ମଧୁ ଓ ମହୁମାଛି

Advertisment

ତୁମ କାହାଣୀ - ତସନିମ୍ ସୁଲତାନା

ତୁମ କାହାଣୀ - ତସନିମ୍ ସୁଲତାନା

ମଧୁ ଓ ମହୁମାଛି

ସେଦିନ ଖାଇବା ଛୁଟି ସମୟରେ ସାର୍‌, ମଧୁ ଓ ତା’ର ଦୁଇ ଜଣ ସାଙ୍ଗକୁ ଖୋଜୁଥିଲେ । ସେମାନେ ସ୍କୁଲ ଆସିଥିଲେ କିନ୍ତୁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ସମୟରେ ଅନୁପସ୍ଥିତ ଥିଲେ। ଏଇ ସମୟରେ ଦୁଇ ଜଣ ସାଙ୍ଗ ଧଇଁସଇଁ ହୋଇ ଆସି ସାରଙ୍କୁ କହିଲେ ମଧୁକୁ ଜଙ୍ଗଲି ମହୁମାଛି ଦଂଶନ କରିଛନ୍ତି। ସେ ଜଙ୍ଗଲରେ ବେହୋସ ହୋଇ ପଡିଛି। ସେମାନେ ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଆସିଲାବେଳେ ମହୁମାଛି ବସା ଦେଖିଥିଲେ। ମହୁ ସଂଗ୍ରହ ଲୋଭରେ ସେଠିକି ଯାଇଥିଲେ।

ଏକଥା ଶୁଣି ଶିକ୍ଷକ ବ୍ୟସ୍ତ ହୋଇପଡ଼ିଲେ। ସଙ୍ଗେ ସଙ୍ଗେ ଗାଁର କିଛି ବଡ଼ ପିଲାଙ୍କୁ ଧରି ମଧୁକୁ ଖୋଜିବାକୁ ବାହାରି ପଡ଼ିଲେ। ଜଙ୍ଗଲ ମଝିରେ ମଧୁ ଏକା ପଡ଼ି ରହିଥିଲା। ପିଲାମାନେ ସଙ୍ଗେ ସଙ୍ଗେ ମଧୁକୁ ଆହତ ଓ ଅଚେତ ଅବସ୍ଥାରେ ଉଦ୍ଧାର କରି ଗାଁ ଡାକ୍ତରଖାନାକୁ ନେଇଗଲେ। ତିନି ଦିନ ଡାକ୍ତରଖାନାରେ ରହିବା ପରେ ମଧୁ ସୁସ୍ଥ ହୋଇ ସ୍କୁଲକୁ ଆସିଲା। ମହୁ ସଂଗ୍ରହ ଲୋଭରେ ତା’ର ସାଙ୍ଗମାନେ ତାକୁ ଅସହାୟ ଅବସ୍ଥାରେ ଜଙ୍ଗଲରେ ଛାଡ଼ି ଆସିବେ ସେକଥା ସେ କେବେବି ସ୍ବପ୍ନରେ ଭାବି ନଥିଲା। ମଧୁକଥା ଶୁଣି ଶିକ୍ଷକ ମଧୁସହ ଶ୍ରେଣୀର ସମସ୍ତ ପିଲାଙ୍କୁ କହିଲେ ‘‘ ପିଲାମାନେ, ସବୁକାମ ମଣିଷ ପାଇଁ ସେତେବେଳେ ସହଜ ହୋଇଯାଏ ଯେତେବେଳେ ସେ ସେଇ କାମ ପାଇଁ ତାଲିମ ହାସଲ କରିଥାଏ।’’ ବିନା ତାଲିମରେ ସେ କାମ କଲେ ଆମକୁ ମଧୁଭଳି ବିପଦର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଉ ଏଥିପାଇଁ ଜୀବନ ଚାଲି ଯିବାର ମଧ୍ୟ ସମ୍ଭାବନା ରହିଛି । ମହୁ ସଂଗ୍ରହ ଓ ମହୁମାଛି ପାଳନ ପାଇଁ ମଧ୍ୟ ତାଲିମ ପ୍ରଦାନ କରାଯାଉଛି। ମଧୁ ଓ ତା ସାଙ୍ଗ ପିଲାମାନଙ୍କ ମହୁମାଛି ପ୍ରତି ଆଗ୍ରହ ଦେଖି ମୁଁ ବହୁତ ଖୁସି। ଆଗାମୀ ଦିନରେ ସେମାନେ ବଡ଼ ହୋଇ ଏସବୁ ବିଷୟରେ କୃଷି ବିଶ୍ବବିଦ୍ୟାଳୟରୁ ଅଧିକ ତାଲିମ ନେଇ ଜୀବନରେ ସଫଳ ହୁଅନ୍ତୁ ।

ମଧୁ ବିଷୟରେ ତା’ର ସାଙ୍ଗମାନେ ଠିକ ସମୟରେ ଆମକୁ ଖବର ଦେଇଥିବାରୁ ମଧୁର ଉଚିତ ଚିକିତ୍ସା ସମ୍ଭବ ହୋଇପାରିବା ସହ ତା’ର ଜୀବନ ରକ୍ଷା ହୋଇ ପାରିଲା। ବିପଦରୁ ଉଦ୍ଧାର କରିଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ମଧୁ, ସାର୍‌ଙ୍କ ମୁହଁରୁ ଏସବୁ କଥା ଶୁଣି ତା’ର ସାଙ୍ଗମାନଙ୍କ ପ୍ରତି ଥିବା ଖରାପ ଭାବନା ମନରୁ ଦୂରେଇ ଗଲା। ଶ୍ରେଣୀର ସମସ୍ତ ପିଲା ଶପଥ ନେଲେ ଏଣିକି ସ୍କୁଲରେ ବା ଘରେ ଥିବା ସମୟରେ ଗୁରୁଜନଙ୍କ ବିନା ଅନୁମତିରେ ଅନ୍ୟ କେଉଁଆଡ଼େ ଯିବେ ନାହିଁ ।

ଅଷ୍ଟମ ଶ୍ରେଣୀ,
କାକଟପୁର ବାଳିକା ନୋଡାଲ ଉଚ୍ଚବିଦ୍ୟାଳୟ,
କାକଟପୁର, ପୁରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe