ହିମାଚଳପ୍ରଦେଶ ନିର୍ବାଚନର ୪ ଦିନ ପୂର୍ବରୁ ବିଜେପିରେ ସାମିଲ୍‌ ହେଲେ ୨୬ କଂଗ୍ରେସ ନେତା

Advertisment
ହିମାଚଳପ୍ରଦେଶ ନିର୍ବାଚନର ୪ ଦିନ ପୂର୍ବରୁ ବିଜେପିରେ ସାମିଲ୍‌ ହେଲେ ୨୬ କଂଗ୍ରେସ ନେତା

ସିମ୍‌ଲା: ହିମାଚଳପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ବଡ଼ ଧକ୍କା। ଜାଣିବାକୁ ମିଳିଛି ଯେ  ୨୬ ଜଣ କଂଗ୍ରେସ ନେତା ନିଜ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ୍‌ ହୋଇଛନ୍ତି। ନିର୍ବାଚନକୁ ମାତ୍ର ଆଉ ୪ ଦିନ ଥିବା ବେଳେ ପୁରୁଣା ଦଳ କଂଗ୍ରେସର ଏହି ନେତାମାନେ ଦଳ ଛାଡ଼ିବା କଂଗ୍ରେସ ପାଇଁ ନିଶ୍ଚିତ ଭାବେ ଏକ ବିପଦପୂର୍ଣ୍ଣ ପରିସ୍ଥିତି।

ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ ବିଜେପି ରାଜ୍ୟ ନିର୍ବାଚନର ଇନ୍‌ଚାର୍ଜ ସୁଧାନ ସିଂହଙ୍କ ଉପସ୍ଥିତିରେ ଏମାନେ ଆନୁଷ୍ଠାନିକ ଭାବେ ଦଳ ଛାଡ଼ି ବିଜେପି ସହ ହାତ ମିଳାଇଛନ୍ତି। ଏହି ସମାରୋହରେ ସିମ୍‌ଲାର ବିଜେପି ପ୍ରାର୍ଥୀ ସଞ୍ଜୟ ସୁଦ୍‌ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମାତ୍ର ଆଉ ଅଳ୍ପ ଦିନ ବାକିଥିବାବେଳେ ପ୍ରଚାର ଜୋରଦାର ହୋଇଛି। ତାରକା ପ୍ରଚାରକଙ୍କ ଭିଡ଼ ଲାଗିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ଏହି ରାଜ୍ୟରେ ପ୍ରଚାର କରିଛନ୍ତି।

ଉନାରେ ଏକ ନିର୍ବାଚନ ରୢାଲିରେ ଉଦ୍‌ବୋଧନ ଦେଇ ଯୋଗୀ କହିଛନ୍ତି, କଂଗ୍ରେସ ଦେଶରେ ଆତଙ୍କବାଦର ମୂଳ ସୃଷ୍ଟି କରିବା ପାଇଁ ଜାଣିଶୁଣି ଜମ୍ମୁ କାଶ୍ମୀରରେ ଧାରା ୩୭୦ ଜାରି କରିଥିଲା। ‌ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଦେଶ ବହୁତ କ୍ଷତି ସହିଛି। କଂଗ୍ରେସ ଶାସନ ସମୟରେ ଉଭୟ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆତଙ୍କବାଦ ବଢ଼ିଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇଛନ୍ତି। ଜମ୍ମୁ କାଶ୍ମୀର ଏବେ ଦେଶର ଅନ୍ୟ ରାଜ୍ୟ ପରି। ଏବେ ହିମାଚଳପ୍ରଦେଶର ଲୋକ ବି ଜମ୍ମୁ କାଶ୍ମୀରରେ ଜମି କିଣିପାରିବେ ଏବଂ ନିଜର ଘର ତିଆରି କରିପାରିବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe