ନୂଆ ସମୟ, ନୂଆ କଥା: ଏକ କି.ମି ଉଚ୍ଚତା ବିଶିିଷ୍ଟ ଅଟ୍ଟାଳିକା ଏବଂ ଭାସମାନ ହୋଟେଲ୍‌

ନୂଆ ସମୟ, ନୂଆ କଥା: ଏକ କି.ମି ଉଚ୍ଚତା ବିଶିିଷ୍ଟ ଅଟ୍ଟାଳିକା ଏବଂ ଭାସମାନ ହୋଟେଲ୍‌

AZoBuild.com

ବୁର୍ଜ ଖଲିଫା ପୃଥିବୀର ସବୁଠାରୁ ଉଚ୍ଚତମ ଅଟ୍ଟାଳିକାଭାବେ ପରିଚିତ। ଏହାର ଉଚ୍ଚତା ୫୨୯.୮ମିଟର ବା ୨୭୨୨ ଫୁଟ। ତେବେ ଏହାଠାରୁ ବି ଉଚ୍ଚ ଏକ ଅଟ୍ଟାଳିକା ସାଉଦି ଆରବରେ ନିର୍ମାଣ କରାଯାଉଛି, ଯାହାର ଉଚ୍ଚତା ୩,୨୮୧ ଫୁଟ ଅର୍ଥାତ୍‌ ପ୍ରାୟ ୧ କି.ମି ରହିବ। ଏହି ଅଟ୍ଟାଳିକାର ନାମ ’ଜେଦ୍ଦାହ ଟାୱାର’ ରଖାଯାଇଛି। ପ୍ରଥମେ ଏହାର ନିର୍ମାଣ ୨୦୨୨ ସୁଦ୍ଧା ଶେଷ ହୋଇଯିବ ବୋଲି କୁହାଯାଇଥିଲା। ଏବେ ଏହାର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।

publive-image architecturaldigest.com

ଭାସମାନ ହୋଟେଲ୍‌
ସ୍ବିଡେନ୍‌ର ଲାପ୍‌ଲାଣ୍ଡ୍‌ କ୍ଷେତ୍ରର ଲ୍ୟୁଲ୍‌ ନଦୀରେ ଅଛି ଏକ ଭାସମାନ ହୋଟେଲ୍‌ ଓ ସ୍ପା, ଯାହା ଆର୍କିଟେକ୍‌ ବାଥ୍‌ ନାମରେ ପରିଚିତ। ଏହାର ଆକର୍ଷଣ ଏମିତି ଯେ, ଏକ ବର୍ଷ ଆଗରୁ ଏଠାରେ ବୁକିଂ କରିବାକୁ ହୁଏ। ଚଢ଼େଇ ବସା ପରି ଲାଗୁଥିବା ଏହି ହୋଟେଲ୍‌ର ବିଶେଷତ୍ବ ହେଉଛି ଯେ, ଗ୍ରୀଷ୍ମଋତୁରେ ଉକ୍ତ ହୋଟେଲ୍‌ ନଦୀରେ ଭାସମାନ ଅବସ୍ଥାରେ ରହେ। ଆଉ ଶୀତଦିନେ ନଦୀ ବରଫ ପାଲଟି ଜମିଯାଏ। ଏହା ସହ ହୋଟେଲ ବି ବରଫରେ ଜମିଯାଏ। ଏହା ପର୍ଯ୍ୟନ୍ତ ପହଞ୍ଚିବାକୁ କେବେ କାଠର ରାସ୍ତା ତ ଆଉ କେବେ ଡଙ୍ଗାର ବ୍ୟବହାର କରାଯାଏ। ଏହି ହୋଟେଲ୍‌ରେ ୧୨ ଟି ରୁମ୍‌ ଅଛି। ସ୍ପା ଟ୍ରିଟ୍‌ମେଣ୍ଟ୍‌ ରୁମ୍‌, ଚାରୋଟି ସୌନା, ଆଉଟ୍‌ଡୋର କୋଲ୍ଡ ବାଥ୍‌, ଏକ ହଟ୍‌ ବାଥ୍‌ ବି ଅଛି। ଏଠାରେ ଗୋଟିଏ ଦିନର ଭଡ଼ା ୭୫ ହଜାର ଟଙ୍କା। ନେଚୁରାଲ ଫଟୋଗ୍ରାଫି ପାଇଁ ଏହି ଜାଗାକୁ ଲୋକେ ଆସନ୍ତି। ନର୍ଦେନ୍‌ ଲାଇଟ୍‌ସ୍‌ ଦୃଶ୍ୟବି ଏଠାରୁ ଦେଖାଯାଏ। ଏହାକୁ ବର୍ଟିଲ୍‌ ହାରଷ୍ଟ୍ରମ୍ ଓ ଜୋହାନ୍‌ କୋପ୍ପୀ ଡିଜାଇନ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe