ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନରେ ୩୧୮୬ କ୍ରିଟିକାଲ ବୁଥ ଅଛି: ସିଇଓ

Advertisment
ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନରେ ୩୧୮୬ କ୍ରିଟିକାଲ ବୁଥ ଅଛି: ସିଇଓ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ରାଜ୍ୟର ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ (ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ) ଏବଂ ଏହାର ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ମୋଟ୍‌ ୩୧୮୬ କ୍ରିଟିକାଲ ବୁଥ୍‌ ଅଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୋମବାର ସାମ୍ବାଦିକ ସମ୍ବିଳନୀରେ ଏହି ସୂଚନା ଦେଇଛନ୍ତି।

ପ୍ରଦୀପ ମହରାଥୀ ଗିରଫ ହେବା ପରେ ବି ପୁରୀ ଜିଲ୍ଲାର ପିପିଲିରେ ନିର୍ବାଚନ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଯଥାରୀତି ଅନୁସାରେ ପିପିଲିରେ ନିର୍ବାଚନ ହେବ।

ସିଇଓ କହିଛନ୍ତି, ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୬ଟି ଲୋକସଭା ଓ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦,୪୬୪ ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ମୋଟ୍‌ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ମତଦାନ କରିବେ। ଭୋଟ ଗ୍ରହଣ ପାଇଁ ୫୯, ୫୦୦ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି ବୋଲି ସିଇଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe