ସ୍କାଏ ଲାଇଟ୍‌ : ମାଛ ପେଡ଼ିକ୍ୟୋର୍‌

ସ୍କାଏ ଲାଇଟ୍‌ : ମାଛ ପେଡ଼ିକ୍ୟୋର୍‌

GBC Ghana Online

ଗ୍ରାହକଙ୍କୁ ସ୍ୱାଦିଷ୍ଟ ଭୋଜନ ସହିତ ପେଡ଼ିକ୍ୟୋର୍‌ ସୁବିଧା ଦେଇ ଚର୍ଚ୍ଚାରେ ଆସିଛି ଇଣ୍ଡୋନେସିଆର ସାଂସ୍କୃତିକ ରାଜଧାନୀ ଜାକର୍ତ୍ତାସ୍ଥିତ ସୋଟୋ କୋକ୍‌ରୋ କେମ୍‌ବାଙ୍ଗ୍‌ ରେସ୍ତୋରାଁ। ରେସ୍ତୋରାଁ ଆସୁଥିବା ଗ୍ରାହକ ଭୋଜନ କରିବାକୁ ଚେୟାରରେ ବସିଥିବା ବେଳେ ସେମାନଙ୍କ ପାଦଗଣ୍ଠି ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହୁଛି। ଏହି ପାଣିରେ ହଜାର ହଜାର ଛୋଟ ମାଛ ବିଚରଣ କରୁଛନ୍ତି, ଯେଉଁମାନେ ଗ୍ରାହକଙ୍କ ତ୍ୱଚାର ମୃତ କୋଷିକା ବାହାର କରି ସେମାନଙ୍କୁ ପେଡ଼ିକ୍ୟୋର ଚିକିତ୍ସା ପ୍ରଦାନ କରୁଛନ୍ତି। ଇଣ୍ଡୋନେସିଆର ପାରମ୍ପରିକ ଖାଦ୍ୟ ସହିତ ଏହି ଥେରାପି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଜୁନ୍‌ରେ ରେସ୍ତୋରାଁଟି ଆରମ୍ଭ ହୋଇଥିଲା। ଏହାର ମାଲିକ ଇମାମ୍‌ ନୂର୍‌ କହନ୍ତି, ମୁକ୍ତକାଶ ରେସ୍ତୋରାଁ ବିଷୟରେ ବାପାଙ୍କଠାରୁ ସେ ଧାରଣା ପାଇଥିଲେ। ଏଠାରେ ପ୍ରାୟ ୭ ହଜାର ଲାଲ ରଙ୍ଗର ନାଇଲ ତେଲପିଆ ମାଛ ବିଚରଣ କରୁଛନ୍ତି। ପ୍ରଥମେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏହି ରେସ୍ତୋରାଁ ଖୋଲିଥିଲା। ଏବେ କିନ୍ତୁ ବିଭିନ୍ନ ସହରରୁ ଏଠାକୁ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe