ନୂଆ ସମୟ, ନୂଆ କଥା: କୋକାକୋଲା ହ୍ରଦ ଏବଂ ଇନ୍ଧନ ପ୍ରସ୍ତୁତ କରିବ ସାଇବର୍ଗ ବ୍ୟାକ୍ଟେରିଆ

ନୂଆ ସମୟ, ନୂଆ କଥା: କୋକାକୋଲା ହ୍ରଦ ଏବଂ ଇନ୍ଧନ ପ୍ରସ୍ତୁତ କରିବ ସାଇବର୍ଗ ବ୍ୟାକ୍ଟେରିଆ

Patrika

ବ୍ରାଜିଲ୍‌ରେ ଏକ ହ୍ରଦ ଅଛି, ଯେଉଁଠି ଆପଣ କୋକାକୋଲାରେ ସ୍ନାନ କରିପାରିବେ। ବ୍ରାଜିଲ୍‌ର ରିଓ ଗ୍ରାଣ୍ଡ୍‌ ଡେଲ୍‌ ନର୍ଟରେ ନିଆରା କୋକାକୋଲା ଲାଗୁନ୍‌ ରହିଛି। ହ୍ରଦ ଜଳର ରଙ୍ଗ ଠିକ୍‌ କୋକାକୋଲାର ରଙ୍ଗ ଭଳି। ସେଥିପାଇଁ ‘ଲାଗୋଆ ଦା ଆରାରାକ୍ବାରା ହ୍ରଦ’ କୋକାକୋଲା ଲାଗୁନ୍‌ ନାମରେ ବେଶ ପରିଚିତି ପାଇଛି। ହ୍ରଦକୁ ଦେଖିଲେ ମନେ ହେବ, ଜଳ ବଦଳରେ କୋକାକୋଲା ପ୍ରବାହିତ ହେଉଛି। ଏହି ନିଆରା ରଙ୍ଗ ଲାଗି ହ୍ରଦଟି ବିଶ୍ବ ସ୍ତରରେ ବେଶ ଲୋକପ୍ରିୟତା ପାଇଛି। ଗ୍ରୀଷ୍ମ ଋତୁରେ ଲୋକେ ଏଠାକୁ ଆସନ୍ତି ଏବଂ ପ୍ରଚଣ୍ଡ ତାତିରୁ ଉପଶମ ଲାଗି ହ୍ରଦ ଜଳର ମଜା ଉଠାନ୍ତି। ବୈଜ୍ଞାନିକ ରିପୋର୍ଟ ଅନୁସାରେ, ଆୟୋଡିନ୍‌ ଓ ଆଇରନ୍‌ ସାନ୍ଧ୍ରତାର ମିଶ୍ରଣ ଯୋଗୁ ଏହି ଲାଗୁନ୍‌ ଜଳର ରଙ୍ଗ ଏହିପରି ହୋଇଛି। ଦୀର୍ଘ ବର୍ଷ ଧରି କୋକାକୋଲା ଲାଗୁନ୍‌ ବ୍ରାଜିଲ୍‌ର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିିବେଚିତ ହୋଇଆସୁଛି। ଖରାଦିନେ କୋକାକୋଲା ଲାଗୁନ୍‌ର ଜଳ ଅତ୍ୟନ୍ତ ଉଷ୍ମ ହୋଇଯାଏ। ନୌକା ବିହାରର ଏକ ଅନନ୍ୟ ସ୍ଥାନ ଭାବେ ମଧ୍ୟ ଏହା ପରିଚିତ। ରାସାୟନିକ ମିଶ୍ରଣର ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ରହିଛି ବୋଲି ଅନେକଙ୍କ ଧାରଣା ରହିଛି।

publive-image

ଇନ୍ଧନ ପ୍ରସ୍ତୁତ କରିବ ସାଇବର୍ଗ ବ୍ୟାକ୍ଟେରିଆ
ବ୍ୟାକ୍ଟେରିଆ ଇନ୍ଧନ ପ୍ରସ୍ତୁତ କରିବା ଏକ ଆଶ୍ଚର୍ଯ୍ୟଜନକ କଥା। ହେଲେ ସାଇବର୍ଗ ନାମକ ବ୍ୟାକ୍ଟେରିଆ ଦ୍ବାରା ଏ କ୍ଷେତ୍ରରେ ସଫଳତା ମିଳିଛି। ନିକଟରେ ଏକ ଗବେଷଣା ରିପୋର୍ଟରେ ଏକଥାକୁୁ ଉଲ୍ଲେଖ କରିଛନ୍ତି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏହି ବ୍ୟକ୍ଟେରିଆକୁ ବ୍ୟବହାର କରି ସେମାନେ ସୂର୍ଯ୍ୟକିରଣରୁ ଇନ୍ଧନ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ଏକ ସୌର ପ୍ୟାନେଲ୍‌ରେ ଉକ୍ତ ବ୍ୟାକ୍ଟେରିଆକୁ ରଖି ସୌର ଇନ୍ଧନ ପ୍ରସ୍ତୁତ କରାଯାଇଥିଲା। ହେଲେ ଏହାକୁ ପ୍ରସ୍ତୁତ କରିବାରେ ସାଇବର୍ଗ ବ୍ୟାକ୍ଟେରିଆ ଅନେକାଂଶରେ ସହାୟକ ହେଉଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି। ଏହା ପଛରେ ଆହୁରି କାରଣ ରହିଛି ଏବଂ ତାହା ଜାଣିବାକୁ କିଛି ସମୟ ଲାଗିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe