ପଞ୍ଚମ ପର୍ଯ୍ୟାୟ ମତଦାନ: ରାହୁଲ, ରାଜନାଥ, ସୋନିଆ ଓ ସ୍ମୃତିଙ୍କ ଭାଗ୍ୟ ପରୀକ୍ଷା ଆସନ୍ତାକାଲି

ପଞ୍ଚମ ପର୍ଯ୍ୟାୟ ମତଦାନ: ରାହୁଲ, ରାଜନାଥ, ସୋନିଆ ଓ ସ୍ମୃତିଙ୍କ ଭାଗ୍ୟ ପରୀକ୍ଷା ଆସନ୍ତାକାଲି

ନୂଆଦିଲ୍ଳୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିଯାଇଛି। ଆସନ୍ତା କାଲି ହେବ ପଞ୍ଚମ ପର୍ଯ୍ୟାୟ ମତଦାନ। ଏହି ପଞ୍ଚମ ପର୍ଯ୍ୟାୟ ମତଦାନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଗୃହମନ୍ତ୍ରୀ ରାଜନାଥ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଦି ଜଣାଶୁଣା ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ଭୋଟ୍‌ ଗ୍ରହଣ ହେବ। ୭ଟି ରାଜ୍ୟର ସମୁଦାୟ ୫୧ଟି ସଂସଦୀୟ କ୍ଷେତ୍ରରେ ମତ ଗ୍ରହଣ ହେବ।

ଉତ୍ତରପ୍ରଦେଶରେ ୧୪ଟି ଆସନ, ରାଜସ୍ଥାନରେ ୧୨ଟି, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୭ଟି ଲେଖାଏଁ, ବିହାରରେ ୫ଟି, ଝାଡଖଣ୍ଡରେ ୪ଟି ଆସନ ଓ ଜମ୍ମୁ-କଶ୍ମୀରର ଲଦାଖ, ଅନନ୍ତନାଗ ସଂସଦୀୟ କ୍ଷେତ୍ରରୁ ୨ଟି ଆସନ ପାଇଁ ମତ ଗ୍ରହଣ ହେବ।

ଏହି ପର୍ଯ୍ୟାୟ ନିର୍ବାଚନ  ବିଜେପି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଗତ ୨୦୧୪ ନିର୍ବାଚନରେ ବିଜେପି ଉତ୍ତରପ୍ରଦେଶରୁ ସମୁଦାୟ ୧୪ରୁ ୧୨ଟି ଆସନରେ ବିଜୟ ଲାଭ କରିଥିଲା। ଏଥର ବିଜେପିକୁ ଟକ୍କର ଦେଉଛନ୍ତି ଏସ୍‌ପି, ବିଏସ୍‌ପି ଏବଂ ଆର୍‌ଏଲ୍‌ଡି। ଏମାନେ ଗତ ନିର୍ବାଚନରେ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe