ସ୍କାଏ ଲାଇଟ୍ : ସୁନ୍ଦର ଅଥଚ ବିଷାକ୍ତ

ସ୍କାଏ ଲାଇଟ୍ : ସୁନ୍ଦର ଅଥଚ ବିଷାକ୍ତ

WSPA.com

ରୁଷ୍‌ର ସାଇବେରିଆସ୍ଥିତ ଏକ ଛୋଟ ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନନ୍ୟ। ଗାଢ଼ ନୀଳ ରଙ୍ଗର ଏହି ହ୍ରଦ କୂଳରେ ବସି ସମୟ କାଟିବାର ଅଭିଜ୍ଞତା ଅଭୁଲା। ତଥାପି ହ୍ରଦଟି ପାଖକୁ ନ ଯିବା ପାଇଁ ନିଷେଧ ଜାରି କରାଯାଇଛି। କାରଣ ଏହା ହ୍ରଦ ଭଳି ଦୃଶ୍ୟମାନ ହେଉଥିଲେ ମଧ୍ୟ ପ୍ରକୃତରେ ବିଷାକ୍ତ ପାଣିର ଏକ ବିଶାଳ ଜଳାଶୟ। ଏହି ହ୍ରଦ ପାଖରେ ଲୋକେ ଫଟୋ ଉଠାନ୍ତି। ହ୍ରଦର ବିଷାକ୍ତ ପାଣି ବିଷୟରେ ପ୍ରଥମେ ଜଣେ ଯୁବତୀ ସୂଚନା ଦେଇଥିଲେ। ସେ ଏକ ଫଟୋସୁଟ୍‌ ପାଇଁ ପାଣି ମଧ୍ୟକୁ ପ୍ରବେଶ କରିଥିଲେ। ପାଣିରୁ ବାହାରିବା ପରେ ତାଙ୍କ ଦେହରେ ଲାଲ୍‌ ଦାଗ ସୃଷ୍ଟି ହୋଇଥିଲା ଓ ଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ନିକଟସ୍ଥ ଏକ ପାୱାର୍‌ ପ୍ଲାଣ୍ଟ୍‌ରୁ ନିର୍ଗତ ତରଳ ରାସାୟନିକ ବର୍ଜ୍ୟବସ୍ତୁ ଜମା ‌ହୋଇ ଏହି କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ସହରର ଲୋକମା‌େନ ଏହାର ନାମ ଦେଇଛନ୍ତି ‘ସାଇବେରିଆନ୍‌ ମାଲଦୀଭ୍‌ସ’। ଏହାର ପାଣି ଏତେ ବିଷାକ୍ତ ‌ଯେ ଏଥିରେ କୌଣସି ଜଳଚର ପ୍ରାଣୀ ଜୀବିତ ରହି ପାରନ୍ତି ନାହି? କିନ୍ତୁ ପ୍ଲାଣ୍ଟ୍‌ କର୍ତ୍ତୃପକ୍ଷଙ୍କ କହିବା ହେଲା ଏହି ହ୍ରଦର ପାଣି ବିଷାକ୍ତ ନୁହେଁ, ଅତ୍ୟଧିକ କ୍ଷାରୀୟ ଯୋଗୁ ଏପରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe