୫ମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ, ସୋମବାର ମତଦାନ, ରାଜନାଥ-ରାହୁଲ-ସୋନିଆଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା

Advertisment
୫ମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ, ସୋମବାର ମତଦାନ, ରାଜନାଥ-ରାହୁଲ-ସୋନିଆଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା

Zee News

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪ଟି ଆସନରେ ମତଦାନ ହେବ। ଏଥିରେ କିଛି ଜଣାଶୁଣା ରାଜନୈତିକ ଭବିଷ୍ୟ ନିର୍ଦ୍ଧାରଣ ହେବ। ନିଷ୍ପତ୍ତି ମତଦାତା କରିବେ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସାମିଲ ଅଛନ୍ତି।

ସୂଚନାଯୋଗ୍ୟ ୫ମ ପର୍ଯ୍ୟାୟ ପାଇଁ ପ୍ରଚାର ଶନିବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୭ ରାଜ୍ୟର ୫୧ଟି ଆସନରେ ମତଦାନ ହେବ। ଏଥିରେ ମଧ୍ୟପ୍ରଦେଶର ୭, ରାଜସ୍ଥଶନରେ ୧୨, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୭, ବିହାରର ୫, ଜମ୍ମୁ କଶ୍ମୀରର ୨ ଓ ଝାଡଖଣ୍ଡର ୪ ଆସନରେ ମତଦାନ ହେବ।

କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂହ ପୁଣି ଥରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ଲକ୍ଷ୍ନୌ ଆସନରୁ ଅବତ୍ତୀର୍ଣ୍ଣ ଅଛନ୍ତି। ସେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ମେଣ୍ଟ ପ୍ରାର୍ଥୀ ପୁନମ ସିହ୍ନା ଏବଂ କଂଗ୍ରେସ ପ୍ରାର୍ଥୀ କଲକୀ ପୀଠର ମହନ୍ତ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ପ୍ରତିଦ୍ୱନ୍ଦୀ ହୋଇଛନ୍ତି। ଗତ ନିର୍ବାଚନରେ ରାଜନାଥ ଏହି ଆସନରୁ ୭୨ ହଜାର ଭୋଟରେ ବିଜୟୀ ହୋଇଥିଲେ। ବିଜେପି ଏହି ଆସନକୁ ଦୀର୍ଘ ୩୦ ବର୍ଷ ହେବ ନିଜର ହାତ ମୁଠାରେ ରଖିଛି। ବର୍ଷ ୧୯୯୧ରୁ ବିଜେପି ଏହି ଆସନରେ ବିଜୟୀ ହୋଇ ଆସୁଛି।

୫ମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ରାଜ୍ୟ

-ମଧ୍ୟପ୍ରଦେଶର ୭
-ରାଜସ୍ଥାନରେ ୧୨
-ଉତ୍ତରପ୍ରଦେଶର ୧୪
-ପଶ୍ଚିମବଙ୍ଗର ୭
-ବିହାରର ୫
-ଜମ୍ମୁ କଶ୍ମୀରର ୨
-ଝାଡଖଣ୍ଡର ୪

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe