ଖୋଲା ଝରକା : କିଶୋର-କିଶୋରୀଙ୍କ ଶୋଇବା ନିୟମ

ଆଜି ବିଶ୍ବ ନିଦ୍ରା ଦିବସ: ଆର୍ଥିକ ସଙ୍କଟ ଏବଂ କୋଭିଡ୍‌ ପାଇଁ ୪ଜଣରେ ଜଣେ ଶୋଇପାରୁନାହାନ୍ତି

Medical Xpress

୧୮ ବର୍ଷ ବୟସ ପର୍ଯ୍ୟନ୍ତ କିଶୋରକିଶୋରୀଙ୍କ ପାଇଁ ଶୋଇବା ନିୟମ କଡ଼ାକଡ଼ି ‌େହବା ଉଚିତ ବୋଲି ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି। ପର୍ଯ୍ୟାପ୍ତ ନିଦ କିଶୋରକିଶୋରୀଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ। ବିଛଣାକୁ ଯିବା‌ ସମୟସୀମାକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଏବେ କିନ୍ତୁ ଅଧିକାଂଶ ମା’ବାପା ସେମାନଙ୍କ ପିଲାଙ୍କୁ କହିବାକୁ ଭୁଲିଗଲେଣି। କିନ୍ତୁ ଅଧ୍ୟୟନ ଅନୁସାରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଶୋଇବା ସମୟ ଉପରେ ବରାବର ଧ୍ୟାନ ରଖିବା ଦ୍ବାରା ସେମାନଙ୍କ ଉପରେ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପଡ଼ିଥାଏ। ନ୍ୟୁୟର୍କର ରୋଚେଷ୍ଟର ୟୁନିଭର୍ସିଟିର ବୈଜ୍ଞାନିକମାନେ ୧୪ରୁ ୧୭ ବର୍ଷ ବୟସର ୧୯୩ ପିଲା ଓ ସେମାନଙ୍କ ମା’ବାପାଙ୍କୁ ସାତ ରାତି ଧରି ଯାଞ୍ଚ କଲେ। ୭୪ ପ୍ରତିଶତ ଅଭିଭାବକ ରାତିରେ କୌଣସି ଶୋଇବା ସମୟସୀମା ନିର୍ଦ୍ଧାରଣ କରି ନ ଥିବା ସର୍ଭେରୁ ଜାଣିବାକୁ ପାଇଥିଲେ। ଶୋଇବାକୁ ଯିବା ପୂର୍ବରୁ ବୈଦ୍ୟୁତିକ ଉପକରଣ ବ୍ୟବହାର ନ କରିବା ନିୟମ ଏକ ତୃତୀୟାଂଶ ମାତାପିତା ସେମାନଙ୍କ ପିଲାଙ୍କ ଉପରେ ଲାଗୁ କରି ନଥିଲେ। ୧୬ ପ୍ରତିଶତ ମା’ବାପା ସବୁଦିନ ପିଲାଙ୍କ ଶୋଇବା ସମୟକୁ ଜଗିଥିଲେ ଏବଂ ପର୍ଯ୍ୟାପ୍ତ ନିଦ ଉପରେ ଧ୍ୟାନ ଦେଇଥିଲେ। ଦେଖାଗଲା ସେହି ୧୬ ପ୍ରତିଶତ ପିଲା ଦିନରେ ଢେର ଗୁଣ ଅଧିକ ଶକ୍ତିର ସହ କାମ କରିଥିଲେ। ସେମାନଙ୍କଠାରେ ଅବସାଦଜନିତ ଭାବନା ମଧ୍ୟ କମ୍‌ ଥିଲା। ଯେଉଁ ଅଭିଭାବକ ସେମାନଙ୍କ ପିଲାର ଶୋଇବା ସମୟ ଉପରେ ଜୋର ଦେଇଥିଲେ ଏବଂ ପର୍ଯ୍ୟାପ୍ତ ନିଦକୁ ଜଗିଥିଲେ ସେମାନଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଉନ୍ନତି ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe