ଭୁବନେଶ୍ୱର : ସାମାଜିକ ସୁରକ୍ଷା ଭତ୍ତାକୁ ସର୍ବନିମ୍ନ ୧୫ଶହ ଟଙ୍କା କରିବା ଦାବି ନେଇ ଆଜି ଆମ୍ ଆଦମୀ ପାର୍ଟି, ଓଡ଼ିଶା ଶାଖା ପକ୍ଷରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ବାସଭବନ ଘେରାଉ କରାଯାଇଥିଲା। ଆପ୍ର ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ପାଓ୍ଵାର ହାଉସ୍ ଛକଠାରୁ ବାହାରି ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲା।
ଦଳର ଦାବି ଅନୁଯାୟୀ, ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତାକୁ ସର୍ବନିମ୍ନ ୧୫ଶହ ଟଙ୍କା କରାଯାଉ। ଦରଦାମ୍ ବୃଦ୍ଧି ଯୋଗୁଁ ସର୍ବନିମ୍ନ ଜୀବନଧାରଣ ମାନ ବଜାୟ ରଖିବା ପାଇଁ ବୃଦ୍ଧ, ବିଧବା, ଦିବ୍ୟାଙ୍ଗ ଓ ଅସହାୟ ଅବିବାହିତ ମହିଳାଙ୍କ ପାଇଁ ଭତ୍ତାର ପରିମାଣ ୩ ଶହ ଟଙ୍କାରୁ ବୃଦ୍ଧି କରି ୧୫ ଶହ ଟଙ୍କା କରାଯାଉ। ଦିଲ୍ଲୀ ସରକାର ଏହି ଭତ୍ତାର ପରିମାଣ ୨ ଶହ ଟଙ୍କାକୁ ବର୍ଷେ ତଳୁ ଲାଗୁ କରିଥିବା ବିକ୍ଷୋଭକାରୀ କହିଥିଲେ। ଏହି ଅବସରରେ ଦଳ ପକ୍ଷରୁ ସପ୍ତାହବ୍ୟାପୀ ଦସ୍ତଖତ ଅଭିଯାନରେ ସଂଗ୍ରହ ହୋଇଥିବା ୧୦ହଜାରରୁ ଅଧିକ ଦାବିପତ୍ର ଶ୍ରୀ ସାମଲଙ୍କୁ ପ୍ରଦାନ କରାଯାଇଥିଲା।
ଘେରାଉରେ ଖେମ୍ ଚାନ୍ଦ ଜାଗୀରଦାର, ଅଜୟ ଦାସ, ବ୍ରାଡ ମିଶ୍ର, ନନ୍ଦନାଲ ସିଂହ, ସୁବ୍ରତ ଛାଟୋଇ, ସୌମ୍ୟରଂଜନ ସ୍ୱାଇଁ, ସୁଶାନ୍ତ ପ୍ରଧାନ, ଜ୍ୟୋତି ପ୍ରକାଶ ସ୍ୱାଇଁ, ଶୁଭାଶିଷ ପଟ୍ଟନାୟକ, ଦେବାଶିଷ ମହାପାତ୍ର, ଅଂଶୁମାନ ଶତପଥୀ, ଆନନ୍ଦ ସାମଲ, ବିନୟ ତିଓ୍ଵାରୀ, ଶୁଭେନ୍ଦୁ ଜେନା ଓ ଅନ୍ୟମାନେ ଯୋଗ ଦେଇଥିଲେ।
Follow Us