ମମତା ବାନାର୍ଜୀଙ୍କ କ୍ୟାବିନେଟ୍‌ ବୈଠକରେ ୪ଜଣ ମନ୍ତ୍ରୀ ଅନୁପସ୍ଥିତ; ଜଙ୍ଗଲ ମନ୍ତ୍ରୀଙ୍କ ଉପରେ ସନ୍ଦେହ

Advertisment
ମମତା ବାନାର୍ଜୀଙ୍କ କ୍ୟାବିନେଟ୍‌ ବୈଠକରେ ୪ଜଣ ମନ୍ତ୍ରୀ ଅନୁପସ୍ଥିତ; ଜଙ୍ଗଲ ମନ୍ତ୍ରୀଙ୍କ ଉପରେ ସନ୍ଦେହ

Image Courtesy of NDTV

କୋଲ୍‌କାତା: ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡକାଇଥିବା କ୍ୟାବିନେଟ୍‌ ବୈଠକରେ ୪ଜଣ ମନ୍ତ୍ରୀ ଅନୁପସ୍ଥିତ ରହିବାରୁ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସର ଆହୁରି କିଛି ନେତା ଦଳ ତ୍ୟାଗ କରିପାରନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି।

ଅନୁପସ୍ଥିତି ଥିବା ଚାରି ମନ୍ତ୍ରୀଙ୍କ ମଧ୍ୟରୁ ତିନିଜଣ ମନ୍ତ୍ରୀ ଯୁକ୍ତିଯୁକ୍ତ କୈଫିୟତ୍‌ ଦେଇଛନ୍ତି ବୋଲି ଶାସକ ଦଳର ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ କହିଛନ୍ତି। କିନ୍ତୁ, ଚତୁର୍ଥ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ସହ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଯୋଗାଯୋଗ କରିବା ସମ୍ଭବପର ହୋଇ ନ ଥିଲା।

ସମ୍ପ୍ରତି ପଶ୍ଚିମବଙ୍ଗର ଜଙ୍ଗଲ ମନ୍ତ୍ରୀ ଥିବା ଦୋମଜୁର ବିଧାୟକ ରାଜୀବ ବାନାର୍ଜୀ ଗତ ଅଳ୍ପ କିଛି ସପ୍ତାହ ହେବ ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ନଭେମ୍ବର ମାସରେ କୋଲକାତାରେ ଏକ ସାଧାରଣ ସଭାରେ ସେ ଦଳରେ ପରିବାରବାଦ ଏବଂ ତୋଷାମଦୀ ଚାଲିଛି ବୋଲି କହିଥିଲେ। ତୋଷାମଦକାରୀମାନେ ପ୍ରାଧାନ୍ୟ ପାଉଛନ୍ତି। ତାହା ବଡ଼ ହତାଶାର କାରଣ ବୋଲି ସେ କହିଥିଲେ।

publive-image Image Courtesy of The Indian Express

ରାଜୀବ ବାନାର୍ଜୀଙ୍କ ବିବୃତି ଗତ ସପ୍ତାହରେ ବିଜେପିରେ ଯୋଗ ଦେଇଥିବା ତୃଣମୂଳ କଂଗ୍ରେସର ପୂର୍ବତନ ପ୍ରଭାବଶାଳୀ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟର ପ୍ରତିଫଳନ କରୁଥିବା ମନେହେଉଛି। ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ପରୋକ୍ଷରେ ନିଦର୍ଶନ ଦେଇ ଗତ ମାସରେ ଅଧିକାରୀ କହିଥିଲେ, ନେତାମାନେ ଆକାଶଛତା (ପାରାସୁଟ୍‌) ଅଥବା ‘ଲିଫ୍‌ଟ୍‌’ରେ ଆସି ପହଞ୍ଚୁଛନ୍ତି।

କ୍ୟାବିନେଟ୍‌ ବୈଠକରେ ଯୋଗ ଦେଇ ନ ଥିବା ଅନ୍ୟ ମନ୍ତ୍ରୀମାନେ ହେଉଛନ୍ତି କୁଉଚ୍‌ ବେହାରର ଉତ୍ତର ବଙ୍ଗ ବିକାଶ ମନ୍ତ୍ରୀ ରବୀନ୍ଦ୍ରନାଥ ଘୋଷ। ସେ ‘ଦୂରେ, ଦୂରେ’ ଅଭିଯାନରେ ବ୍ୟସ୍ତ ଥିଲେ। ଦାର୍ଜିଲିଙ୍ଗ୍‌ ଜିଲ୍ଲାର ପର୍ଯ୍ୟଟନମନ୍ତ୍ରୀ ଗୌତମ ଦେବ ଅସୁସ୍ଥ ଥିଲେ। ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବୀରଭୂମର ଚନ୍ଦ୍ରନାଥ ସିହ୍ନା ବ୍ୟସ୍ତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe