ଲୋକସଭା ନିର୍ବାଚନ ୨୦୧୯: ୬୧୦ ଦଳ ଚାଖି ପାରିଲେନି ବିଜୟ ସ୍ୱାଦ, ୫୩୦ ଦଳକୁ ଶୂନ ପ୍ରତିଶତ ଭୋଟ, ୩୭ଟି ଦଳକୁ ମିଳିଲା ଲୋକସଭାରେ ସ୍ଥାନ

Advertisment
ଲୋକସଭା ନିର୍ବାଚନ ୨୦୧୯: ୬୧୦ ଦଳ ଚାଖି ପାରିଲେନି ବିଜୟ ସ୍ୱାଦ, ୫୩୦ ଦଳକୁ ଶୂନ ପ୍ରତିଶତ ଭୋଟ, ୩୭ଟି ଦଳକୁ ମିଳିଲା ଲୋକସଭାରେ ସ୍ଥାନ

(Photo | Irfana/EPS)

ନୂଆଦିଲ୍ଲୀ: ଏଥର ଲୋକସଭା ନିର୍ବାଚନରେ ବିଭିନ୍ନ ଦଳଗୁଡ଼ିକ ମଧ୍ୟରେ ଲଢ଼େଇ ହୋଇଥିବା ବେଳେ ସମୁଦାୟ ୬୧୦ଟି ଆଞ୍ଚଳିକ ଓ କ୍ଷୁଦ୍ର ଦଳକୁ ଗୋଟିଏ ହେଲେ ବି ଆସନ ମିଳିନାହିଁ। ସେହିପରି ୫୩୦ଟି ଦଳ ଏଥର ନିର୍ବାଚନରେ ଶୂନ ପ୍ରତିଶତ ଭୋଟ୍‌ ପାଇଛନ୍ତି।

ଭାରତୀୟ ନିର୍ବାଚନ କମିସନ ଦେଇଥିବା ତଥ୍ୟ ମୁତାବକ ଲୋକସଭା ନିର୍ବାଚନରେ ସଂପୂର୍ଣ୍ଣ ଭାବେ ପରାଜିତ ହୋଇଥିବା ୬୧୦ ଦଳ ମଧ୍ୟରୁ ୮୦ ପ୍ରତିଶତ ଦଳ ୧% କିମ୍ବା ତା’ଠାରୁ କମ୍‌ ଭୋଟ୍‌ ପାଇଥିବା ବେଳେ ୫୩୦ଟି ଦଳ ୦% ପ୍ରତିଶତ  ଭୋଟ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି।

ଏଥରର ସଂସଦରେ ସମୁଦାୟ ୩୭ଟି ଦଳର ପ୍ରତିନିଧି  ସ୍ଥାନ ପାଇଥିବା ବେଳେ ସେଥି ମଧ୍ୟରୁ ୧୩ଟି ଦଳରୁ ମାତ୍ର ଜଣେ ଲେଖାଏଁ ସାଂସଦ ବିଜୟ ଲାଭ କରି ଲୋକସଭାରେ ସ୍ଥାନ ପାଇଛନ୍ତି।

publive-image Business Today

ସମୁଦାୟ ୫୪୨ ଆସନ ମଧ୍ୟରୁ ସର୍ବାଧିକ ୩୦୩ ଆସନ ହାତେଇ ସଂଖ୍ୟାଗରିଷ୍ଠତା ହାସଲ କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ସେହିପରି କଂଗ୍ରେସ ୫୨ଟି ଆସନ ଜିତି ପାରିଛି।

ଉଲ୍ଲେଖଯୋଗ୍ୟ, ଗତ ୨୦୧୪ ଲୋକସଭା ନିର୍ବାଚନରେ ଲୋକସଭାକୁ ସମୁଦାୟ ୩୮ଟି ଦଳ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୨ଟି ଦଳ ଗୋଟିଏ ଲେଖାଏଁ ଆସନ ଜିତିଥିଲେ। ସେହିପରି ୪୦୦ ଛୋଟ ଦଳ ଶୂନ୍ୟ ପ୍ରତିଶତ ଭୋଟ୍‌ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe