OTC Digest
ଆଜିକାଲି ମେଦ ବଢ଼ିବାର ଉଦାହରଣ ଯଥେଷ୍ଟ ଅଧିକ। ଏଥିରୁ ମୁକ୍ତି ପାଇବାକୁ ହେଲେ ଆମକୁ ବ୍ୟାୟାମ କରିବାକୁ ପଡ଼ିବ। ଖାଦ୍ୟପେୟ ବା ବ୍ୟାୟାମ ରୁଟିନ୍ରେ ପରିବର୍ତ୍ତନ ଦ୍ୱାରା ବ୍ୟକ୍ତି ନିଜ ରକ୍ତ ସର୍କରା ସ୍ତରକୁୁ ଠିକ୍ରେ ନିୟନ୍ତ୍ରଣ କରିପାରିବ। ୬ ସପ୍ତାହର ଏହି ଅଧ୍ୟୟନ ଏହା ଦାବି କରିଛି। ୬ ସପ୍ତାହର ଅଧ୍ୟୟନରେ ୩୦ ପୁରୁଷ ସାମିଲ ହୋଇଥିଲେ। ସେମାନଙ୍କୁ ମେଦବହୁଳ ବା ଅତିରିକ୍ତ ଓଜନବିଶିଷ୍ଟ ବିଭାଗରେ ରଖାଗଲା। ଗୋଟିଏ ଦଳ ବ୍ୟାୟାମ ପୂର୍ବରୁ ଓ ପରେ ଜଳଖିଆ ଖାଇଥିଲେ। ଅନ୍ୟ ଦଳର ଜୀବନଶୈଳୀରେ କୌଣସି ପରିବର୍ତ୍ତନ କରାଯାଇନଥିଲା। ଅଧ୍ୟୟନ ଅନୁସାରେ, ଯେଉଁମାନେ ଜଳଖିଆ ଖାଇବା ପୂର୍ବରୁ ବାୟାମ କରିଥିଲେ, ଜଳଖିଆ ଖାଇବା ପରେ ବ୍ୟାୟାମ କରିଥିବା ବ୍ୟକ୍ତିଙ୍କ ତୁଳନାରେ ସେମାନଙ୍କ ଶରୀରରୁ ଦୁଇ ଗୁଣ ଚର୍ବି ହ୍ରାସ ପାଇଥିଲା। ରକ୍ତ ସର୍କରା ସ୍ତର ନିୟନ୍ତ୍ରଣ କରିବାରେ ଏହା ସହାୟକ ହେବା ସହ ମଧୁମେହ ଓ ହୃଦରୋଗ ଆଶଙ୍କା ମଧ୍ୟ ହ୍ରାସ କରିଥିଲା। ଅତଏବ ବ୍ୟାୟାମ ପୂର୍ବରୁ ହିଁ ଜଳଖିଆ ଖାଇବା ନିରାପଦ।
Follow Us