ସ୍କାଏ ଲାଇଟ୍ : ହୋଟେଲ୍‌ ଭିତରେ ଦୁଇଟି ଦେଶ

ସ୍କାଏ ଲାଇଟ୍ : ହୋଟେଲ୍‌ ଭିତରେ ଦୁଇଟି ଦେଶ

New Gadgets

ଦୁନିଆରେ ଏଭଳି ଅନେକ ହୋଟେଲ୍‌ ଅଛି ଯାହା ନିଜର ଭିନ୍ନ ଭିନ୍ନ ଗୁଣ ପାଇଁ ଲୋକଙ୍କ ମଧ୍ୟରେ ପରିଚିତ। ‌କୌଣସି ହୋଟେଲ୍‌ ନିଜର ନିର୍ମାଣ ଶୈଳୀ ଯୋଗୁ କେତେବେଳେ ନିଆରା ତ ଆଉ କେଉଁ ହୋଟେଲ୍‌ ସ୍ବତନ୍ତ୍ର ସୁବିଧା ପାଇଁ ଅନ୍ୟଠାରୁ ଭିନ୍ନ ହୋଇଥାଆନ୍ତି। ଏଭଳି ଏକ ହୋଟେଲ୍‌ ଅଛି ଯାହା ଦୁଇଦେଶ ଭିତରେ ଅବସ୍ଥିତ। ଅର୍ଥାତ୍‌ ଆପଣ ଯଦି ସେହି ହୋଟେଲ୍‌ରେ ଶୋଇଥିବା ସମୟରେ କଡ଼ ଲେଉଟାଇବେ ତେବେ ଅନ୍ୟ ଏକ ଦେଶରେ ପହଞ୍ଚିଯିବେ। କଥାଟି ବିଶ୍ବାସ ଯୋଗ୍ୟ ନହେଲେ ମଧ୍ୟ ସତ।

publive-image

ଏହି ଅଜବ ହୋଟେଲ୍‌ଟି ଦୁଇଦେଶର ସୀମାରେ ରହିଛି। ସେ ଦୁଇଟି ଦେଶ ହେଉଛନ୍ତି ଫ୍ରାନ୍ସ୍‌ ଓ ସୁଇଜରଲାଣ୍ଡ୍‌। ହୋଟେଲ୍‌ଟି ଦୁଇଦେଶର ପରିସୀମା ଭିତରେ ଥିବାରୁ ତାହାର ମଧ୍ୟ ଦୁଇ ଦୁଇଟି ଠିକଣା ରହିଛି। ହୋଟେଲ୍‌ ମଝିରେ ଦୁଇଦେଶର ସୀମାରେଖା ଗତି କରୁଥିବା ବେଳେ ଭିତରେ ଥିବା ବାର୍‌ ସୁଇଜରଲାଣ୍ଡ୍‌ରେ ଓ ଶୌଚାଳୟ ଫ୍ରାନ୍ସ୍‌ରେ ରହିଛି। ଏଥିରେ ଥିବା ଦୁଇଟି ରୁମ୍‌କୁ ଦୁଇଭାଗରେ ବଣ୍ଟାଯାଇଛି। ଭିତରେ ଥିବା ପ୍ରତ୍ୟେକ ଜିନିଷକୁ ଅଧା‌ ଅଧା ଦୁଇ ଭିନ୍ନ ଦେଶ ଅନୁସାରେ ମଧ୍ୟ ସଜା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe