ସ୍କାଏ ଲାଇଟ୍‌ : ମଧ୍ୟଯୁଗୀୟ ବ୍ୟକ୍ତିର ମୁହଁ ପୁନର୍ଗଠନ

ସ୍କାଏ ଲାଇଟ୍‌ : ମଧ୍ୟଯୁଗୀୟ ବ୍ୟକ୍ତିର ମୁହଁ ପୁନର୍ଗଠନ

୬ଶହରୁ ଉର୍ଦ୍ଧ୍ୱ ବର୍ଷ ପୂର୍ବର ଏକ ମାନବ କଙ୍କାଳ ଅବଶେଷରୁ ଜଣେ ମଧ୍ୟଯୁଗୀୟ ବ୍ୟକ୍ତିର ମୁହଁକୁ ବିଶେଷଜ୍ଞମାନେ ପୁନଃନିର୍ମାଣ କରିଛନ୍ତି। ୨୦୧୫ରେ ଅବରଦିନ୍‌ ଆର୍ଟ ଗ୍ୟାଲେରିର ପୁନଃବିକାଶ ସମୟରେ ଏହି ମାନବ କଙ୍କାଳର ଅବଶେଷ ମିଳିଥିଲା। ମଧ୍ୟ ଯୁଗରେ ଲୋକଙ୍କ ଜୀବନ କିପରି ଥିଲା, ତା’ର ଏକ ଛବି ପ୍ରସ୍ତୁତ କରିବା ପାଇଁ ବିଶେଷଜ୍ଞମାନେ ଚେହେରା ପୁନଃନିର୍ମାଣ ଟେକ୍ନୋଲୋଜି ସହିତ ମିଳିଥିବା ହାଡ଼ର ସଂଯୋଜନ କରିଥିଲେ। ଫଳସ୍ୱରୂପ କଙ୍କାଳଟି ୪୬ବର୍ଷ ବୟସ୍କ ବ୍ୟକ୍ତିର ବୋଲି ବିଚାର କରାଯାଉଛି। ଏହାର ଉଚ୍ଚତା ପ୍ରାୟ ୫ଫୁଟ ୨ଇଞ୍ଜରୁ ୫ଫୁଟ ୫ ଇଞ୍ଚ ଅନୁମାନ କରାଯାଉଛି। ସେତିକି ନୁହେଁ, ବ୍ୟକ୍ତି ଜଣକ ଦାନ୍ତ ଓ ଗଣ୍ଠି ରୋଗରେ ପୀଡ଼ିତ ଥିଲେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଓସି ପ୍ରତ୍ନତତ୍ତ୍ୱ ସମୂହର ଗବେଷକଙ୍କ ଅନୁସାରେ, ବ୍ୟକ୍ତି ଜଣକ ଅବରଦିନ୍‌ ବାସିନ୍ଦା ନଥିଲେ। କିନ୍ତୁ ଉତ୍ତରପଶ୍ଚିମ ତଟଠୁ ଦୂରରେ ହୁଏତ ତା’ଙ୍କର ପିଲାଦିନ ବିତିଥାଇପାରେ। ଏହି ବ୍ୟକ୍ତିଙ୍କର ଅବଶେଷ ପୁରୁଣା ବ୍ଲାକ୍‌ଫ୍ରେୟର୍ସ ଡୋମିନିକାନ୍‌ ଫ୍ରାଇଆରୀ ସମୟର, ଯାହା ୧୨୨୨ରୁ ୧୨୪୯ ମସିହା ମଧ୍ୟରେ ବୋଲି ଅନୁମାନ କରାଯାଉଛି। ଏହି ଆବିଷ୍କାର ସେ ସମୟର ଲୋକଙ୍କ ବୟସ, ଲିଙ୍ଗ, ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ବିଷୟରେ ଅଧିକ ସୂଚନା ପ୍ରଦାନ କରିବାରେ ସହାୟକ ହୋଇଥିବା ପ୍ରତ୍ନତତ୍ତ୍ୱ ସମୂହର ଗବେଷକ ପୌଲା ମିଲ୍‌ବର୍ନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe