ନୂଆ ସମୟ ନୂଆ କଥା : ଓଲଟା ଘର ଏବଂ ଶରୀର ପାଇଁ ଫଳପ୍ରଦ ଜଳ ବ୍ୟାୟାମ

ନୂଆ ସମୟ ନୂଆ କଥା : ଓଲଟା ଘର ଏବଂ ଶରୀର ପାଇଁ ଫଳପ୍ରଦ ଜଳ ବ୍ୟାୟାମ

The Telegraph

ଓଲଟା ଘର କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଘର କେମିତି ଓଲଟା ହୋଇପାରିବ? ଆଉ ଲୋକମାନେ କେମିତି କଣ ବସବାସ କରୁଥିବେ ତାହାକୁ ନେଇ ଅନେକ ପ୍ରକାରର ଧାରଣା ଆସିପାରେ। ଘରର ଛାତ ତଳେ ରହିଛି ଓ ଚଟାଣ ଆକାଶରେ ତିଆରି ହୋଇଛି। ଏପରି ଏକ ଭିନ୍ନ ଘର ଦକ୍ଷିଣ ଆଫ୍ରିକାରେ ରହିଛି। ଜୋହାନେସ୍‌ବର୍ଗର ପ୍ରାୟ ୭୫ କିଲୋମିଟର ଉତ୍ତରରେ ଥିବା ହାର୍ଟବିଷ୍ଟ୍‌ପୋର୍ଟ ନିକଟରେ ଅବସ୍ଥିତ ଏହି ଘରର ବାହାର ଓ ଭିତର ଓଲଟା। କୋଠରିଗୁଡ଼ିକରେ ଅତିଥିମାନେ ସେମାନଙ୍କର ଫଟୋ ଉଠାନ୍ତି। ଘରର ସୋଫା ଓ ଚେୟାର ସବୁ ଛାତରୁ ଝୁଲି ହୋଇ ରହିଛି। ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ବାଧା ଦେବା ପାଇଁ ଯନ୍ତ୍ରପାତି ସହିତ ରୋଷେଇ ଘରକୁ ଓଲଟା ତିଆରି କରାଯାଇଛି। ଘରଟିକୁ ସୋମବାରରୁ ଶନିବାର ପର୍ଯ୍ୟନ୍ତ ଦେଖିହେବ। ରହିବା ପାଇଁ ଏହା ତିଆରି ହୋଇ ନ ଥିବାବେଳେ କେବଳ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଉଦ୍ଦିଷ୍ଟ।

publive-image asppoolco.com

ଶରୀର ପାଇଁ ଫଳପ୍ରଦ ଜଳ ବ୍ୟାୟାମ
ବର୍ତ୍ତମାନ ସହରରେ ବହୁତ୍‌ ଜିମ୍ ଖୋଲିଲାଣି। ଫିଟ୍‌ନେସ୍‌ ଉତ୍ସାହୀ ଲୋକ ଖୁସିରେ ଅଗଣିତ କାରଣରୁ ଜଳ ବ୍ୟାୟାମ ଚୟନ କରୁଛନ୍ତି। ଏହାର ଅନେକ ଫାଇଦା ମଧ୍ୟ ରହିଛି। ଶରୀରର ଉତ୍ତାପକୁ ରୋକିବା, ଅଧିକ କ୍ୟାଲୋରି ନଷ୍ଟ କରିବା ଭଳି ଫାଇଦା ଏଥିରୁ ମିଳିବ। ଏହି ଜଳଭିତ୍ତିକ ବ୍ୟାୟାମ ଶରୀରକୁ ଫିଟ୍‌ ଓ ସୁସ୍ଥ ରଖିବ। ଜଳ ବ୍ୟାୟାମ ଅନେକ ମାନସିକ ଅବସାଦକୁ ମଧ୍ୟ ଦୂର କରିପାରିବେ। ଏଥିରୁ ଓଜନ ବି ହ୍ରାସ ହୋଇଥାଏ। ପିଠି ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳେ। ବୈଜ୍ଞାନିକମାନେ କିଛି ଲୋକଙ୍କୁ ନେଇ ଏହି ବ୍ୟାୟାମ ଉପରେ ଗବେଷଣା କରିଥିଲେ । ସେଥିରୁ ୯୪ ପ୍ରତିଶତ ଲୋକ ୩ ମାସ ମଧ୍ୟରେ ବିଭିନ୍ନ ରୋଗଠାରୁ ଉପଶମ ପାଇପାରିଥିଲେ। ସେଥିପାଇଁ ଦୈନିକ ଜୀବନରେ ଏହି ବ୍ୟାୟାମର ଗୁରୁତ୍ବ ଅଛି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe