ସ୍କାଏ ଲାଇଟ୍‌ : ଅନୁମାନଠାରୁ ଚନ୍ଦ୍ର ଆହୁରି ବୟସ୍କ

Advertisment
ସ୍କାଏ ଲାଇଟ୍‌ : ଅନୁମାନଠାରୁ ଚନ୍ଦ୍ର ଆହୁରି ବୟସ୍କ

TimeAndDate.com

ସୌରମଣ୍ଡଳ ଗଠିତ ହେବାର ହାରାହାରି ୧୫ କୋଟି ବର୍ଷ ପରେ ଚନ୍ଦ୍ର ସୃଷ୍ଟି ହୋଇଥିବା ପୂର୍ବରୁ ଆକଳନ କରାଯାଇଥିଲା। କିନ୍ତୁ ଜର୍ମାନୀର କୋଲୋନ୍‌ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ନେତୃତ୍ୱରେ ହୋଇଥିବା ଅଧ୍ୟୟନ ଅନୁସାରେ, ୪୫୬ କୋଟି ବର୍ଷ ପୂର୍ବେ ଆମ ସୌରମଣ୍ଡଳ ସୃଷ୍ଟି ହୋଇଥିଲା। ଚନ୍ଦ୍ର ସୃଷ୍ଟି ହୋଇଥିଲା ୪୫୧ କୋଟି ବର୍ଷ ପୂର୍ବେ। ଏହାର ଅର୍ଥ, ଆମ ସୌରମଣ୍ଡଳ ତିଆରି ହେବାର ୫୦ ଲକ୍ଷ ବର୍ଷ ପୂର୍ବେ ଚନ୍ଦ୍ର ଗଠିତ ହୋଇଥିଲା। ନେଚର୍‌ ଜିଓସାଇନ୍‌ସ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ଗବେଷକମାନେ ଏବେ ନୂଆ ତଥ୍ୟ ପାଇଛନ୍ତି। ଆପୋଲୋ ମିସନ୍‌ରେ ସଂଗ୍ରହ କରିଥିବା ନମୁନାଗୁଡ଼ିକର ରାସାୟନିକ ମିଶ୍ରଣର ବିଶ୍ଲେଷଣ ହେଉଛି ଏ ନୂଆ ତଥ୍ୟର ଆଧାର। କିପରି ଓ କେଉଁ ସମୟରେ ପୃଥିବୀ ସୃଷ୍ଟି ହୋଇଥିଲା ତାହା ଜାଣିବାପାଇଁ ଚନ୍ଦ୍ରର ବୟସ ନିରୂପଣ କରିବା ବେଶ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଆପୋଲୋ ମିସନ୍‌ରେ ଚନ୍ଦ୍ରରୁ ସଂଗ୍ରହ କରାଯାଇଥିବା ନମୁନାର ରାସାୟନିକ ଗୁଣ ଉପରେ ଅଧ୍ୟୟନଟି ଫୋକସ୍‌ କରିଥିଲା। ମଙ୍ଗଳ ଆକୃତିର ଗ୍ରହ ଓ ପ୍ରାରମ୍ଭିକ ପୃଥିବୀ ସହ ବଡ଼ ଧରଣର ଧକ୍କା ଫଳରେ ଚନ୍ଦ୍ର ସୃଷ୍ଟି ହୋଇଥିଲା ବୋଲି ଅନୁମାନ କରାଯାଉଛି। ନବଗଠିତ ଚନ୍ଦ୍ର ମାଗ୍‌ମା ସମୁଦ୍ରଦ୍ୱାରା ଆବୃତ୍ତ ଥିଲା ଯାହା ଥଣ୍ଡା ହେବା ପରେ ବିଭିନ୍ନ ପ୍ରକାରର ଶିଳାରୂପ ନେଇଥିଲା। ଏହି ଶିଳା ଦେହରେ ଚନ୍ଦ୍ର ସୃଷ୍ଟିର ରହସ୍ୟ ଛପି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe