ନୂଆ ସମୟ, ନୂଆ କଥା : ମରୁଭୂମି ସହ ସମୁଦ୍ର

ନୂଆ ସମୟ, ନୂଆ କଥା : ମରୁଭୂମି ସହ ସମୁଦ୍ର

Pinterest

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି। ଯେଉଁଠି ମରୁଭୂମି, ସେଠି ସମୁଦ୍ର କୁଆଡ଼ୁ ଆସିବ? ଆଉ ଯେଉଁଠି ସମୁଦ୍ର ଅଛି ସେଠି ମରୁଭୂମି କେମିତି ଅଛି? ମାତ୍ର ନାନା ରହସ୍ୟ ରୋମାଞ୍ଚଭରା ଆମର ପୃଥିବୀରେ ଏଭଳି ଏକ ସ୍ଥାନ ହେଉଛି ନାମିବିୟାର ୱେଷ୍ଟ୍‌ କୋଷ୍ଟ୍‌। ଏଇଠି ସମଦ୍ର ସହ ମରୁଭୂମି ମଧ୍ୟ ଦେଖିବାକୁ ମିଳେ। ଏହା ହେଉଛି ପୃଥିବୀର ସବୁଠୁ ଅଧିକ ପୁରୁଣା ମରୁଭୂମି, ଯାହା ପ୍ରାୟ ସାଢ଼େ ୫ କୋଟି ବର୍ଷ ପୁରୁଣା। ଖାସ୍‌ ବିଷୟ ହେଉଛି, ଏଠାରେ ଦେଖିବାକୁ ମିଳୁଥିବା ବାଲିଗୁଡ଼ିକର ଆକାର ବେଶ୍‌ ବଡ଼। ପୃଥିବୀରେ ଏତେ ବଡ଼ ବଡ଼ ବାଲି ଆଉ କେଉଁଠି ଦେଖିବାକୁ ମିଳେ ନାହିଁ।

ମ୍ୟାଗ୍ନେଟିକ୍‌ ହିଲ୍‌

publive-image Outlook India

ଆମ ଦେଶରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠି ପେଟ୍ରୋଲ୍‌, ଡିଜେଲ୍‌ ବିନା ଗଡ଼ିଥାଏ ଗାଡ଼ି। ଏହି ପାହାଡ଼ ଅଞ୍ଚଳଟି ଲଦାଖ୍‌ର ଲେହ୍‌ରେ ରହିଛି। ଏହି ସ୍ଥାନର ରାସ୍ତାରେ ଗାଡ଼ିଗୁଡ଼ିକ ବିନା ପେଟ୍ରୋଲ୍‌ ଡିଜେଲ୍‌ରେ ଗଡ଼ିଥାଏ। ବୈଜ୍ଞାନିକଙ୍କ କହିବାନୁସାରେ, ଏହି ପାର୍ବତ୍ୟାଞ୍ଚଳରେ ଏକ ଚୁମ୍ବକୀୟ ଶକ୍ତି ରହିଛି, ଯାହା ଗାଡ଼ିଗୁଡ଼ିକୁ ପ୍ରାୟ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ନିଜ ଆଡ଼କୁ ଟାଣି ଥାନ୍ତି। ଏହି କାରଣରୁ ଏ ଅଞ୍ଚଳକୁ କୁହାଯାଉଛି ମ୍ୟାଗ୍ନେଟିକ୍‌ ହିଲ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe