ନୂଆ ସମୟ, ନୂଆ କଥା: ନିଦରେ କରନ୍ତି ପେଣ୍ଟିଂ ଏବଂ ପଥର ସହର

Advertisment
ନୂଆ ସମୟ, ନୂଆ କଥା: ନିଦରେ କରନ୍ତି ପେଣ୍ଟିଂ ଏବଂ ପଥର ସହର

Patrika

ଅନେକ ବିସ୍ମୟ ମଣିଷ ଅଛନ୍ତି। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ବ୍ରିଟେନ୍‌ରେ ରହୁଥିବା ଲି’ ହେଡ୍‌ବିନ୍‌। ସେ ଏମିତି ଜଣେ ବ୍ୟକ୍ତି ଯେ କି ଗଭୀର ନିଦ୍ରାରେ ପାଲଟି ଯାଆନ୍ତି ଚମତ୍କାର ପେଣ୍ଟର୍‌। ମାତ୍ର ୪ବର୍ଷ ବୟସର ହୋଇଥିବା ବେଳୁ ସେ ଏହିଭଳି ପେଣ୍ଟିଂ କରୁଛନ୍ତି। ପ୍ରଥମେ ତ ସେ ନିଦରେ ନିଜ ଘରର କାନ୍ଥକୁ ରଙ୍ଗ କରି ଦେଉଥିଲେ। ବୟସ ବଢ଼ିବା ସହ ସେ ନିଦ୍ରାରେ ଥାଇ ସୁନ୍ଦର ପେଣ୍ଟିଂ କରୁଛନ୍ତି। ୧୫ ବର୍ଷ ବୟସରେ ସେ ହଲିଉଡ୍‌ ଅଭିନେତ୍ରୀ ମର୍ଲିନ ମୋନରୋଙ୍କ ପୋଟ୍ରେଟ୍‌ ନିଦ୍ରାବସ୍ଥାରେ କରିଥିଲେ। ତେବେ ସେ ଉଠିବା ପରେ ପେଣ୍ଟିଂ କରିବା କଥା ଭୁଲି ଯାଇଥାନ୍ତି। ହେଡ୍‌ବିନ୍‌ଙ୍କ ଏହି ଅବସ୍ଥା ଉପରେ କାର୍ଡିଫ୍‌ ବିଶ୍ବବିଦ୍ୟାଳୟର ପେନି ଲୁଇସ୍‌ ଗବେଷଣା କରିଥିଲେ। ତାଙ୍କ ମତରେ ଏହା ସେତେବେଳେ ସମ୍ଭବ ଯେତେବେଳେ ବ୍ୟକ୍ତିଙ୍କ ମସ୍ତିଷ୍କ ଅର୍ଦ୍ଧ ସୁପ୍ତ ତଥା ଜାଗ୍ରତ ଅବସ୍ଥାରେ ଥାଏ। ଠିକ୍‌ ଯେମିତି ନିଦରେ ଥାଇ ଜଣେ କଡ଼ ଲେଉଟାନ୍ତି, ବିଳିବିଳେଇ ଥାଆନ୍ତି।

publive-image

ପଥର ସହର
ଇଟାଲିରେ ଏମିତି ଏକ ପ୍ରାଚୀନ ସହର ଅଛି, ଯେଉଁଠି ବହୁବର୍ଷ ପୂର୍ବେ ମଣିଷଠୁ ଆରମ୍ଭ କରି ପ୍ରାଣୀ ସମସ୍ତେ ପଥର ପାଲଟି ଯାଇଥିଲେ। ସେ ସହରଟି ହେଉଛି ପୋମ୍ପେଇ। ଖ୍ରୀଷ୍ଟପୂର୍ବ ୩ୟ ପୂର୍ବରୁ ଏହି ସହର ବି ସାଧାରଣ ସହର ଭଳି ଥିଲା। ହେଲେ ପରେ ସେଠାରେ ଏମିତି କିଛି ଘଟିଥିଲା ଯେ ସାରା ସହର ପଥର ପାଲଟିଗଲା। ମଣିଷ, ପ୍ରାଣୀ ସମସ୍ତେ ପଥରର ମୂର୍ତ୍ତି ହୋଇ ରହିଗଲେ। ଖ୍ରୀଷ୍ଟାବ୍ଦ ୭୯ରେ ପୋମ୍ପେଇ ନିକଟସ୍ଥ ବୈପଲ୍ସ ପର୍ବତ ମାଳାରେ ଥିବା ମାଉଣ୍ଟ ବସୁବିୟସ୍‌ରେ ସୁପ୍ତ ଥିବା ଜ୍ବାଳାମୁଖୀ ବିସ୍ଫୋରିତ ହେଲା। ସାରା ସହରରେ ଉତପ୍ତ ତରଳ ଲାଭା ପ୍ରବାହିତ ହେଲା। ଆଉ ଯିଏ ଯେଉଁ ଅବସ୍ଥାରେ ଥିଲେ ତାଙ୍କ ଉପରେ ଲାଭା ପ୍ରବାହିତ ହୋଇଗଲା। ସମସ୍ତେ ମୃତ୍ୟୁବରଣ କଲେ। କିଛି ଦିନ ପରେ ସବୁ ମୃତ ଶରୀର ପଥରର ମୂର୍ତ୍ତି ପାଲଟି ଯାଇଥିଲା। ସହରରେ ୧୧୦୦୦-୧୫୦୦୦ ଲୋକ ବସବାସ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe