ଲୋଭ

Advertisment

ତୁମ କାହାଣୀ - ସୁମନା ରାଉତ

ତୁମ କାହାଣୀ - ସୁମନା ରାଉତ

ଲୋଭ

କୁକୁରଟିଏ ପାଟିରେ ଖଣ୍ଡେ ମାଂସଲଗା ହାଡ଼ ଧରିଥାଏ। ସେ ଗାଁ ଆଡ଼କୁ ପଡ଼ିଥିବା ରାସ୍ତାରେ ଚାଲିଥାଏ। ଆରାମ୍‌ରେ ଲାଞ୍ଜଟିକୁ ହଲାଇ ହଲାଇ ଗୀତ ଗାଇ ବାଟ ଚାଲୁଥାଏ। ସେହି ବାଟରେ ଝରଣାଟିଏ ପଡ଼ିଲା। କିନ୍ତୁ ଝରଣା ପାରିହେବାକୁ କୌଣସି ରାସ୍ତା ନ ଥାଏ। ସେଥିପାଇଁ ଲୋକେ ଝରଣା ପାରହେବା ପାଇଁ ତା’ ଉପରେ କାଠଗଡ଼ଟିଏ ପକାଇଥାନ୍ତି।

କୁକୁରଟି ତା’ ଉପର ଦେଇ ଝରଣା ପାରିହେବାକୁ ଗଲା। ଏପଟେ ମୁଣ୍ଡ ଉପରେ ଖରା। ବହୁତ କଷ୍ଟରେ ସେ ତା’ ଘରକୁ ଯାଉଥାଏ। ମୁଣ୍ଡ ଉପରେ ଖରା ଥିବାରୁ ତା’ର ଛାଇ ଝରଣା ପାଣିରେ ପଡ଼ୁଥାଏ। କିଛି ସମୟ ପରେ ସେ ପାଣିରେ ନିଜ ଛାଇକୁ ଦେଖି ଆଉ ଗୋଟିଏ କୁକୁର ବୋଲି ଭାବିଲା। ଛାଇ-କୁକୁରର ପାଟିରେ ଖଣ୍ଡେ ମାଂସଲଗା ହାଡ଼ ଥିବା ପରି ସେ ଦେଖିଲା। ତାକୁ ଦେଖି କୁକୁରର ଲୋଭ ଆସିଗଲା। ସେ ଆଉ ଖଣ୍ଡିଏ ମାଂସଲଗା ହାଡ଼ କିପରି ଖାଇବ ବୋଲି ଭାବିଲା।

ଏହାପରେ ହଠାତ୍‌ ସେ ‘ଭୋ’ କହି ଛାଇ ଆଡ଼କୁ ଭୁକିବାକୁ ଲାଗିଲା। ଭୁଲି ଯାଇଥିଲା ଯେ ତା’ ପାଟିରେ ଗୋଟିଏ ମାଂସଲଗା ହାଡ଼ ଅଛି। ହଠାତ୍‌ ପାଟିରୁ ମାଂସ ଖଣ୍ଡକ ପାଣିରେ ଖସିପଡ଼ିଲା। ଫଳରେ ତାହା ପାଣି ସୁଅରେ ଭାସିଗଲା। ଲୋଭୀ କୁକୁର ଛାଇମାଂସ ଲୋଭରେ ଅସଲ ମାଂସକୁ ମଧ୍ୟ ହରାଇଲା।
(ଏକ ପୁରାତନ କଥାକୁ ନେଇ)

ପଞ୍ଚମ ଶ୍ରେଣୀ, ପଲା, ଖୋର୍ଦ୍ଧା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe