ନୂଆ ସମୟ ନୂଆ କଥା : ରୁପ୍‌କୁଣ୍ଡ୍‌, କଙ୍କାଳ ହ୍ରଦ ଏବଂ ଆକାଶି ଜାଇ‌େକା ବ୍ରିଜ୍‌

ନୂଆ ସମୟ ନୂଆ କଥା : ରୁପ୍‌କୁଣ୍ଡ୍‌, କଙ୍କାଳ ହ୍ରଦ ଏବଂ ଆକାଶି ଜାଇ‌େକା ବ୍ରିଜ୍‌

ସମୁଦ୍ର ପତନଠାରୁ ୧୬୦୦୦ ଫୁଟ୍‌ ଉଚ୍ଚ ବରଫରେ ଢାଙ୍କି ହୋଇ ରହିଛି ରୁପ୍‌କୁଣ୍ଡ୍‌ ହ୍ରଦ। ଏହା ଉତ୍ତରାଖଣ୍ଡର ଚାମୋଲିଠାରେ ଅବସ୍ଥିତ। ଜାଗାଟି କଙ୍କାଳ ହ୍ରଦ ନାମରେ ମଧ୍ୟ ପରିଚିତ। କାରଣ ଏଠାରେ ଶହେରୁ ଅଧିକ ମଣିଷଙ୍କ ହାଡ଼ ବା କଙ୍କାଳ ଦେଖିବାକୁ ମିଳେ। ଗ୍ରୀଷ୍ମଦିନରେ ବରଫ ତରଳିବାରୁ ଲୁଚି ରହିଥିବା କଙ୍କାଳଗୁଡ଼ିକ ଦେଖିବାକୁ ମିଳିଥିଲା। ବହୁତ ବର୍ଷ ତଳରେ କିଛି ଜାପାନୀ ‌ସୈନିକ ଭାରତକୁ ବୁଲିବାକୁ ଆସିଥିଲେ ଏବଂ କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିଲା। ପରେ ବ୍ରିଟିଶ୍‌ ସରକାର ତାହା ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେବା ପରେ ଜଣାପଡ଼ିଥିଲା କି ତାହା ହଜାର ବର୍ଷ ତଳର କଙ୍କାଳ। କଙ୍କାଳ ଗୁଡ଼ିକ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଠିକ୍‌ ପ୍ରମାଣ ମିଳିପାରିନାହିଁ। ଯେତେବେଳେ ଗ୍ରୀଷ୍ମଦିନରେ ବରଫ ତରଳିଯାଏ ସେହି କଙ୍କାଳଗୁଡ଼ିକ ରୁପ୍‌କୁଣ୍ଡ୍‌ ହ୍ରଦରେ ଭାସିବାର ଦେଖିବାକୁ ମିଳେ। ଖାସ୍‌ ଏଇଥିପାଇଁ ଏହା କଙ୍କାଳ ହ୍ରଦ ନାମରେ ପରିଚତ ହୋଇଛି।

publive-image

ଆକାଶି ଜାଇ‌େକା ବ୍ରିଜ୍‌
ଜାପାନ୍‌ର ଏହି ବ୍ରିଜ୍‌ଟି ବିଶ୍ବର ସବୁଠାରୁ ଲମ୍ବା ବ୍ରିଜ୍‌। ଏହାର ଲମ୍ବ ୧୯୯୧ ମିଟର। ବ୍ରିଜ୍‌ଟି କୋବ୍‌ ସହରକୁ ଆୱାଜି ଦ୍ବୀପ ସହ ସଂଯୋଗ କରୁଛି। ଏହାର ନିର୍ମାଣ ୧୯୮୮ରେ ଆରମ୍ଭ ହୋଇଥିବାବେଳେ ଶେଷ ହେବାକୁ ପ୍ରାୟ ଦଶବର୍ଷ ସମୟ ଲାଗିଥିଲା। ଏଥିପାଇଁ ୧୮ ଲକ୍ଷ ଟନ୍‌ରୁ ଅଧିକ ଷ୍ଟିଲ୍‌ ବ୍ୟବହୃତ ହୋଇଥିଲା। ୧୯୯୮ରେ ସର୍ବସାଧାରଣଙ୍କ ପାଇଁ ଖୋଲିଯିବା ସହ ଏଥିରେ ୬ଲାଇନ୍‌ ଟ୍ରାଫିକ୍ ବ୍ୟବସ୍ଥା ରହିଛି। ସମ୍ପୂର୍ଣ୍ଣ ବ୍ରିଜ୍‌ଟି ଦେଖିବାକୁ ଯେମିତି ଆକର୍ଷଣୀୟ ସେମିତି ଉପଯୋଗୀ ମଧ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe