। ଏହା ନିଜସ୍ବ ଶକ୍ତି ଦ୍ବାରା ବିଭିନ୍ନ ସମସ୍ୟାକୁ ପ୍ରାୟ ୨୦୦ ଗୁଣା ଅଧିକ ବେଗରେ ସମାଧାନ କରିପାରିବ। କମ୍ପ୍ୟୁଟରଟି ଅନ୍ୟ କମ୍ପ୍ୟୁଟର ତୁଳନାରେ ଅଧିକ କାର୍ଯ୍ୟକ୍ରମ କରିପାରିବ। କାରଣ ଏହାର କାର୍ଯ୍ୟକ୍ରମ ଅନ୍ୟ ତୁଳନାରେ ଅଧିକ। ଏହି କମ୍ପ୍ୟୁଟର ଅଧିକରୁ ଅଧିକ ଆଧୁନିକ। ଏହା ଦୁନିଆର ଉତ୍ପତ୍ତିକୁ ନେଇ ଅନ୍ୟ ଗ୍ରହରେ ଜୀବସତ୍ତା ହୋଇଛି କି ନାହିଁ ତାହାର ଗଣନା କିଛି ସମୟ ମଧ୍ୟରେ କରିପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।
Follow Us