ନୂଆ ସମୟ, ନୂଆ କଥା: ସମୁଦ୍ରରେ ମିଶିନଥିବା ନଦୀ ଏବଂ ନିଆରା ହୋଟେଲ୍‌

ନୂଆ ସମୟ, ନୂଆ କଥା: ସମୁଦ୍ରରେ ମିଶିନଥିବା ନଦୀ ଏବଂ ନିଆରା ହୋଟେଲ୍‌

ଭାରତରେ ୪୦୦ରୁ ଅଧିକ ଛୋଟ ଓ ବଡ଼ ନଦୀ ପ୍ରବାହିତ ହୋଇଥାଏ। ସାଧାରଣତଃ ନଦୀଗୁଡ଼ିକ ପର୍ବତମାଳାରୁ ବାହରି ସମୁଦ୍ରରେ ମିଶିଥାଆନ୍ତି। କିନ୍ତୁ ଆମ ଦେଶରେ ଏପରି ଗୋଟିଏ ନଦୀ ଅଛି ଯାହା ସମୁଦ୍ରରେ ମିଶି ନାହିଁ। ଏହା ରାଜସ୍ଥାନର ଲୁଣୀ ନଦୀ। ଆଜମେରର ପ୍ରାୟ ୭୭୨ ମିଟର ଉଚ୍ଚରେ ଅବସ୍ଥିତ ଆରାବଳୀ ପର୍ବତରେ ଥିବା ନାଗ ପାହାଡ଼ରୁ ଏହା ବାହାରିଛି। ୪୯୫ କିଲୋମିଟର ଲମ୍ବା ଲୁଣୀ ନଦୀ, ରାଜସ୍ଥାନରେ ୩୩୦ କିଲୋମିଟର ପ୍ରବାହିତ ହେଉଥିବାବେଳେ ବାକି ଅଂଶ ଗୁଜୁରାଟରେ ପ୍ରବାହିତ ହେଉଛି। ଲୁଣୀ ନଦୀର ବିଶେଷତ୍ତ୍ବ ହେଉଛି ଯେ, ଆଜମେରଠାରୁ ବାଡମେର ପର୍ଯ୍ୟନ୍ତ ଏହି ନଦୀର ଜଳ ମଧୁର ହୋଇଥାଏ। ବାଡମେରଠାରୁ ଅତିକ୍ରମ କରିସାରିବା ପରେ ଏହାର ଜଳ ଲୁଣିଆ ହୋଇଯାଏ। ଏହାର କାରଣ ହେଲା ଯେତେବେଳେ ଏହି ନଦୀ ରାଜସ୍ଥାନର ମରୁଭୂମି ଦେଇ ଗତିକରେ, ସେଥିରେ ଥିବା ଲୁଣ କଣିକା ନଦୀଜଳ ସହ ମିଶି ଜଳ ଲୁଣିଆ ହୋଇଯାଏ।

publive-image

ନିଆରା ହୋଟେଲ୍‌
ପୃଥିବୀରେ ଏମିତି ଅନେକ ହୋଟେଲ୍‌ ଆଖିଦୃଶିଆ ହୋଇପାରିଛି। ଚାଇନାରେ ସେମିତି ଏକ ହୋଟେଲ ଯାହା ୟେଲୋ ମାଉଣ୍ଟେନ୍‌ ଉପରେ ଅବସ୍ଥିତ। ଏହି ହୋ‌ଟେଲ୍‌ର ଖାସ୍‌ କଥା ହେଉଛି ଏଠାକୁ ପହଞ୍ଚିବାକୁ ହେଲେ ୬୦,୦୦୦ ପାହାଚ ଚଢ଼ିବାକୁ ହୁଏ। ଯାହାର ନାମ ‘ଜେଡ୍‌ ସ୍କ୍ରିନ୍‌ ହୋଟେଲ୍‌’। ଏହା ୧୮୩୦ ମିଟର ଉଚ୍ଚତାରେ ଅବସ୍ଥିତ। ଆଉ ଏଠାରୁ ଅଙ୍ଗଶନ୍‌ ପର୍ବତରାଜିର ସୌନ୍ଦର୍ଯ୍ୟ ଅବଲୋକନ ବି କରିହେବ। ଏହା ପୃଥିବୀରେ ଏକମାତ୍ର ହୋଟେଲ୍‌ ଯେଉଁଠାରେ ପହଞ୍ଚିବା ପାଇଁ ଏତେ ପରିଶ୍ରମ କରିବାକୁ ପଡ଼ିଥାଏ। ଏଠାରେ ସ୍ପା, ସୁଇମିଂ ପୁଲ୍‌ ମଧ୍ୟ ରହିଛି। ଯେଉଁମାନେ ଶିଢ଼ି ଚଢ଼ି ନ ଯାଇପାରିବେ ସେମାନଙ୍କ ପାଇଁ କୁଲିର ବ୍ୟବସ୍ଥା ରହିଛି। କେବଲ୍‌ କାର୍‌ର ବ୍ୟବସ୍ଥା ସହିତ ୱାଇ ଫାଇର ବ୍ୟବସ୍ଥା ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe