ନୂଆ ସମୟ, ନୂଆ କଥା: ପଥର ଅଣ୍ଡା ଏବଂ ନିଶ ଥିବା ଚଢ଼େଇ

ନୂଆ ସମୟ, ନୂଆ କଥା: ପଥର ଅଣ୍ଡା ଏବଂ ନିଶ ଥିବା ଚଢ଼େଇ

emorfes.com

ବିଶ୍ବରେ ଏମିତି ବହୁତ କିଛି ଅଛି ଯାହା ରହସ୍ୟ ଘେରରେ ରହିଛି। ଯାହାର ଆଜିପର୍ଯ୍ୟନ୍ତ ବୈଜ୍ଞାନିକ କାରଣ ଜଣା ପଡ଼ିନାହିଁ। ସେହିପରି ଚୀନ୍‌ର ଏକ ପାହାଡ଼ ରହିଛି, ଯେଉଁଥିରେ ଅଣ୍ଡା ଭଳି ପଥର-ଗୁଳା ଖସିଥାଏ। ଚୀନ୍‌ର ଦକ୍ଷିଣ-ପଶ୍ଚିମ ଗିଝୋଉଠାରେ ଏହି ପର୍ବତ ରହିଛି। ପ୍ରତି ତିରିଶ ବର୍ଷରେ ଥରେ ଏହି ପର୍ବତରୁ ଅଣ୍ଡା ଆକାରର ପଥର ଖସିଥାଏ। ପର୍ବତରେ ଥିବା ଚଟାଣର ଉଚ୍ଚତା ୨୦ ମିଟର ଏବଂ ଲମ୍ବ ୬ ମିଟର ଅଟେ। ଏହି ଚଟାଣ ‘ଚନ୍‌ ଦାନ୍‌ ୟା’ ଭାବରେ ଜଣାଶୁଣା। ଚଟାଣଟି କଳାରଙ୍ଗର। ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ପର୍ବତରୁ ଏପରି ଚିକ୍କଣ ପଥର ଖସିବାର ରହସ୍ୟ ବିଷୟରେ ଜାଣିପାରି ନାହାନ୍ତି। ପ୍ରଥମେ ଏହି ଚିକ୍କଣ ପଥର ଗୁଳାଗୁଡ଼ିକ ଏକ କବଚ ଭିତରେ ଚଟାଣ ଉପରେ ଦେଖାଯାଆନ୍ତି। କିଛି ଦିିନ ପରେ ଏହା ଭୂପୃଷ୍ଠରେ ପଡ଼ିଯାଏ। ସ୍ଥାନୀୟ ବାସିନ୍ଦା ଏହାକୁ ଶୁଭର ପ୍ରତୀକ ମାନି ଘରକୁ ନେଇ ଯାଆନ୍ତି।

publive-image

ନିଶ ଥିବା ଚଢ଼େଇ
ପୁରୁଷଙ୍କୁ ନିଜ ନିଶ ଭାରି ପ୍ରିୟ ଲାଗେ। ଏହାକୁ ନେଇ ସେମାନେ ଗର୍ବ କରନ୍ତି। ଯାହାର ଯେତେ ଗହଳ ଓ ଲମ୍ବା ନିଶ ସେ ସେତେ ଗର୍ବ ଅନୁଭବ କରନ୍ତି। ସେହିଭଳି ଏକ କୁନି ଚଢ଼େଇର ବି ନିଶ ଅଛି। ସେ ପୁଣି ଲମ୍ବା ଓ ବେଶ୍‌ ଗହଳିଆ। ଠିକ୍‌ ମଣିଷଙ୍କ ପରି। ହେଲେ ସେହି ନିଶ କଳା ନୁହେଁ ବରଂ ଧଳା ରଙ୍ଗର। ଏହି ଚଢ଼େଇ ପେରୁ ଓ ଚିଲିର ପ୍ରଶାନ୍ତ ମହାସାଗରର ତଟୀୟ ଅଞ୍ଚଳରେ ଦେଖାଯାଆନ୍ତି। ନିଶ ଥିବା ଉକ୍ତ ଚଢ଼େଇର ନାମ ହେଉଛି ‘ଇନ୍‌କା ଟର୍ନ’। ମାଟିଆ ତଥା ଧୂସର ରଙ୍ଗର ଏହି ଚଢ଼େଇର ଥଣ୍ଟ ଲାଲ ଓ ନାରଙ୍ଗି ହୋଇଥାଏ। ଏହାର ଦୁଇ ଆଖିର ତଳଭାଗରେ ଥିବା ଧଳା ରଙ୍ଗର ନିଶ ଭାରି ଆକର୍ଷକ ଲାଗେ। ତେବେ ଚଢ଼େଇର ସଂଖ୍ୟା ଏବେ କମିବାରେ ଲାଗିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe