ରାଜସ୍ଥାନ ରାଜନୈତିକ ସଙ୍କଟ ଟଳିବ: ପାଇଲଟ୍‌ ଉଠାଇଥିବା ଅଭିଯୋଗର ତଦନ୍ତ କରିବେ ତିନିଜଣିଆ କମିଟି

ରାଜସ୍ଥାନ ରାଜନୈତିକ ସଙ୍କଟ ଟଳିବ: ପାଇଲଟ୍‌ ଉଠାଇଥିବା ଅଭିଯୋଗର ତଦନ୍ତ କରିବେ ତିନିଜଣିଆ କମିଟି

Image Courtesy of India Today

ନୂଆଦିଲ୍ଲୀ: ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ନେତାଙ୍କ ଅଭିଯୋଗର ତଦନ୍ତ କରିବାକୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ବୋଲି ଆଜି କଂଗ୍ରେସ ପାର୍ଟି କହିଛି। ରାଜସ୍ଥାନରେ ଚାଲିଥିବା ରାଜନୈତିକ ବିଦ୍ରୋହର ଅବସାନ ନିମନ୍ତେ ଆଜି ସଚିନ ପାଇଲଟ୍ ରାହୁଳ ଗାନ୍ଧୀଙ୍କୁ ଭେଟିଥିଲେ।

ଉଭୟଙ୍କ ସାକ୍ଷାତ୍‌ ପରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏକ ବିବୃତିରେ କହିଛନ୍ତି, ସେମାନେ ସ୍ପଷ୍ଟ, ଅବାଧ ଓ ନିର୍ଣ୍ଣାୟକ ଆଲୋଚନା କରିଛନ୍ତି। କଂଗ୍ରେସ ଦଳ ଓ ରାଜସ୍ଥାନ କଂଗ୍ରେସ ସରକାରଙ୍କ ସ୍ବାର୍ଥ ନିମନ୍ତେ କାର୍ଯ୍ୟ କରିବାକୁ ଶ୍ରୀ ସଚିନ ପାଇଲଟ୍ ପ୍ରତିବଦ୍ଧ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପାନେଲ୍‌ର ବରିଷ୍ଠ ନେତାମାନେ ସଦସ୍ୟ ହେବେ ଓ ଉଭୟ ପକ୍ଷର ଅଭିଯୋଗ ଶୁଣିବା ସହ ରାଜ୍ୟ ୟୁନିଟ୍‌ରେ ରାଜନୈତିକ ବିବାଦର ବିସ୍ତୃତ ବିବରଣୀ ସମ୍ବନ୍ଧରେ ଜ୍ଞାତ ହେବା ପରେ ହାଇକମାଣ୍ଡ୍‌ଙ୍କୁ ରିପୋର୍ଟ ଦେବେ।

publive-image Image Courtesy of Hindustan Times

ଏହି ନିଷ୍ପତ୍ତି ଫଳରେ ଅଶୋକ ଗେହଲଟ୍‌ଙ୍କ ଦ୍ବାରା ଚାଳିତ ରାଜସ୍ଥାନ ସରକାରଙ୍କ ଅସ୍ଥିରତାର ଅବସାନ ଘଟିଛି। ଏହା ବ୍ୟତିରେକେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବୈଠକରୁ ବାହାରି ପାଇଲଟ୍‌ କ୍ୟାମ୍ପ୍‌ର ବିଧାୟକ ଭଓଁର୍‌ ଲାଲ୍ ଶର୍ମା କହିଛନ୍ତି ଯେ, ମୁଁ ଗେହଲଟ୍‌ଙ୍କୁ ଭେଟିଲି। ଦଳ ଗୋଟିଏ ପରିବାର ପରି ଓ ଅଶୋକ ଗେହଲଟ୍‌ ଏହାର ମୁଖ୍ୟ ଅଟନ୍ତି। ପରିବାରରେ ଜଣେ କେହି ବିଗିଡ଼ି ଗଲେ ସେମାନେ ଖାଅପିଅ କରନ୍ତି ନାହିଁ। ତେଣୁ ମାସେ କାଳ ଧରି ମୁଁ ମୋର ତିକ୍ତତା ପ୍ରକାଶ କଲି। ଏବେ ମୋର ଆଉ ତିକ୍ତତା ନାହିଁ। ଦଳ ଜନତାଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ।

ଗେହଲଟ୍‌ ମଧ୍ୟ ବିଦ୍ରୋହୀ ବିଧାୟକମାନଙ୍କୁ ଭରସା ଦେଇ କହିଛନ୍ତି ଯେ, ତାଙ୍କ ସରକାର ଘୋଡ଼ାବେପାର ମାମଲାର ତଦନ୍ତ ତଥା ଲିକ୍‌ ହୋଇଥିବା ଅଡିଓ ଟେପ୍ ତଦନ୍ତ ବନ୍ଦ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe