ବଦଳିଗଲା ରମାକାନ୍ତ

Advertisment

ତୁମ କାହାଣୀ - ସୁତପା ମଣ୍ଡଲ

ତୁମ କାହାଣୀ - ସୁତପା ମଣ୍ଡଲ

ବଦଳିଗଲା ରମାକାନ୍ତ

ମଧୁପୁର ଗ୍ରାମରେ ରତିକାନ୍ତ ନାମରେ ଜଣେ ଜମିଦାର ଥିଲେ। ସେ ଦୟାଳୁ ଓ ଶାନ୍ତ ସ୍ବଭାବର ମଣିଷ। ଜମିଦାର ନିଜର ପୁତ୍ର ରମାକାନ୍ତର କାର୍ଯ୍ୟକଳାପରେ ଆଦୌ ସନ୍ତୁଷ୍ଟ ନ ଥିଲେ। ସାଙ୍ଗସାଥୀଙ୍କ ସହିତ ଖିଆପିଆ ବୁଲାବୁଲିରେ ରମାକାନ୍ତର ପୂରା ଦିନ ବିତିଯାଏ। ଅନେକ ସମୟରେ ତା’ ବନ୍ଧୁମାନେ ଆସି ରାତିରେ ବି ରୁହନ୍ତି। ଘର ଖାଦ୍ୟ ତାକୁ ରୁଚୁ ନଥିଲା। ମଉଜ ମଜଲିସ୍‌ରେ ଦିନ କାଟିବା ଧୀରେ ଧୀରେ ତା’ର ଅଭ୍ୟାସରେ ପରିଣତ ହୋଇଗଲା। ସେ ଦିନକ ପାଇଁ ଘରର ଦାୟିତ୍ବ ନେଉ ନଥିଲା କି ନିଜ ପିତାଙ୍କୁ ତାଙ୍କ କାମରେ କେବେ ସାହାଯ୍ୟ ସହଯୋଗ କରୁନଥିଲା।

ରମାକାନ୍ତ ସମୟର ମହତ୍ତ୍ବ ବୁଝୁ ନଥିବାରୁ ଉଭୟ ପିତାମାତା ଚିନ୍ତିତ ରହୁଥିଲେ। ଅନେକ ପ୍ରକାର ବୁଝେଇଲା ପରେ ବି ତା’ର ସ୍ବଭାବରେ ସାମାନ୍ୟ ବି ପରିବର୍ତ୍ତନ ହେଉ ନଥାଏ।

ଦିନେ ଜମିଦାର ଏ ବାବଦରେ ଜଣେ ସନ୍ଥଙ୍କଠାରୁ ପରାମର୍ଶ ନେଲେ। ସବୁକଥା ଶୁଣି ସନ୍ଥ କହିଲେ ଦିନେ ରମାକାନ୍ତକୁ ମୋ ପାଖକୁ ପଠାନ୍ତୁ ମଁୁ ଏହାର ସମାଧାନ କରିବି। ବାପାଙ୍କ କଥା ଶୁଣି ରମାକାନ୍ତ ସନ୍ଥଙ୍କ ପାଖକୁ ଗଲା। ସନ୍ଥ ତା’କୁ କୁଟୀର ପଛପଟକୁ ଡାକିନେଇ ତିନୋଟି ଅନାବନା ଗଛକୁ ଦେଖାଇଲେ। ଗୋଟେ ଛୋଟ, ଆଉ ଗୋଟେ ତା’ଠୁ ବଡ଼ ଆରଟା ତା’ଠାରୁ ବଡ଼। ସନ୍ଥ କହିଲେ ଏବେ ମତେ ତିନୋଟିଯାକ ଉପାଡ଼ି କରି ଦିଅ। ରମାକାନ୍ତ ସଙ୍ଗେ ସଙ୍ଗେ ଛୋଟ ଗଛଟିକୁ ଉପାଡ଼ି ଦେଲା। ଦ୍ବିତୀୟ ଗଛଟିକୁ ସାମାନ୍ୟ ବଳ ପ୍ରୟାଗ କରିବାକୁ ପଡ଼ିଲା। ହେଲେ ବଡ଼ ଗଛଟିକୁ ଆଦୌ ଉପାଡ଼ି ପାରିଲା ନାହିଁ।

ସନ୍ଥ କହିଲେ ଶେଷ ଗଛଟିକୁ ଉପାଡ଼ି ପାରିଲନି କାରଣ ମାଟି ଓ ଗଛର ବନ୍ଧୁତା ତୁମ ବଳଠାରୁ ଅଧିକ ଶକ୍ତ ଥିଲା। ମଣିଷ ସମାଜରେ ବି ବନ୍ଧୁତାର ଦୃଢ଼ତା ଅବିକଳ ମାଟି ଓ ଗଛ ପରି। ଜୀବନରେ ବନ୍ଧୁତାର ଆବଶ୍ୟକତା ତ ରହିଛି ହେଲେ ବନ୍ଧୁତା ଆଢ଼ୁଆଳରେ ନିଜ କର୍ତ୍ତବ୍ୟକୁ ଏଡ଼ାଇ ଦେବା ଆଦୌ ଗ୍ରହଣୀୟ ନୁହେଁ। ସୁଗୁଣରେ ଭରା ବନ୍ଧୁଟିଏ ଜୀବନକୁ କୁସୁମିତ କରିଥାଏ। ଆଉ ଦୁଷ୍ଟ ପ୍ରକୃତିର ବନ୍ଧୁ ଜୀବନକୁ ନର୍କରେ ପରିଣତ କରିଥାଏ। ସମୟ ଅନୁସାରେ ଦୁଷ୍ଟ ପ୍ରକୃତିର ବନ୍ଧୁଠାରୁ ହାତ ଛଡ଼ାଇବା କାଠିକର ପାଠ ହୋଇପଡ଼େ। ଏଣୁ ଗୁଣ ପରଖି ବନ୍ଧୁତା କରିବା ନିଆତି ଦରକାର।

ରମାକାନ୍ତ ନିଜ ଭୁଲ ବୁଝିପାରି କ୍ଷମା ମାଗିଲା। ଉଚିତ ସମୟ‌ରେ ଦୁଷ୍ଟ ସାଙ୍ଗମାନଙ୍କୁ ଛାଡ଼ି ଘର ସହିତ ପରିବାରର କାମ ହାତକୁ ନେଲା। ରମାକାନ୍ତ ଭିତରେ ଏପରି ବଦଳିବା ପ୍ରକୃତି ଦେଖି ବାପା ଖୁସି ହୋଇଗଲେ।

ବଜାର ସାହି, କଳାପଥର, କଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe