ସ୍କାଏ ଲାଇଟ୍ : ମିଶର୍‌ ପିରାମିଡ୍‌

Advertisment
ସ୍କାଏ ଲାଇଟ୍ : ମିଶର୍‌ ପିରାମିଡ୍‌

indlives.com

ମିଶର୍‌ରେ ଥିବା ୪ ହଜାର ବର୍ଷର ପୁରୁଣା ପିରାମିଡ୍‌ର ରହସ୍ୟ ସମ୍ପର୍କରେ ଠିକ୍‌ ତଥ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ ରାଜାରାଣୀଙ୍କ କବର ପାଇଁ ଏହା ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ। ଏଠାକାର ସବୁଠୁ ପୁରୁଣା ତଥା ରହସ୍ୟମୟ ପିରାମିଡ୍‌ ହେଉଛି ‘ଦି ଗ୍ରେଟ୍‌ ପିରାମିଡ୍‌ ଅଫ୍‌ ଗିଜା’। ଖ୍ରୀଷ୍ଟପୂର୍ବ ୨୫୬୦ ମସିହାରେ ଏହା ନିର୍ମାଣ କରାଯାଇଥିଲା। ଏହା କୁଫୁ ପିରାମିଡ୍‌ ଭାବେ ମଧ୍ୟ ଜଣାଶୁଣା। ମିଶର୍‌ର ରାଜା କୁଫୁଙ୍କ ମୃତଦେହ ସଂରକ୍ଷଣ ପାଇଁ ଏହା ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ। ଏହାର ଉଚ୍ଚତା ପ୍ରାୟ ୪୫୦ ଫୁଟ୍‌ ହୋଇଥିବାବେଳେ ୧୩ ଏକର ଜାଗାରେ ନିର୍ମିତ ହୋଇଛି। ଏହି ପିରାମିଡ୍‌ ନିର୍ମାଣରେ ୨୩ ଲକ୍ଷ କଳାପଥର ବ୍ୟବହୃତ ହୋଇଛି। ଏହି ପଥର ଗୁଡ଼ିକ ଭିତରେ ଲାଇମ୍‌ଷ୍ଟୋନ୍‌ ଏବଂ ଗ୍ରାନାଇଟ୍‌ ରହିଛି। ଏଥିରେ ବ୍ୟବହାର କରାଯାଇଥିବା ଗୋଟିଏ ଗୋଟିଏ ପଥରର ଓଜନ ୨ରୁ ୩୦ ଟନ୍‌ ପର୍ଯ୍ୟନ୍ତ ବୋଲି ଆକଳନ କରାଯାଏ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଆଜିର ଯୁଗରେ କ୍ରେନ୍‌ ସାହାଯ୍ୟରେ ୨୦ ହଜାର କିଗ୍ରା ଉଠାଯାଉଥିବାବେଳେ ସେ ସମୟରେ ଏତେ ଓଜନର ପଥର କିପରି ବ୍ୟବହାର କରାଗଲା? ତାହା ଏପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି। ଏହି ପିରାମିଡ୍‌ ଏମିତି ସ୍ଥାନରେ ନିର୍ମାଣ କରାଯାଇଛି, ଯାହା ଇସ୍ରାଇଲ୍‌ ପାହାଡ଼ ଉପରୁ ମଧ୍ୟ ଦେଖାଯିବ। ପିରାମିଡ୍‌ର ବାହାରର ତାପମାତ୍ରା ଯେତେ ହୋଇଥାଉ ନା କାହିଁକି ଭିତରର ତାପମାତ୍ରା ସବୁବେଳେ ୨୦ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe