ନୂଆଦିଲ୍ଲୀ: ନେତୃତ୍ବ ପରିବର୍ତ୍ତନ ଏବଂ ଦଳ ମଧ୍ୟରେ ସ୍ବଚ୍ଛ ନିର୍ବାଚନ ଦାବି କରି କେତେକ ଦଳୀୟ ଲୋକପ୍ରତିନିଧି ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିବା କଥା ସୋମବାର ଦିନ ବହିଷ୍କୃତ କଂଗ୍ରେସ ନେତା ସଞ୍ଜୟ ଝା’ କହିଛନ୍ତି।
ଟୁଇଟ୍ କରି ଝା’ ଲେଖିଛନ୍ତି: ଦଳର ଅଭ୍ୟନ୍ତିରୀଣ ପରିସ୍ଥିତିରେ ଚିନ୍ତିତ ହୋଇ ସାଂସଦଙ୍କ ସମେତ ପ୍ରାୟ ୧୦୦ କଂଗ୍ରେସ ନେତା ରାଜନୈତିକ ନେତୃତ୍ବ ପରିବର୍ତ୍ତନ ଏବଂ ‘କଂଗ୍ରେସ ୱାର୍କିଙ୍ଗ୍ କମିଟି’ରେ ସ୍ବଚ୍ଛ ନିର୍ବାଚନ କଥା କହି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଛନ୍ତି।
କିନ୍ତୁ, ଝା’ଙ୍କ ଟୁଇଟ୍ରେ ପ୍ରତିକ୍ରିୟା ପ୍ରକାଶ କରି ଏକ ବିବୃତିରେ କଂଗ୍ରେସ କହିଛି ଯେ, ଦଳର ଅଧ୍ୟକ୍ଷା ଏ ଭଳି କୌଣସି ପତ୍ର ପାଇ ନାହାନ୍ତି। ସଞ୍ଜୟ ଝା’ ଦଳର ସଦସ୍ୟ ନୁହନ୍ତି। ଫେସ୍ବୁକ୍-ବିଜେପି ଲିଙ୍କ୍ରୁ ଦେଶର ଧ୍ୟାନ ହଟାଇବାକୁ ସେ ବିଜେପି ନିର୍ଦେଶରେ ଗୁଜବ ପ୍ରସାର କରୁଛନ୍ତି।
Image Courtesy of The Weekସଚିନ ପାଇଲଟ୍ଙ୍କ ବିଦ୍ରୋହ କାରଣରୁ ରାଜସ୍ଥାନରେ ସୃଷ୍ଟି ହୋଇଥିବା ମାସେବ୍ୟାପୀ ରାଜନୈତିକ ସଙ୍କଟକୁ କଂଗ୍ରେସ ପାର୍ଟି ସମାଧାନ କରିବାର ଦୁଇଚାରି ଦିନ ପରେ ଝା’ ଉଲ୍ଲେଖ କରିଥିବା ପତ୍ର ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ କାର୍ଯ୍ୟଶୈଳୀ ବିରୋଧରେ ୪୨ ବର୍ଷିୟ ପାଇଲଟ୍ ଏବଂ ୧୮ଜଣ ବିଦ୍ରୋହୀ ବିଧାୟକ ପ୍ରତିବାଦ କରିଥିଲେ। ସେମାନେ ଅଭିଯୋଗ କରିଥିଲେ କି, ପାଇଲଟ୍ଙ୍କୁ ରାଜ୍ୟ ସରକାର ଉପେକ୍ଷା କରୁଛନ୍ତି।
Image Courtesy of Hindustan Timesଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଦଳ ବିରୋଧୀ କାର୍ଯ୍ୟକଳାପ ଏବଂ ସଚିନ ପାଇଲଟ୍ଙ୍କୁ ସମର୍ଥନ କରି ଜୁଲାଇ ମାସରେ ଶୃଙ୍ଖଳା ଭଙ୍ଗ କରିବା କାରଣରୁ ଝା’ଙ୍କୁ ବହିଷ୍କାର କରାଯାଇଥିଲା। ପାଇଲଟ୍ଙ୍କୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ଥାନ କଂଗ୍ରେସ ୟୁନିଟ୍ର ମୁଖ୍ୟ ପଦରୁ ବହିଷ୍କାର କରାଯାଇଥିଲା। ପାଇଲଟ୍ଙ୍କ ସପକ୍ଷରେ ସଞ୍ଜୟ ଝା’ କେତେଗୁଡ଼ାଏ ଟୁଇଟ୍ କରିବା ପରେ ଦଳ ତରଫରୁ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। କିନ୍ତୁ, ଏହା ପୂର୍ବରୁ ଏକ ଆଲେଖ୍ୟରେ ଦଳୀୟ ନେତୃତ୍ବକୁ ସମାଲୋଚନା କରିଥିବା କାରଣରୁ ଝା’ଙ୍କ ଦଳର ମୁଖପାତ୍ର ପଦରୁ ବହଷ୍କାର କରାଯାଇଥିଲା।
Follow Us