ନୂଆ ସମୟ ନୂଆ କଥା : ଟ୍ରି ଅଫ୍‌ ଡେଥ୍‌ ଏବଂ ଉଚ୍ଚତାରେ ପଡ଼ୁଛି ପ୍ରଭାବ

ନୂଆ ସମୟ ନୂଆ କଥା : ଟ୍ରି ଅଫ୍‌ ଡେଥ୍‌ ଏବଂ ଉଚ୍ଚତାରେ ପଡ଼ୁଛି ପ୍ରଭାବ

Daily Express

ଗଛ ମଣିଷର ବନ୍ଧୁ। କିନ୍ତୁ ସେଥିମଧ୍ୟରୁ ଏମିତି ଗଛ ଅଛି ଯାହାଦ୍ବାରା ମଣିଷର କ୍ଷତି ହୋଇଥାଏ। ଏପରିକି ସମ୍ପୂର୍ଣ୍ଣ ଗଛଟି ମଧ୍ୟ ବିଷାକ୍ତ ହୋଇଥାଏ। ଦକ୍ଷିଣ ଆମେରିକାର ଉତ୍ତରାଞ୍ଚଳରେ ଦେଖିବାକୁ ମିଳିଥାଏ ଏହି ଗଛ। ସ୍ପେନ୍‌ର କେତେଜଣ ନାବିକ ଏହାକୁ ଆବିଷ୍କାର କରିଥିଲେ। ଗଛଟି ଏତେ ବିଷାକ୍ତ ହୋଇଥିବାରୁ ଏହାର ନାଁ ଦେଇଥିଲେ ‘ଆରବୋଲ ଦେ ଲା ମର୍‌‌େତ’। ଇଂରାଜୀରେ ଯାହାର ଅର୍ଥ ‘ଟ୍ରି ଅଫ୍‌ ଡେଥ୍‌’। ମାନେ ମୃତ୍ୟୁର ଗଛ। ଏହି ଗଛର ଡାଳ, ପତ୍ର, ଫଳ ଏମିତି କି ଗଛ ଗଣ୍ଡିରୁ ବାହାରୁଥିବା ଏକପ୍ରକାର ଅଠାଳିଆ ତରଳ ପଦାର୍ଥ ମଧ୍ୟ ଅତି ବିଷାକ୍ତ। ଏହାର ଫଳ ଦେଖିବାକୁ ସବୁଜ ସେଓ ଭଳି। ତା’କୁ ଖାଇବାଦ୍ବାରା ଗୋଟିଏ ସେକେଣ୍ଡ୍‌ରେ ମଣିଷଟି ମୃତ୍ୟୁବରଣ କରିଥାଏ। ଏପରି କି ଗଛର ଅଠା ଯଦି ଦେହରେ ଲାଗିଯାଏ କିମ୍ବା ପଡ଼ିଯାଏ ତେବେ ସେହି ଯାଗାରେ ଆଲର୍ଜି ହୋଇଯାଏ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଏପରି ଗଛ‌େର ଲାଲ୍‌ ରଙ୍ଗ ବୋଳି ସତର୍କ ସୂଚନା ଦେଇଥାଆନ୍ତି।

publive-image ssplprints.com

ଉଚ୍ଚତାରେ ପଡ଼ୁଛି ପ୍ରଭାବ
ଆଜିକାଲି ୬ମାସର ଶିଶୁଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ମୋବାଇଲ୍ କିମ୍ବା ଅନ୍ୟ କୌଣସି ଉପକରଣକୁ ଦେଖିବା ପାଇଁ ମୁଣ୍ଡ ନୁଆଁଇ ତଳକୁ ଦେଖିବାକୁ ପଡ଼େ। ଅଧିକାଂଶ ସମୟ ଏଭଳି କଲେ ଏହାର ପରିଣାମ ଆମ ଉଚ୍ଚତା ଉପରେ ପଡ଼ିଥାଏ। ଆଜିର ସମୟରେ ଫୋନ୍ ଏବଂ ଟାବଲେଟ୍‌ର ଗୁରୁତ୍ବ ବଢ଼ିବା ସହ ଲାପଟପ୍ ଏବଂ ଡେସ୍କ୍‌ଟପ୍ କମ୍ପ୍ୟୁଟରର ବ୍ୟବହାର ମଧ୍ୟ ଅଧିକ ବଢ଼ୁଛି। ତେବେ ଏହିସବୁ ଉପକରଣକୁ ବ୍ୟବହାର କରିବାକୁ ହେଲେ ବେକ ତଳକୁ କରି କାମ କରିବାକୁ ହୋଇଥାଏ। ଅକ୍ସଫୋର୍ଡ‌୍ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡ଼ିଛି ଯେ ଏହି ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରିବା ଦ୍ୱାରା ବେକ ଉପରେ ଏହାର ପ୍ରେସର୍ ପଡ଼ୁଛି। ଯେଉଁଥିପାଇଁ ଉଚ୍ଚତାରେ ସିଧାସଳଖ ପ୍ରଭାବ ପଡ଼ୁଛି। ବେକରେ ଯନ୍ତ୍ରଣା ହେଉଛି। ଯାହାଦ୍ବାରା ଛୋଟ ବୟସରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ଯୋଗୁଁ ଆଜିକାଲି ପିଲାଙ୍କ ଉଚ୍ଚତାରେ ପାର୍ଥକ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe