ସ୍କାଏ ଲାଇଟ୍ : ୫୭ଶହ ବର୍ଷର ଚୁଇଙ୍ଗମ୍‌

ସ୍କାଏ ଲାଇଟ୍ : ୫୭ଶହ ବର୍ଷର ଚୁଇଙ୍ଗମ୍‌

Science News

ଅନେକ ସମୟରେ ଖଣି ଖୋଳା ହେଉ କିମ୍ବା ଅନ୍ୟ କିଛି ଖୋଳାଯାଉଥିବା ବେଳେ ଏଭଳି ଜିନିଷ ବାହାରିଥାଏ ଯାହା ଆଶ୍ଚର୍ଯ୍ୟ ଲାଗିଥାଏ। ଦକ୍ଷିଣ ଡେନ୍‌ମାର୍କରେ ଏକ ପୁରୁଣା ଜାଗାର ଖନନ ସମୟରେ ଏଭଳି ଏକ ପଦାର୍ଥ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଖନନକାରୀଙ୍କୁ ମିଳିଛି ୫୭୦୦ ବର୍ଷ ପୁରୁଣା ଚୁଇଙ୍ଗମ୍‌। ତେବେ ଏହି ଚୁଇଙ୍ଗମ୍‌ରୁ ଗବେଷକମାନେ ଜଣେ ମହିଳାର ଡିଏନ୍‌ଏ ମଧ୍ୟ ପାଇଛନ୍ତି। ପ୍ରଥମଥର ପାଇଁ ଏପରି ହୋଇଛି ଯେ ମଣି‌ଷ ହାଡ଼ ଛଡ଼ା ଅନ୍ୟ ଏକ ଜିନିଷରୁ ଜଣେ ମଣିଷଙ୍କର ଡିଏନ୍‌ଏ ବିଷୟରେ ଜଣାପଡ଼ିଛି।

ଗବେଷକଙ୍କ ମତ ଅନୁସାରେ ସେହି ଚୁଇଙ୍ଗମ୍‌ ଯେଉଁ ମହିଳା ଚୋବାଇ ଖାଇଛନ୍ତି ତାଙ୍କର କଳା ରଙ୍ଗର ଚୁଟି ଥିବାବେଳେ ଦେହର ରଙ୍ଗ ମଧ୍ୟ କଳା ଥିଲା। ହେଲେ ମହିଳାଙ୍କର ଆଖି ନୀଳ ରଙ୍ଗର ଥିଲା। ଗବେଷକମାନେ ସେହି ମହିଳାଙ୍କ ନାଁ ଲୋଲା ରଖିଛନ୍ତି। ମହିଳା ଜଣଙ୍କ ଯେଉଁଠି ରହୁଥିଲେ ସେଠା ଲୋକଙ୍କର ମୁଖ୍ୟ କାମଥିଲା ମାଛ ଧରିବା। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe