କାନାଡାକୁ ପ୍ରବେଶ କରିପାରିଲେ ନାହିଁ ‘ଆପ୍‌’ର ୨ ବିଧାୟକ, ବିମାନ ବନ୍ଦରରୁ ଫେରିଲେ ଭାରତ

Advertisment
କାନାଡାକୁ ପ୍ରବେଶ କରିପାରିଲେ ନାହିଁ ‘ଆପ୍‌’ର ୨ ବିଧାୟକ, ବିମାନ ବନ୍ଦରରୁ ଫେରିଲେ ଭାରତ

ଓଟାଓ୍ଵା: କାନାଡା ନିଜ ଦେଶରେ ଭାରତର ୨ ଜଣ ନେତାଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦେଇ ନାହିଁ। ଭାରତୀୟ ଏହି ୨ ନେତାଙ୍କୁ ଫେରାଇ ଦେଇଛି। କାନାଡାର ଓଟାଓ୍ଵା ବିମାନ ବନ୍ଦରରେ ଆମ୍‌ ଆଦମୀ ପାର୍ଟିର ବିଧାୟକ କୁଲତାର ସିଂହ ସନ୍ଧଓ୍ଵା ଓ ଅମରଜୀତ ସିଂହ ସନ୍ଦାଓଙ୍କୁ କିଛି ସମୟ ପାଇଁ ଥାନାରେ ଅଟକ ରଖାଯାଇଥିଲା। କାନାଡା ଉଭୟ ଆପ୍‌ ନେତାଙ୍କୁ ପଚରାଉଚରା ପରେ ଭାରତକୁ ଫେରାଇ ଦେଇଛି।

ପଞ୍ଜାବର ୨ଜଣ ଆପ୍‌ ବିଧାୟକ କାନାଡାକୁ ବ୍ୟକ୍ତିଗତ ଯାତ୍ରା କରିଥିଲେ। ରୋପଡରୁ ବିଧାୟକ ସନ୍ଦାଓ ଓ କୋଟକାପୁରାରୁ ବିଧାୟକ କୁଲତାର ନିଜର ବ୍ୟକ୍ତିଗତ ଓ ଦଳୀୟ କାର୍ଯ୍ୟକ୍ରମରେ କାନାଡା ଗସ୍ତpublive-image କରିଥିଲେ। ଅପରାଧିକ ମାମଲାର ସମ୍ମୁଖୀନ ହୋଇଥିବା ପଞ୍ଜାବର ବିଧାୟକ ଦ୍ୱୟ କାନାଡାରେ ପ୍ରବେଶ କରିବାକୁ ଅନୁମତି ପାଇ ନଥିଲେ।

ଇମିଗ୍ରେସନ କର୍ତ୍ତୃପକ୍ଷ ପଚରାଉଚରା ପରେ ବିଧାୟକ ଦ୍ୱୟ ଓଟାଓ୍ଵା ବିମାନବନ୍ଦରୁ ଫେରିଆସିଛନ୍ତି। ରୋପଡସ୍ଥିତ ଏକ ଅଦାଲତରେ ଏକ ପୁରୁଣା ମାମଲାରେ ବିଧାୟକ ଅମରଜୀତ ସିଂହ ସନ୍ଦୋଆ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉଭୟ ବିଧାୟକ କାନାଡା ଗସ୍ତ ସଂପର୍କରେ ସଠିତ ତଥ୍ୟ ଦେଇ ପାରି ନଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଉଭୟ ବିଧାୟକଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଓ ଅନ୍ୟ ଅପରାଧୀକ ମାମଲା ଥିବା ଅଭିଯୋଗ ହୋଇଛି। ଏହି ସୂଚନା ଇମିଗ୍ରେସନ ଅଧିକାରୀଙ୍କ ପାଖରେ ଥିଲା। ଘଟଣା ସଂପର୍କରେ ଯେତେବେଳେ ବିଧାୟକଙ୍କୁ ପଚରାଯାଇଥିଲା ସେମାନେ କିଛି କହି ପାରୁ ନଥିଲେ। ଏହି କାରଣରୁ ପୋଲିସ ୨ଜଣ ବିଧାୟକଙ୍କୁ ଗିରଫ କରି ଅଟକ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe