Two leaders resigned form Talcher BJD Photograph: (sambad.in)
ତାଳଚେର (ବିକାଶ ଚନ୍ଦ୍ର ସାହୁ): ଅନୁଗୁଳ ଜିଲ୍ଲା ତାଳଚେର ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସ୍ଥାନୀୟ ପୌରପରିଷଦ ନଗରପାଳ ପବିତ୍ର ଭୂତିଆ ବିଜୁ ଜନତର ଦଳ (ବିଜେଡ଼ି) ଛାଡ଼ିବା ସହିତ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କ ସହିତ ମୋଟ ୧୩ ଜଣ କାଉନ୍ସିଲର ବିଜେଡ଼ି ସାଧାରଣ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏମାନେ ସମସ୍ତେ ଆଗାମୀ ଦିନରେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଅନୁଗୁଳ ଜିଲ୍ଲାରେ ତାଳଚେରକୁ ବିଜେଡ଼ିର ଗଡ଼ ବୋଲି ବିବେଚନା କରାଯାଇଥାଏ। କିନ୍ତୁ ଏଠାରେ ଏବେ ଏଭଳି ପରିସ୍ଥିତି ଦେଖାଯାଇଛି, ଯାହା ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯିବ। ଏପରିକି ଗତକାଲି ରାଜ୍ୟର ବିଭିନ୍ନ ବରିଷ୍ଠ ବିଜେଡ଼ି ନେତା ଓ କର୍ମୀ ନଗରପାଳଙ୍କ ସହିତ କାଉନ୍ସିଲରଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ଲାଭ ମିଳିପାରି ନାହିଁ। ଏପରିକି ତାଳଚେର ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜେଡ଼ି ସଭାପତି ବ୍ରଜକିଶୋର ପ୍ରଧାନ ମଧ୍ୟ ନଗରପାଳ ପବିତ୍ର ଭୂତିଆଙ୍କ ଘରକୁ ଯାଇ ବୁଝାଇବା ସହିତ କିଛି କାଉନ୍ସିଲରଙ୍କୁ ବୁଝାଇଥିଲେ। ହେଲେ ସେ ବରିଷ୍ଠ ନେତା ଏବଂ ବିଧାୟକଙ୍କ କୌଣସି କଥାକୁ କର୍ଣ୍ଣପାତ ନକରି ଆଜି ସେମାନେ ଶେଷ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଇସ୍ତଫା ଦେଇଥିବା କାଉନସିଲର
ଆଜି ତାଳଚେର ନଗରପାଳ ପବିତ୍ର ଭୂତିଆଙ୍କ ସମେତ ୧୩ ଜଣ କାଉନ୍ସିଲର ଯଥା ତାଳଚେର ପୌରପରିଷଦର ୧ ନମ୍ବର ୱାର୍ଡର କାଉନ୍ସିଲର ଆସିଫ ଖାନ, ୨ ନମ୍ବର ୱାର୍ଡର କାଉନ୍ସିଲର ଯଶୋବନ୍ତ ମିଶ୍ର, ୩ ନମ୍ବର ୱାର୍ଡର କାଉନ୍ସିଲର ଲିପିକା ବେହେରା, ୫ ନମ୍ବର ୱାର୍ଡର କାଉନ୍ସିଲର ସଞ୍ଜିବ କୁମାର ବେହେରା, ୬ ନମ୍ବର ୱାର୍ଡର କାଉନ୍ସିଲର ଜିତେନ୍ଦ୍ର ଭୂତିଆ, ୯ ନମ୍ବର ୱାର୍ଡର କାଉନ୍ସିଲର ମମତା ରାଉତ, ୧୦ ନମ୍ବର ୱାର୍ଡର କାଉନ୍ସିଲର ଅଜିତ କୁମାର ସାହୁ, ୧୧ ନମ୍ବର ୱାର୍ଡର କାଉନ୍ସିଲର ନିରୂପମା ପଟ୍ଟପନାୟକ, ୧୨ ନମ୍ବର ୱାର୍ଡର କାଉନ୍ସିଲର ସଞ୍ଜିବ କୁମାର ଗଡ଼ନାୟକ, ୧୪ ନମ୍ବର ୱାର୍ଡର କାଉନ୍ସିଲର ବଲବିନ୍ଦର କୁଅର, ୧୫ ନମ୍ବର ୱାର୍ଡର କାଉନ୍ସିଲର ସବିତା ପାଉଲ, ୧୮ ନମ୍ବର ୱାର୍ଡର କାଉନ୍ସିଲର ଲିନା ସାହୁ, ୨୦ ନମ୍ବର ୱାର୍ଡର କାଉନ୍ସିଲର ଅନିତା ବିଶ୍ବାଳ ପ୍ରମୁଖ।
ଆହୁରି ପଢ଼ନ୍ତୁ: Kandhamal Politics: ବିଜେପିରେ ଯୋଗ ଦେଲେ ବିଜେଡି ନେତା, ପାଣ୍ଡିଆନ୍ଙ୍କୁ ନେଇ କହିଲେ ଏମିତି କଥା
ଶଙ୍ଖ ଭବନକୁ ପଠାଇଲେ ଇସ୍ତଫାପତ୍ର
ଆଜି ତାଳଚେର ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜେଡ଼ି ସଭାପତି ବ୍ରଜକିଶୋର ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନିଜନିଜର ଇସ୍ତଫାପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଏଥି ସହିତ ଏହି ୧୩ ଜଣ କାଉନ୍ସିଲରଙ୍କ ସମେତ ନଗରପାଳ ଆସନ୍ତା ୨୮ ତାରିଖ ଦିନ ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଯୋଗଦେବାର ବ୍ୟବସ୍ଥା ରହିଥିବା ଜଣାପଡ଼ିଛି। ଅପରପକ୍ଷରେ ତାଳଚେର ପୌରପାଳିକାରୁ ନଗରପାଳ ଦଳ ପରିବର୍ତ୍ତନ କରିବା ସାରା ଜିଲ୍ଲା ତଥା ରାଜ୍ୟର ବିଜେଡ଼ି ଦଳ ପାଇଁ ବଡ଼ କ୍ଷତି ବୋଲି ବିଜେଡ଼ି ଦଳର କର୍ମୀମାନଙ୍କ ମଧ୍ୟରେ ଆଲୋଚନା ଓ ଚର୍ଚ୍ଚା ହେଉଛି।
ଆହୁରି ପଢ଼ନ୍ତୁ: Debashis' explosive statement: ବିଜେଡି ସ୍ଥିତିକୁ ନେଇ ଦେବାଶିଷଙ୍କ ବିସ୍ଫୋରକ ବୟାନ
Follow Us