ନୂଆ ସମୟ, ନୂଆ କଥା: ଅଜବ ମୋଟରସାଇକେଲ ଏବଂ ହାବୁର

ନୂଆ ସମୟ, ନୂଆ କଥା: ଅଜବ ମୋଟରସାଇକେଲ ଏବଂ ହାବୁର

motorcyclemojo.com

ସାଧାରଣତଃ ମୋଟର ସାଇକେଲ୍‌ର ଦୁଇଟି ଚକ ଥାଏ। ସେ ପୁଣି ଆଗପଛ ହୋଇ। ସେଥିରେ ଚାଳକ ବସିବା ସହ ପଛପଟେ ଆଉ ଜଣେ ଦୁଇଜଣ ବି ବସିପାରନ୍ତି। କିନ୍ତୁ ୟୁନୋ ଦି ସେଗ୍‌ୱେ ନାମକ ଏକ ବାଇକ୍‌ ତିଆରି ହୋଇଛି, ଯାହାର ଦୁଇଟି ଚକ ଅଛି ସତ ହେଲେ ଗୋଟିଏ ଚକ ଅନ୍ୟ ଚକର ପାର୍ଶ୍ବରେ ରହିଛି। ପଛଭାଗରେ ଅନ୍ୟ କେହି ବସିବା ପାଇଁ ବି ଜାଗା ନାହିଁ। ଏହାକୁ ତିଆରି କରିଛନ୍ତି ୧୮ ବର୍ଷୀୟ ବେନ୍‌ଜେ ପସ୍‌ ଗୁଲକ୍‌। ଏହା ଏକ ଇଲେକ୍ଟ୍ରିକ୍‌ ବାଇକ୍‌। ଏଥିରେ ଦୁଇଟି ମାଇକ୍ରୋ ଗାୟରୋ ଇଞ୍ଜିନ୍‌ ଲାଗିଛି। ଏଥିରେ ଗୋଟିଏ ଅନ୍‌ ଅଫ୍‌ ସୁଇଚ୍‌ ରହିଛି। ଚାଳକଙ୍କୁ ଆଗକୁ ଝୁଙ୍କି ଏହି ବାଇକ୍‌ ଚଳାଇବାକୁ ପଡ଼ିବ।

publive-image

ହାବୁର
ଦହି ବସାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାଆନ୍ତି। କିନ୍ତୁ ଏମିତି କିଛି ଅଛି ଯାହାଦ୍ବାରା ଦହି ଆପେ ଆପେ ବସିଯାଏ। ଏକ ପଥର ଅଛି ଯାହାର ନାମ ହାବୁର। ଏହି ପଥର ଉପରେ ଏକ ପାତ୍ରଦ୍ବାରା କ୍ଷୀରକୁ ରଖିଲେ ତାହା କିଛି ଘଣ୍ଟା ଭିତରେ ଦହିରେ ପରିଣତ ହୋଇଯାଇଥାଏ। ଜୈସଲମୈରରୁ ୪୦ କିମି ଦୂରରେ ଥିବା ହାବୁର ଗ୍ରାମରେ ଏହି ପଥର ମିଳୁଥିବାରୁ ଏହାର ଏପରି ନାମକରଣ କରାଯାଇଛି। ସ୍ଥାନୀୟ ଲୋକେ ଏହାକୁ ଭାବୁରିୟା ଭାଟା କହିଥାଆନ୍ତି। ଏହି ପଥର ଉପରେ ଦହି ବସାଇଲେ ଏହାର ସ୍ବାଦ ମିଠା ହେବା ସହିତ ସୁଗନ୍ଧିତ ହୋଇଥାଏ। ଏଥିରୁ ବାସନକୁସନ ସହିତ ଖେଳନା ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ହାବୁର ପଥରରେ ବିଭିନ୍ନ ପ୍ରକାରର ରାସାୟନିକ ଦ୍ରବ୍ୟ ଥିବାରୁ ଏହା କ୍ଷୀରରୁ ଦହି ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe