ସନ୍ଧ୍ୟା ୪ଟା ୪୫ ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି: ସିଇଓ ସୁରେନ୍ଦ୍ର କୁମାର

Advertisment
ସନ୍ଧ୍ୟା ୪ଟା ୪୫ ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି: ସିଇଓ ସୁରେନ୍ଦ୍ର କୁମାର

ଭୁବନେଶ୍ୱର: ଓଡ଼ିଶାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୁରୁବାର ସନ୍ଧ୍ୟା ୪ଟା ୪୫ ସୁଦ୍ଧା ପ୍ରାୟ ୬୬ ପ୍ରତିଶତ ମତଦାନ ହୋଇଛି। ମାତ୍ର ପୋଲିଂ ପାର୍ଟି ଫେରିବା ପରେ ପ୍ରକୃତ ତଥ୍ୟ ମିଳି ପାରିବ ବୋଲି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, କିଛି ସ୍ଥାନରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବାରୁ ମତଦାନ ପାଇଁ ପୂର୍ବରୁ ନିର୍ଦ୍ଧାରଣ ହୋଇଥିବା ସମୟରେ ପରିବର୍ତ୍ତନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସନ୍ଧ୍ୟା ୬ଟା ପରେ ବି ମତଦାନ ଜାରି ରହିଛି। ସିଇଓ ସୁରେନ୍ଦ୍ର କୁମାର କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଆମ ପାଖରେ ଥିବା ପୋଲିଂ ରେକର୍ଡରେ ପରିବର୍ତ୍ତନ ହୋଇପାରେ। ପୋଲିଂ ପାର୍ଟି ଫେରିବା ପରେ କେତେ ପ୍ରତିଶତ ମତଦାନ ହୋଇଛି, ତାହା ସ୍ପଷ୍ଟ ହେବ।

ସୁରେନ୍ଦ୍ର କୁମାର କହିଛନ୍ତି, ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଶେଷ କରିବା ପାଇଁ ଆମେ ଉଦ୍ୟମ କରୁଛୁ। ପୂର୍ବରୁ ଆମେ ପୋଲିଂ ପାର୍ଟିଙ୍କୁ ତାଲିମ ଦେଇଥିଲୁ। ସେ କହିଛନ୍ତି, କିଛି ସ୍ଥାନରେ ଆଜି ମତଦାନ ମଧ୍ୟ ହୋଇପାରି ନାହିଁ, ଏଭଳି ମତଦାନ କେନ୍ଦ୍ର ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ମତଦାନ ନେଇ ଆମେ ଆଜି ରାତି ସାରା ଉଜାଗର ରହିବୁ। ଆସନ୍ତାକାଲି ସକାଳ ସୁଦ୍ଧା ଇଭିଏମ/ଭିଭିପ୍ୟାଟ୍‌ ଆସିବ। ଏଗୁଡ଼ିକ ଆସିବା ପରେ ଷ୍ଟ୍ରଙ୍ଗ୍‌ରୁମରେ ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe